October 23, 2024

Odia Express

Leading Odia News Portal of Odisha

ଏହା ହେଲା ଶନିଦେବଙ୍କ ବୀଜ ମନ୍ତ୍ର , ଏହି ମନ୍ତ୍ରର ଜପ କରିଲେ ଦୂର ହୋଇଥାଏ ଶନି ଦଶା , ଆଜି ହିଁ ଏହି ମନ୍ତ୍ରକୁ ଜପ କରିବା ଆରମ୍ଭ କରିନିଅନ୍ତୁ..

ଆଜି ଶନିବାର ଅଟେ ,ଶନିଦେବଙ୍କ ଦିନ , ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ , ଓ ଶନି ବକ୍ର ଦୃଷ୍ଟିରେ ଲୋକ ବହୁତ ଡରିଥାନ୍ତି , ଧର୍ମ ଗ୍ରନ୍ଥ ଅନୁସାରେ ଶନିବାରକୁ ମୁଖ୍ୟ ରୁପରେ ଭଗବାନ ଶନିଦେବ ପୂଜା କରିବା ଉଚିତ୍ , ଏହି ଦିନ ଶନିଦେବଙ୍କୁ ପ୍ରସନ୍ନ୍ କରିବାକୁ ହେଲେ କିଛି ବିଶେଷ ମନ୍ତ୍ରର ଜପ କରିବା ଉଚିତ୍ ହୋଇଥାଏ । ଯେଉଁ ରାଶି ଉପରେ ଶନିଙ୍କର ସାଢେ ସାତ ଓ ଢୟ୍ୟା ପ୍ରଭାବ ଅଛି , ସେ ଲୋକ ସବୁ ଶନିବାର ଶନି ମନ୍ତ୍ରର ଜପ କରନ୍ତୁ , ଯାହା ଦ୍ୱାରା ଆପଣଙ୍କ ସବୁ ଅସୁବିଧା ଦୂର ହୋଇଯିବ । ଏହି ମନ୍ତ୍ରର ଜପ କରିବା ବିଧି କିଛି ଏହି ପ୍ରକାରର ଅଟେ , ୧) ଲଘୁ ମନ୍ତ୍ର , (ଓଁ ଏଂ ହ୍ରିଂ ଶ୍ରୀ ଶନେଶ୍ଚରାୟ ନମଃ) , ୨) ବୀଜ ମନ୍ତ୍ର,( ଓଁ ଶଂ ଶନୈଶ୍ଚରାୟ ନମଃ,) ମନ୍ତ୍ର: (ଓଁ ପ୍ରାଂ ପ୍ରୀଂ ସଃ ଶନୟେ ନମଃ )।

 

ଏହି ବିଧି ଦ୍ୱାରା କରନ୍ତୁ ମନ୍ତ୍ରର ଜପ : ୧) ଶନିବାର ଦିନ ସକାଳୁ ଜଲଦି ଉଠି ସ୍ନାନ କରି କୁଶର ଆସନରେ ବସିଯାଆନ୍ତୁ ,

୨) ସାମନାରେ ଶନିଦେବଙ୍କ ମୂର୍ତ୍ତି କିମ୍ବା ଫଟୌ ସ୍ଥାପନ କରନ୍ତୁ , ଓ ନୀଳ ଫୁଲ କିମ୍ବା ଅପରାଜିତା ଫୁଲ ଦେଲେ ଭଲ ହେବ , ୩) ତାପରେ ରାଶିର ତେଲ ଓ ଖେଚୁଡି ଭୋଗ ଲଗାନ୍ତୁ ,

 

୪) ଏହାପରେ ରୁଦ୍ରାକ୍ଷ୍ୟ ମାଳାରେ ଏହି ମଧ୍ୟରୁ ଯେଉଁ ଗୋଟେ ମନ୍ତ୍ରର ଜପ କମ୍ ସେ କମ୍ ପାଞ୍ଚଟି ମାଳା ଜପ କରନ୍ତୁ ,

୫) ଏହାପରେ ଶନିଦେବଙ୍କ ଶୁଭ ଫଳ ପ୍ରଦାନ କରିବାପାଇଁ ପ୍ରାର୍ଥନା କରନ୍ତୁ ।

Leave a Reply

Your email address will not be published. Required fields are marked *