ଏ ହେଉଛନ୍ତି ଦେଶର ସବୁଠୁ ସାହସୀ IPS – ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାର ସାହସ ଦେଖାଇ ସାରିଛନ୍ତି ଏହି ମହିଳା IPS – ୨୦ ବର୍ଷ ଚାକିରୀ ରେ ୯୦ ଥର ବଦଳି ହେଇ ସାରିଛନ୍ତି ସେ..
ସାରା ଦେଶରେ ବହୁତ ଦକ୍ଷ ଅଫିସର ଅଛନ୍ତି ଯେଉଁମାନେ ନିଜର କାର୍ଯ୍ୟଦ୍ଵାରା ଦେଶରେ ଚହଳ ପକେଇଛନ୍ତି । ଆଜି ଆମେ ଏପରି ଜଣେ ଆଇପିଏସ ଅଫିସର ଙ୍କ ବିଷୟରେ କହିବାକୁ ଯାଉଛୁ ଯେଇ ନା କେବଳ ନିଜ ଅଞ୍ଚଳ ତା ଛଡା ସୋସିଆଲ ମିଡିଆରେ ମଧ୍ୟ ଚର୍ଚିତ ରହିଛନ୍ତି । ସେ ହେଉଛନ୍ତି କର୍ଣ୍ଣାଟକର ଦୁଃସାହସି ଆଇପିଏସ ଡି.ରୂପା (D.Roopa)।ତାଙ୍କ ବିଷୟରେ କହିବା ପୂର୍ବରୁ ଜଣେଇ ଦେଉଛୁ କି ସେ ଅନେକଥର ସାମାଜିକ ଘଟଣାକୁ ନେଇ ଫେସବୁକ ଅଥବା ଟୁଇଟରରେ ପୋଷ୍ଟ କରନ୍ତି । ବର୍ତ୍ତମାନ ଡି.ରୂପା କର୍ଣ୍ଣାଟକ ପୋଲିସରେ ଇନ୍ସପେକ୍ଟର ଜେନେରାଲ ଅର୍ଥାତ ଆଇଜି ପଦରେ ଅଧିଷ୍ଠିତା ଓ ଜୋନର ଗୃହରକ୍ଷୀ ତଥା ସିଭିଲ ଡିଫେନସ ଦେଖୁଛନ୍ତି । ଏହା ପୂର୍ବରୁ ଡି.ରୂପା ଡ଼ିଆଇଜି (ଜେଲ) ପଦରେ ନିଜର ସେବା ପ୍ରଦାନ କରିସାରିଛନ୍ତି ।
ଡି.ରୂପାଙ୍କ ନାମ ସେହି ସମୟରେ ଚର୍ଚାରେ ଆସିଲା ଯେବେ ସେ ଜୟଲଲିତାଙ୍କ ସବୁଠାରୁ ନିକଟତମ ଥିବା ତାମିଲନାଡୁର ଏଆଇଏଡ଼ିଏମକେ ନେତା ଶଶିକଳା ଙ୍କୁ ଭ୍ରଷ୍ଟାଚର ଆରୋପରେ ହୋଇଥିବା ଜେଲ ପରେ ସେଠାରେ ମିଳୁଥିବା ସୁଖସୁବିଧା ସମସ୍ତଙ୍କ ଆଗରେ ଉଜାଗର କଲେ । ଏହି ନିକଟରେ ଡି.ରୂପା ନିଜର ଅଧିକୃତ ଟୁଇଟର ଦ୍ଵାରା ପୋଲିସ ଓ ସାଧାରଣ ଜନତା ମଧ୍ୟରେ ମତାମତ ଜାଣିବା ନିମନ୍ତେ ପ୍ରୟାସ କରିଥିଲେ । ଏହି ପୋଲରେ ଡି.ରୂପା ଲେଖିଛନ୍ତି ଯେ ପୋଲିସ ସମ୍ପର୍କରେ ଆପଣମାନଙ୍କ ମଧ୍ୟରୁ କେତେଜଣ ଆଜିପର୍ଯ୍ୟନ୍ତ ଆସିଛନ୍ତି ଓ ଆପଣ ପୋଲିସ ବିଷୟରେ କି ପ୍ରକାର ଚିନ୍ତାଧାରା ରଖନ୍ତି?ସେ ଏଥିନିମନ୍ତେ ଚାରୋଟି ବିକଳ୍ପ ଦେଇଛନ୍ତି ଯଥା ସକାରାତ୍ମକ, ନକରାତ୍ମକ, ଓ ସମ୍ପର୍କରେ କେବେ ଆସିନାହୁଁ (ନକରାତ୍ମକ)ଓ ସମ୍ପର୍କରେ କେବେ ନୁହେଁ(ସକାରାତ୍ମକ) ରଖିଛନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଡି.