July 19, 2024

Odia Express

Here, There and Everywhere

ଶ୍ରାବଣ ମାସରେ ନବବିବାହିତ ଝିଅ ଦ୍ୱାରା କରାଇନିଅନ୍ତୁ ଏହି ଉପାୟ , ଲକ୍ଷ୍ମୀଙ୍କର କୃପାରୁ ଜୀବନରେ ହେବ ନାହିଁ କେବେ ଧନର ଅଭାବ…

ଶ୍ରାବଣ ପବିତ୍ର ମାସ ଭଗବାନ ଶିବଙ୍କ ପୁଜା ଅର୍ଚ୍ଚନା କରିବା ପାଇଁ ସବୁଠାରୁ ଉତ୍ତମ ସମୟ ମାନାଯାଈଛି । ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଶୁଭ ବୋଲି ମାନାଯାଏ । ଏହି ପବିତ୍ର ମାସରେ ଆପଣ ଭଗବାନ ଶିବଙ୍କର ଆରାଧନା କରି ମନୋବାଞ୍ଚିତ ଫଳର ପ୍ରାପ୍ତି କରିପାରିବେ , ଶିବଭକ୍ତ ଶ୍ରାବଣ ମାସରେ ଶିବଙ୍କର ଜଳଅଭିଷେକ କରି ନିଜର ମନୋକାମନା ମନାସି ଥାନ୍ତି , ଶ୍ରାବଣ ମାସର ଆରମ୍ଭରୁ ଏହି ଉତ୍ସବ ଆରମ୍ଭ ହୋଇଯାଏ , ବହୁତ ଲୋକଙ୍କୁ ଏହି ବିଷୟରେ ଜଣା ଥିବ କି ଶ୍ରାବଣ ମାସରେ ନବବିବାହିତ ଝିଅମାନେ ନିଜ ବାପ ଘରକୁ ଆସି ଶ୍ରାବଣ ମାସରେ ଏହି ଉତ୍ସବ ମନାଇଥାନ୍ତି , ଯଦି ଆପଣଙ୍କ ନବବିବାହିତ ଝିଅ ଶ୍ରାବଣ ମାସରେ ଏହି ଉତ୍ସବ ମନାଉଛନ୍ତି ତେବେ କିଛି ଉପାୟ କରିବା ଉଚିତ୍ , ଯଦି ଆପଣ ଶ୍ରାବଣ ମାସରେ ଏହି ଉପାୟ କରୁଛନ୍ତି ତେବେ ଜୀବନ ସାରା ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ସୈଦେବ ରହିବ , ଓ ଧନର ଅଭାବ ହୋଇପାରିବ ନାହିଁ , ଓ ଧନର ଭଣ୍ତାର ରହିବ ।

 

ଘରର ଝିଅକୁ ମା ଲକ୍ଷ୍ମୀଙ୍କର ରୁପ ବୋଲି ମାନାଯାଇଛି ଓ ଏହି ଝିଅ ଆପଣଙ୍କ ଭାଗ୍ୟ ବଦଳାଇଦେବ , ଝିଅର ଭାଗ୍ୟ ସହ କେଉଁ ଘରକୁ ସୌଭାଗ୍ୟଶାଳି ବନାଇପାରେ , ଯଦି ଝିଅ ବାହା ହେବାପରେ ମା ବାପାଙ୍କର ଅବସ୍ଥା ଖରାପ ହେବାକୁ ଲାଗେ ତେବେ ଝିଅ ବାହାଘର ପରେ ଶ୍ରାବଣ ମାସରେ ନିଜ ବାପଘରକୁ ପ୍ରଥମଥର ପାଇଁ ଆସେ ତେବେ ସେହି ଝିଅ ହାତରେ ଏହି ଉପାୟ କରିନିଅନ୍ତୁ , ଏହା ଦ୍ୱାରା ଘରେ ସବୁ ଅସୁବିଧା ଦୁର ହୋଇଯିବ , ଓ ଘରେ ଖୁସିର ବାତାବରଣ ରହିବ ।

