October 26, 2024

Odia Express

Leading Odia News Portal of Odisha

କଲାମ ରଖିଥିଲେ ଚନ୍ଦ୍ରଯାନ-୨ର ମୂଳଦୁଆ, ଆଜି ସେଇ ସ୍ଵପ୍ନ ପୂରଣ ହେବାପରେ ଲୋକମାନେ କହିଲେ – WE Miss You କଲାମ ସାହେବ କାରଣ ଆପଣ…

ଅନ୍ତରିକ୍ଷ ଦୁନିଆରେ ଭାରତ ଆଜି ପୁଣିଥରେ ଇତିହାସ ସୃଷ୍ଟି କରିଛି । IndianSpaceResearchOrganisation ମାନେ ଇସ୍ରୋ ସୋମବାର ଦିନ ଦ୍ଵିପ୍ରହର ୨.୪୩ ମିନିଟରେ ସଫଳତା ପୂର୍ବକ ଚନ୍ଦ୍ରଯାନ-୨ ଛାଡିଲା । ଚନ୍ଦ୍ର ଉପରେ ଓହ୍ଲେଇବାରେ ଏହା ଭାରତର ଦ୍ଵିତୀୟ ସବୁଠାରୁ ବଡ ମିଶନ ଅଟେ । ଏହି ମିଶନ ପରେ ସମସ୍ତଙ୍କୁ କଲାମ ମନେପଡିଲେ । ଲୋକମାନେ ସୋସିଆଲ ମିଡିଆରେ କଲାମଙ୍କ ସ୍ମୃତି ଉଜ୍ଜୀବିତ କରିଛନ୍ତି । ଜଣେଇଦେଉଛୁ ଯେ କଲାମ ସାର ହିଁ  ୨୦୦୯ମସିହାରେ ଚନ୍ଦ୍ରଯାନର ମୂଳଦୁଆ ଆରମ୍ଭ କରିଥିଲେ ସେ ହିଁ ଇସ୍ରୋର ବୈଜ୍ଞାନିକ ମାନଙ୍କୁ ଚନ୍ଦ୍ରଯାନ-୨ ମିଶନ ଉପରେ କାମ ଆରମ୍ଭ କରିବାକୁ କହିଥିଲେ । କଲାମ ସାର ଆଜି ଆମ ମଧ୍ୟରେ ନାହାନ୍ତି କିନ୍ତୁ ସେ ଯେଉଁଠାରେ ଥାନ୍ତୁ ନା କାହିଁକି ଆଜି ବହୁତ ଖୁସି ହେଉଥିବେ ।

ଭାରତର ଏହି ମିଶନକୁ ନେଇ ଇସ୍ରାଇଲ ମଧ୍ୟ ଶୁଭକାମନା ଜଣେଇଛି । ଇସ୍ରାଇଲ ଟ୍ବିଟ କରି କହିଛନ୍ତି ଯେ ଭାରତକୁ ଚନ୍ଦ୍ରଯାନ-୨ ମିଶନ ନିମନ୍ତେ ଶୁଭକାମନା । ଆମେ ମଧ୍ୟ ଆପଣଙ୍କ ସହ ଅଛୁ ।

ପ୍ରଧାନମନ୍ତ୍ରୀ ମୋଦୀ ମିଶନ ସଫଳ ହେବାପରେ ଇସ୍ରୋ ବୈଜ୍ଞାନିକ ମାନଙ୍କୁ ଶୁଭକାମନା ଜଣେଇଛନ୍ତି । ସେ ଟ୍ବିଟ କରି କହିଲେ ଯେ ମୁଁ ଇସ୍ରୋ ର ବୈଜ୍ଞାନିକଙ୍କ ସହ କଥା ହୋଇ ସେମାନଙ୍କୁ ଶୁଭକାମନା ଜଣେଇଛି ।

 

