October 23, 2024

Odia Express

Leading Odia News Portal of Odisha

୧୯ ଜୁଲାଇ ୨୦୧୯ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଦେବ ଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

ମେଷ – ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।  ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ।ଶାରୀରିକ ଏବଂ ମାନସିକ ରୂପରେ ଆପଣ ବ୍ୟଗ୍ରତା ଅନୁଭବ କରିପାରନ୍ତି। ଅନିଦ୍ରା କାରଣରୁ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବୌଦ୍ଧିକ ଚର୍ଚ୍ଚାରେ ଆନନ୍ଦ ପ୍ରାପ୍ତ ହୋଇପାରେ, ପରନ୍ତୁ ଏପରି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହବା ପାଇଁ ଉପଦେଶ |ପଢ଼ିବା -ଲେଖିବାରେ ବିଦ୍ୟାର୍ଥିମାନଙ୍କ ମନ ଲାଗିବ ନାହିଁ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ ,ପ୍ରତିକାର:- ପିତାମାତାଙ୍କର ସେବାକରିବା ଆବଶ୍ୟକ

ବୃଷ – ଯଦି ଆପଣଙ୍କୁ ଏମିତି ଲାଗେ ଯେ ପରିବାରରେ ଯେ କୌଣସି ସମସ୍ୟା ଲାଗୁଛି ତାହାଲେ ଆପଣ ତାହାକୁ ନଷ୍ଟ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି । ବୋଧହୁଏ ଏହି ବୟସ ସାଙ୍ଗରେ ଚ଼ାଲିବାର ସମୟ ଅଟେ । ସାଙ୍ଗମାନେ ଆସନ୍ତି ଚ଼ାଲିଯାଆନ୍ତି କିନ୍ତୁ ଏହି ସାଙ୍ଗ ଆପଣଙ୍କ ସବୁ ଦୁଃଖ ସୁଖର ସାଥି ହେବ ।ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। ଚିକିତ୍ସାରେ ଖର୍ଚ୍ଚ ହେବାର ଆଶଂକା ଅଛି। ବ୍ୟାପାରରେ ଭାଗିଦାରୀମାନଙ୍କ ସହିତ ଆନ୍ତରିକ ମତଭେଦ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ,ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ ।

ମିଥୁନ – ଆଜି ଆପଣ ଅନୁଭବ କରିବେ ଛୋଟ ଛୋଟ କଥାରେ ଆପଣଙ୍କ ଘରେ କଳି ହେଉଛି । ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କର ମନ ମଧ୍ୟ ଖରାପ ହୋଇ ପାରେ ।  ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ଅଟଳ ମନୋବଳର ସହିତ କରନ୍ତୁ, ନିଶ୍ଚିତ ସଫଳତା ମିଳିବ। ପିତା କିମ୍ବା ପୈତୃକ ସଂପତ୍ତିରେ ଲାଭ ହେବ। ସରକାରଙ୍କଠାରୁ ଆର୍ଥିକ ଲାଭ ହେବ। ବିଦ୍ୟାର୍ଥୀମାନେ ନିଜର ପଢ଼ାରେ ଭଲ ପ୍ରଦର୍ଶନ କରିବେ,ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

କର୍କଟ – ଆଜି କାଲି ନିଜ ଲୋକଙ୍କ ସାଂଗରେ ଆପଣଙ୍କର ସମ୍ପର୍କ ଭଲ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ସନେ ରଖନ୍ତୁ କେବଳ ଥଣ୍ଡା ମିଜାସରେ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ ।  ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି । ମଉଜ-ମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ବିଶେଷ ରୁଚି ରହିବ। ପିତା ତଥା ବରିଷ୍ଠ ନାଗରୀକମାନଙ୍କ ସହଯୋଗ ପ୍ରାପ୍ତ କରିବେ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ,ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ସିଂହ – ଆଜି ଆପଣଙ୍କ ନିଜ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖୁସି ଆଣିଦେବ ।କୌଣସି ଭୁଲ ବୁଝାମଣା ଠିକ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ସଫଳତା ହାସଲ କରିବେ । ଏହି ସମୟ ପୁରୁଣା ସ୍ମୃତିକୁ ମନେପକେଇବାର ସମୟ ଅଟେ ।  ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ । ପାରିବାରିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଶଙ୍କା ଦୂର କରନ୍ତୁ। ବନ୍ଧୁମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ବନିପାରେ | ଧାର୍ମିକ ଯାତ୍ରା ହେବାର ସଂଭାବନା ଅଛି। ଧନ ଲାଭର ମଧ୍ୟ ସଂଭାବନା ଅଛି। ବ୍ୟବସାୟରେ ପ୍ରମୋସନର ଯୋଗ ଅଛି.ପ୍ରତିକାର : କାହାରିଠାରୁ ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ

