October 17, 2024

Odia Express

Leading Odia News Portal of Odisha

ପାକିସ୍ତାନ ତ ପୁରା ଗଲା…. ବିଶ୍ଵବ୍ୟାଙ୍କ କାଙ୍ଗାଳ ପାକିସ୍ଥାନ ଉପରେ 6 ଆରବ ଡଲାରର ଜୋରିମନା ଠୁକିଲା – କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହେବେ …

କଙ୍ଗାଳ ପାକିସ୍ଥାନ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ବିଶ୍ଵବ୍ୟାଙ୍କ ସହ ସମ୍ବନ୍ଧିତ ନ୍ୟାୟାଧୀଶ ସଂସ୍ଥା international Center for settlement ofi nvestmentdisputes (ICSID) ବେଲୁଚିସ୍ଥାନ ସ୍ଥିତ ରେକୋ ଡିକ ଖଦାନ ବ୍ୟବସାୟ ଚୁକ୍ତିକୁ ରଦ୍ଦ କରିବା ଯୋଗୁ ପାକିସ୍ଥାନ ଉପରେ ପାଞ୍ଚ ଅର୍ବ 97କୋଟି ଡଲାର ର ଜୋରିମନା କେସ ଦେଇଛି , ଯେଉଁଥିରେ 4.08ଅର୍ବ ଡଲାର ମୂଳ ଓ 1.87ଅର୍ବ ଡଲାର ସୁଧ ସାମିଲ ଅଛି । ଏହି ଜୋରିମନା ପାକିସ୍ଥାନକୁ ଟେଥୟାନ କପର କମ୍ପାନୀ (ଟିସିସି)କୁ ଦେବାକୁ ହେବ । ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ଥାନ ନିମନ୍ତେ ଏହା ଏକ ବଡ ଝଟକା ଅଟେ । ପୁଣି ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହା ଜାଣିବା ନିମନ୍ତେ ଆୟୋଗ ଗଠନ କରିଛନ୍ତି ଯେ ଏହି ମାମଲାରେ ଏ ଅବସ୍ଥା ଏଭଳି ସ୍ତରକୁ କିପରି ଆସିଲା । ପାକିସ୍ଥାନ ସରକାର ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ନିଷ୍ପତ୍ତି ବିରୁଦ୍ଧରେ ଆଇସିଏସଆଇଡ଼ି ସମେତ ଅନ୍ୟ ସମ୍ବନ୍ଧିତ ନ୍ୟାୟିକ ମଞ୍ଚରେ ଅପିଲ କରିବା ଉପରେ ବିଚାର କରୁଛନ୍ତି ।

 

ପାକିସ୍ଥାନର ସୁପ୍ରିମକୋର୍ଟ ଏହି ବାଣିଜ୍ୟ ଚୁକ୍ତି ରେ ଗଡବଡି ଥିବା କହି ଏହାକୁ ରଦ୍ଦ କରାଯିବା ପରେ ଟେଥୟାନ କପର କମ୍ପାନୀ(ଟିସିସି) 2012ମସିହାରେ ବିଶ୍ଵବ୍ୟାଙ୍କ ର ଆଇସିଏସଆଇଡ଼ି ସମ୍ମୁଖରେ 11.43ଅର୍ବ ଡଲାରର ଦାବି ପାକିସ୍ଥାନ ବିରୁଦ୍ଧରେ ଉପସ୍ଥାପନ କରିଥିଲା । 2017ରେ ଆଇସିଏସଆଇଡ଼ି ଟିସିସି ପକ୍ଷରେ ରାୟ ଦେଇଥିଲେ କିନ୍ତୁ ଜୋରିମନାର ପରିମାଣ ଜଣେଇ ନଥିଲେ । ନ୍ୟାୟାଧୀକରଣ ଗତ ଗୁରୁବାର ମାନେ 12ଜୁଲାଇରେ ଜୋରିମନାର ରାଶି ସ୍ଥିର କରିବାସହ ନିଜର ନିଷ୍ପତ୍ତି 700ପୃଷ୍ଠାରେ ଦେଇଥିଲେ । ପାକିସ୍ଥାନ ଉପରେ ଲଗାଯାଇଥିବା ଏହି ଜୋରିମନା,ଆଇସିଏସଆଇଡ଼ିର ଇତିହାସରେ ସବୁଠାରୁ ଅଧିକ ଅର୍ଥ ଦଣ୍ଡ ମଧ୍ୟରୁ ଗୋଟିଏ ଅଟେ ।

 

ଟିସିସି ପାକିସ୍ଥାନ ର ବେଲୁଚିସ୍ଥାନ ପ୍ରାନ୍ତରେ ରେକୋ ଡିକ ରେ ବହୁତ ବଡ ପରିମାଣର ସ୍ଵର୍ଣ୍ଣ ଓ ତାମ୍ର

ଖଣିର ଚିହ୍ନଟ କରିଥିଲେ। କମ୍ପାନୀର କହିବା ଏହା ଯେ ସେ ଏହି ଅଞ୍ଚଳରେ ପ୍ରାୟ 22କୋଟି ଡଲାର ଖର୍ଚ୍ଚ କରିସାରିଛି କିନ୍ତୁ ଅଚାନକ 2011ରେ ପାକିସ୍ଥାନ ସରକାର ତାର ଖନନ ନିମନ୍ତେ ପଟ୍ଟା ଦେବାକୁ ମନା କରିଦେଲେ ଓ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ନ୍ୟାୟାଧୀଶ ଇଫତେଖାର ଚୌଧୁରୀ ଚୁକ୍ତିରେ ଅନିୟମିତତା ଥିବାର ଦର୍ଶାଇ ଏହାକୁ ରଦ୍ଦ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *