October 23, 2024

Odia Express

Leading Odia News Portal of Odisha

୪୦ ବର୍ଷ ପୋଲିସ୍ ଚାକିରି କରିଥିବା ଅବସରପ୍ରାପ୍ତ କନେଷ୍ଟବଳଙ୍କୁ DSP ନିଜେ ଗାଡି ଚଳାଇକରି ଘର ପର୍ଯ୍ୟନ୍ତ ଛାଡି କି ଆସିଲେ – ଲୋକ ଦେଖିକି କହିଲେ ସବାସ DSP…

କାଲି ରାଜସ୍ଥାନର ଏକ ସୁନ୍ଦର ଛବି ସାମନାକୁ ଆସିଛି , ମହିଳା ଡିଏସ୍ ପି ଜଣେ କନେଷ୍ଟବଳଙ୍କୁ ଗାଡି ଚଲାଇ ଘରେ ଛାଡିଥିଲେ , ପ୍ରାୟ ୪୦ ବର୍ଷ ହେଲା ପୋଲିସ୍ ସେବା କରି ଶନିବାରକୁ ଅବସର ନେଇଥିବା ସିକର ଜିଲ୍ଲାର ବିଡୋଦୀ  ଗାଁର କନେଷ୍ଟବଳ ପ୍ରହ୍ଲାଦ ଚୌଧୁରୀ ଙ୍କୁ ସିଟି ଡିଏସ୍ ପି ନିଜେ ଗାଡିରେ ବସାଇ ପୋଲିସ୍ ଲାଇନ୍ ଯାଏଁ ତାଙ୍କ ଘରେ ପହଞ୍ଚିଲେ । ଏହି ସମୟରେ ଚୌଧୁରୀଙ୍କ ଝିଅ, ଜ୍ୱାଇଁ ଓ ପୁଅ ଥିଲେ , ସିଓ ସିଟି କାର୍ଯ୍ୟାଳୟର ଷ୍ଟାଫ୍ ଚୌଧୁରୀଙ୍କୁ ମାଳା ପିନ୍ଧାଇଲେ , ଓ ତାଙ୍କୁ ସାଫା ପିନ୍ଧାଇ ଅଭିନନ୍ଦନ କରାଇଲେ , ଏହି ସମୟରେ ଚୌଧୁରୀ ଭାବୁକ ହୋଇ ଉଠିଲେ , ସେ ଗୋଟେ କଥା କହିଲେ , କହିଲେ କି ଅଫିସର ମାନେ ମୋର ସବୁବେଳେ ମାନ ରଖିଲେ ,

 

ସିଟି ଡିଏସ୍ ପି ମମତା ସାରସ୍ୱତ କହିଲେ କି ଗତ ଚାରି ମାସରେ ତାଙ୍କ ମନରେ ରହିଥିଲା , କି କନେଷ୍ଟବଳ ପ୍ରହ୍ଲାଦ ଚୌଧୂରୀଙ୍କୁ ନିଜ ଗାଡି ଚଲାଇକରି ତାଙ୍କ ଘରେ ଛାଡିବାକୁ , ଏଥିପାଇଁ ସେ ନିଜେ ଚାରି ମାସ ପର୍ଯ୍ୟନ୍ତ ଗାଡି ଚଲାଇବା ସିଖିଲେ , ଏବେ ଚୌଧୁରୀ ୩୧ ମାର୍ଚ୍ଚକୁ ରିଟାୟର୍ଡ ହେଉଛନ୍ତି , କିନ୍ତୁ ସେହି ଦିନ ରବିବାର ହେବାରୁ ଶନିବାର ଦିନ ତାଙ୍କ ଶେଷ କାର୍ଯ୍ୟକାଳ ପାଇଁ ବିଦାୟ ସମାରୋହ କରାଗଲା , ସିଓ ସିଟି କାର୍ଯ୍ୟାଳୟ ଷ୍ଟାଫ୍ ଙ୍କ ତରଫରୁ ତାଙ୍କୁ ଉପହାର ବି ଦିଆଯାଇଥିଲା ।

ଚୌଧୁରୀଙ୍କ ଦୁଇଟି ପୁଅ ଅଛନ୍ତି , ଯେଉଁଠି ଗୋଟେ ପୁଅ ଡବଲ୍ ଏମ୍ ଏ କରିଛନ୍ତି , ଅନ୍ୟ ପୁଅ ନବଲଗଢ ରେ ନିଜ ଫଟୋ ଷ୍ଟୁଡିଓ ଚଳାଉଛନ୍ତି , ଗୋଟେ ଝିଅ ଅଛି ଯାହାର ବିବାହ ହୋଇସାରିଛି, ଚୌଧୁରୀ ଯିବାପୂର୍ବରୁ ଆରପିଏସ୍ ଲୋକଙ୍କୁ ପ୍ରଣାମ କରିଥିଲେ ।

Leave a Reply

Your email address will not be published. Required fields are marked *