ଚନ୍ଦ୍ରଯାନ-୨ର ସଫଳ ପ୍ରକ୍ଷେପଣ ଉପରେ ନୀତିନ ଗଡକରି ଇସ୍ରୋ ଦଳକୁ ଧନ୍ୟବାଦ ଜଣେଇଛନ୍ତି । ଚନ୍ଦ୍ରଯାନ-୨ ଅନ୍ତରିକ୍ଷଯାନ ୨୨ଜୁଲାଇର ଆରମ୍ଭ କରି ୧୩ଅଗଷ୍ଟ ପରଜ୍ଯନତି ପୃଥିବୀର ଚତୁର୍ପାର୍ଶ୍ୱରେ ଘୂରିବୁଲିବ । ଏହାପରେ ୧୩ଅଗଷ୍ଟରୁ ୧୯ଅଗଷ୍ଟ ପର୍ଯ୍ୟନ୍ତ ଚନ୍ଦ୍ରକୁ ଯାଉଥିବା କକ୍ଷ ପଥରେ ଯାତ୍ରା କରିବ । ୧୯ଅଗଷ୍ଟ ଦିନ ଏହା ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବ । ଏହାପରେ ୧୩ଦିନ ମାନେ ୩୧ଅଗଷ୍ଟ ପର୍ଯ୍ୟନ୍ତ ସେ ଚନ୍ଦ୍ରର ଚାରିପଟେ ଘୁରିବ ।

ତାପରେ ୧ସେପ୍ଟେମ୍ବରକୁ ବିକ୍ରମ ଲାଣ୍ଡର ଅର୍ବିଟରରୁ ଅଲଗା ହୋଇଯିବ ଓ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ଆଡକୁ ଯାତ୍ରା ଆରମ୍ଭ କରିବ ।୫ଦିନର ଯାତ୍ରା ପରେ ୬ସେପ୍ଟେମ୍ବର ଦିନ ବିକ୍ରମ ଲାଣ୍ଡର ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଓଲ୍ହେଇବ। ଲାଣ୍ଡିଙ୍ଗର ପ୍ରାୟ ଚାରିଘଣ୍ଟା ପରେ ରୋଭର ପ୍ରଜ୍ଞାନ ଲାଣ୍ଡରରୁ ବାହାରି ଚନ୍ଦ୍ରର ଭୂମି ଉପରେ ବିଭିନ୍ନ ପ୍ରୟୋଗ ନିମନ୍ତେ ଓଲ୍ହେଇବ ।

 

ଚନ୍ଦ୍ରଯାନ-୨ ଭାରତ ନିମନ୍ତେ ଦ୍ଵିତୀୟ ସବୁଠାରୁ ମହତ୍ଵାକାଙକ୍ଷୀ ଚନ୍ଦ୍ର ମିଶନ ଅଟେ । ଏହାକୁ ଶ୍ରୀହରିକୋଟାର ସତୀଶ ଧାବନ ସ୍ପେସ ସେଣ୍ଟରରୁ ଭାରି ରକେଟ ଜିଓସିଙ୍କ୍ରୋନସ ସାଟେଲାଇଟ ଲଞ୍ଚ ଭେଇକଲ ମର୍କ ୩ (ଜିଏସଏଲଭି ଏମକେ-III)ରୁ ଲଞ୍ଚ କରାଯାଇଛି । ଚନ୍ଦ୍ରଯାନ-୨ର ବଜେଟ ୯୭୮କୋଟି ଟଙ୍କା ଅଟେ ଓ ଏହାର ଉଦ୍ଦେଶ୍ୟ ଭାରତକୁ ଚନ୍ଦ୍ରର ଭୂମି ଉପରେ ଓଲ୍ହେଇବା ଓ ତା ଉପରେ ଚାଲିଥିବା ଦେଶ ମାନଙ୍କ ମଧ୍ୟରେ ସାମିଲ କରିବା ଅଟେ । ଆଜିଠାରୁ ଠିକ ୩୧ବର୍ଷ ପୂର୍ବେ ଏହି ତାରିଖଦିନ ହୋଇଥିବା ଲଂଚିଙ୍ଗ ପୂର୍ଣ୍ଣ ରୂପେ ସଫଳ ହୋଇପାରିନଥିଲା । ଇସ୍ରୋ ମୁଖ୍ୟ ଡା. କେ ଶିବନ କିଛି ମାସ ପୂର୍ବରୁ କହିଥିଲେ ଯେ ଏବେ ଇସ୍ରୋ ସବୁ ବର୍ଷ ୧୦-୧୨ ଲଂଚିଙ୍ଗ କରିବ । ଅର୍ଥାତ ସବୁ ମାସରେ ଗୋଟିଏ ଲଂଚିଙ୍ଗ ହେବ । ଲଂଚିଙ୍ଗର ସଫଳତା ଓ ଅସଫଳତା ପଛରେ ଅନେକ କାରଣ ଥାଇପାରେ ଏଥିରେ ପାଣିପାଗ, ଯାନ୍ତ୍ରିକ କାରଣ ଇତ୍ୟାଦି ସାମିଲ ।

Leave a Reply

Your email address will not be published. Required fields are marked *