ଯଦି ଶ୍ରାବଣ ମାସରେ ନବବିବାହିତ ଝିଅ ଆପଣଙ୍କ ଘରକୁ ଆସୁଛି ଶ୍ରାବଣର ବୁଧବାର ଦିନ ଝିଅର ହାତରେ ସୁପାରୀ ନେଇକରି ରକ୍ଷା ସୁତ୍ର ବାନ୍ଧିକରି କପଡାରେ ଗୋଡାଇ ଘରର କେଉଁ କୋଣରେ ଟଙ୍ଗାଇଦିଅନ୍ତୁ । ଏହି ଉପାୟ କରିବାପରେ ଆପଣଙ୍କ ସବୁ କରଜ ଦୂର ହୋଇଯାଏ , ଓ ଧନ ସଂବନ୍ଧିତ ସବୁ ଅସୁବିଧାରୁ ମୁକ୍ତି ମିଳିଥାଏ ।

ଯଦି ଶ୍ରାବଣ ମାସରେ ଆପଣଙ୍କ ଝିଅ ଘରକୁ ଆସେ ତେବେ ତୁଳସୀର ଗଛ ନିଜ ଅଗଣାରେ ଲଗାଇଦିଅନ୍ତୁ , ଯେବେ ପର୍ଯ୍ୟନ୍ତ ଝିଅ ବାପ ଘରେ ରହୁଛି ସବୁଦିନ ସକାଳ ସଂନ୍ଧ୍ୟା ତୁଳସୀର ଗଛ ତଳେ ଘିଅର ଦୀପ ଲଗାନ୍ତୁ , ଏହି ଉପାୟ କଲେ ଘରେ ସୁଖ ଶାନ୍ତି ଆସିଥାଏ ।

ଯଦି ଶ୍ରାବଣ ମାସରେ ଆପଣଙ୍କ ଘରକୁ ଝିଅ ଆସେ ତେବେ ସୋମବାର ପ୍ରାତଃ କାଳରେ ନିଜ ଝିଅକୁ ସଂପୂର୍ଣ୍ଣ ସୃଙ୍ଗାର କରି ଗୋଟେ ଆସନରେ ବସାଇଦିଅନ୍ତୁ , ଓ ମା ବାପାଙ୍କ ସମ୍ମୁଖରେ ଗୋଲାପି କପଡାରେ କିଛି ଅକ୍ଷତ ଓ ରୁପା ପଇସା ନେଇକରି ବସି ପଡନ୍ତୁ , ଏହାପରେ ଗୋଲାପି କପଡାରେ ଅକ୍ଷତ ଓ ପଇସାକୁ ହାତରେ ବାନ୍ଧିଦିଅନ୍ତୁ , ଓ ନିଜ ଆଲମୀରାରେ ରଖିଦିଅନ୍ତୁ , ଏହାପରେ ମା ବାପାଙ୍କ ଚରଣ ସ୍ପର୍ଶ କରି ମା ଲକ୍ଷ୍ମୀଙ୍କୁ ନିଜ ଜୀବନର ସବୁ ସମସ୍ୟା ବିଷୟରେ ପ୍ରାର୍ଥନା କରନ୍ତୁ , ଏହି ଉପାୟ କଲେ କିଛି ଦିନ ମଧ୍ୟରେ ସବୁ ଅସୁବିଧା ସମାଧାନ ହୋଇଯିବ ।

ଆପଣ ଶ୍ରାବଣ ମାସରେ ମଙ୍ଗଳବାର ଦିନ ନିଜ ଝିଅର ହାତରେ ଗୁଡ ନେଇକରି ସେହି ଦିନ ସେହି ଗୁଡକୁ ମାଟିର ବାସନରେ ରଖି ଘରର ଅଗଣାରେ ପୋତି ଦିଅନ୍ତୁ , ଏହା ଘର ଓ ସଂମ୍ପତ୍ତି ସଂମ୍ପତ୍ତି ଆଦିର କାର୍ଯ୍ୟରେ ମନୋକାମନା ପୁରା କରିଥାଏ ।

Leave a Reply

Your email address will not be published. Required fields are marked *