ରୂପାଙ୍କ ଏହି ପୋଲରେ 11544ଲୋକ ଭାଗ ନେଇଥିଲେ ଯେଉଁଥିରେ 51ପ୍ରତିଶତ ନକରାତ୍ମକ ବିକଳ୍ପ ବାଛିଥିଲେ, ଏହାର ଅର୍ଥ ଏହା ଯେ ପୋଲିସ କୁ ନେଇ 51ପ୍ରତିଶତ ଲୋକଙ୍କ ଅନୁଭବ ଖରାପ ରହିଛି କେବଳ 28ପ୍ରତିଶତ ଲୋକ ପୋଲିସ ସହ ସମ୍ପର୍କ ଭଲ ବୋଲି କହିଛନ୍ତି । 12ପ୍ରତିଶତ ଲୋକ ଏପରି ଅଛନ୍ତି ଯେଉଁମାନେ କେବେ ପୋଲିସ ସମ୍ପର୍କରେ ଆସିନାହାନ୍ତି କିନ୍ତୁ ସେମାନଙ୍କ ବିଷୟରେ ନକରାତ୍ମକ ଚିନ୍ତାଧାରା ରଖନ୍ତି । ଓ 9ପ୍ରତିଶତ ଲୋକ ପୋଲିସ ସଂସ୍ପର୍ଶରେ ନ ଆସିଥିଲେ ମଧ୍ୟ ଭଲ ଚିନ୍ତାଧାରା ରଖନ୍ତି ।
ଲୋକମାନେ କେବଳ ଡି.ରୂପାଙ୍କ ପୋଲ ରେ ଭାଗ ନେଇନଥିଲେ ପରନ୍ତୁ ଟୁଇଟ କରି ଉତ୍ତର ମଧ୍ୟ ଦେଇଥିଲେ । 2004ରେ ଡି.ରୂପା ସେହି ଆଇପିଏସ ଅଟନ୍ତି ଯିଏ ଏକ ସମନ ପାଳନ କରିବା ନିମନ୍ତେ କର୍ଣ୍ଣାଟକରୁ ଉମା ଭାରତୀୟଙ୍କୁ ଗିରଫ କରିବା ପାଇଁ ତାଙ୍କ ପାଖକୁ ଯାଇଥିଲେ ଓ ସେତେବେଳେ ଉମା ଭାରତୀୟ ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ସେ ତାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଉମା ଭାରତୀୟ ନିଜ ପଦରୁ ଇସ୍ତଫା ଦେଇଦେଇଥିଲେ । ସେହି ସମୟରେ ଡି.ରୂପା କର୍ଣ୍ଣାଟକର ଧାରୱଡ ଜିଲ୍ଲାର ପୋଲିସ ଅଧିକ୍ଷକ ପଦରେ ନିଯୁକ୍ତ ଥିଲେ ।
ଆପଣଙ୍କର ମନେ ଥାଇପାରେ 2003ମସିହାରେ ହୋଇଥିବା ନିର୍ବାଚନରେ ଉମା ଭାରତୀୟ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ତାଙ୍କ ବିରୁଦ୍ଧରେ କେ 10ବର୍ଷ ପୁରୁଣା କେସ ରେ ନନବେଲେବ୍ଲ ୱାରେଣ୍ଟ ଇସ୍ୟୁ ହୋଇଥିଲା । ଏହି କେସ କର୍ଣ୍ଣାଟକର ହୁବଳି ସହ ସମ୍ବନ୍ଧିତ ଥିଲା ଯାହା 15ଅଗଷ୍ଟ 1994ରେ ମସଜିଦରେ ତିରଙ୍ଗା ଉଡେଇବାର ଏକ କେସ ରେ ତାଙ୍କ ବିରୁଦ୍ଧରେ ଏହି ୱାରେଣ୍ଟ ଜାରି କରଯାଇଥିଲା । ତାଙ୍କ ଉପରେ ଆରୋପ ଲଗାଯାଇଥିଲା ତାଙ୍କର ଏହି କାମ ଦ୍ଵାରା ସମ୍ପ୍ରଦାୟିକ ସୌହାର୍ଦ୍ୟ ବିପଦରେ ପଡିବାର ସମ୍ଭାବନା ଅଛି । ଏହି ୱାରେଣ୍ଟ ଜାରି ହେବ ଯୋଗୁ ଉମା ଭାରତୀଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଓ ତାପରେ କୋର୍ଟରେ ହାଜର ହୋଇଥିଲେ । ଆଇପିଏସ ଡି.ରୂପା ନିଜ ବୟସର ଦୁଇଗୁଣ ଥର ବଦଳି ହୋଇ ସାରିଲେଣି ।