କନ୍ୟା – କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ।ଶରୀରରେ ଆଳସ୍ୟ, ଏବଂ ଅଣନିଶ୍ୱାସୀ ହୋଇପାରେ। ସ୍ଵାସ୍ଥ୍ୟ ନରମ-ଗରମ ରହିବ। କୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପରିଶ୍ରମରେ ଶେଷରେ ସବୁ ଠିକ ହୋଇଯିବ। ସନ୍ତାନମାନଙ୍କ ବିଷୟରେ ଟିକେ ଚିନ୍ତା ହୋଇପାରେ।ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ତୁଳା – ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ।  ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ। ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ। ଭାଇ-ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ। ଭାଗ୍ୟବୃଦ୍ଧି ହେବ ,ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ ।ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

ବିଛା – ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ,ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ । ଯଦି ଆପଣ କୌଣସି ଅସୁବିଧାରେ ପଡୁଛନ୍ତି , ତେବେ ଆପଣ ନିଜର ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ । ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ। ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ଅଛି,ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ଧନୁ – ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ । ବହୁତ ଭାବି ଚ଼ିନ୍ତି କାହାକୁ କୌଣସି ପରାମର୍ଶ ଦିଅନ୍ତୁ ।ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷର ଅନୁଭବ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ଉଚ୍ଚ ପଦାଧିକାରି ଏବଂ ବରିଷ୍ଠ ନାଗରୀକମାନଙ୍କ କୃପା ଆପଣ ଉପରେ ରହିବ,ପ୍ରତିକାର-ଅସହାୟଙ୍କୁ ନିରାଶ କରିବେ ନାହିଁ।

ମକର – ଆଜି ଆପଣ ପରିବାରର କୌଣସି ସମସ୍ୟା ସମାଧାନ କରିବାକୁ ଚ଼େଷ୍ଟା କରିବେ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ସମସ୍ତେ ଆପଣଙ୍କ ଉପରେ ନିର୍ଭର କରିବାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ ।ପ୍ରଣୟ, ରୋମାନ୍ସ, ଯାତ୍ରା, ପର୍ଯ୍ୟଟନ ଏବଂ ମନୋରଞ୍ଜନରେ ଆପଣଙ୍କ ଆଜିର ଦିନ କଟିବ। ମିତ୍ରମାନଙ୍କ ସହିତ ଭୋଜନ କରିବାର ଅବସର ଆସିବ। ବସ୍ତ୍ରାଭୂଷଣ ଏବଂ ବାହନ ପ୍ରାପ୍ତିର ଯୋଗ ଅଛି। ଭାଗିଦାରୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ,ପ୍ରତିକାର : କଳା କୁକୁରର ସେବା କରନ୍ତୁ

କୁମ୍ଭ – ଆପଣଙ୍କ ମଧ୍ୟରୁ ଯେଉଁମାନେ ପରିବାର ଠାରୁ ଦୂରରେ ଅଛନ୍ତି ସେମାନେ ନିଜ ପରିବାର ସହିତ ଭଲ ସମୟ କଟାଇପାରିବେ । ଆପଣ ଏହି ସମୟର ଉପଯୋଗ ପୁରୁଣା ସ୍ମୃତିକୁ ମନେ ପକାଇବାରେ ବ୍ୟବହାର କରିପାରିବେ ।  ଗୋଟେ ପରେ ଗୋଟେ ସମସ୍ୟାର କାରଣରୁ ଆପଣଙ୍କର ମାନସିକ ଶାନ୍ତି ଭଙ୍ଗ ହୋଇପାରେ । ଏହାର ଉପାୟ ଏହି କି ଆପଣ ଗୋଟେ ଗୋଟେ କରି ସମସ୍ୟା ଗୁଡ଼ିକୁ ସମାଧାନ କରନ୍ତୁ ।ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବା ପାଇଁ ବହୁତ ଭଲ ଯୋଗ ଅଛି। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ବାଦ-ବିବାଦରେ ପଡ଼ନ୍ତୁ ନାହିଁ,ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

ମୀନ – ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ,ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ ।ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଆପଣଙ୍କ ଚିତ୍ତରେ ଗ୍ଲାନିର ଭାବ ସୃଷ୍ଟି କରିବ। ସ୍ଵାସ୍ଥ୍ୟରେ ବିଶେଷରୂପରେ ଆଖିରେ ଅସୁବିଧା ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ। କାମରେ ସନ୍ତୋଷର ଭାବନା ଆସିବ

Leave a Reply

Your email address will not be published. Required fields are marked *