October 24, 2024

Odia Express

Leading Odia News Portal of Odisha

ଜାଣନ୍ତୁ ପ୍ରକୃତରେ କଣ ହୋଇଥାଏ ରାଜଯୋଗ , ଓ କଣ ପାଇଁ ଏହାକୁ ଶୁଭ ଯୋଗ ବୋଲି ଜଣାଯାଇଛି – ସମସ୍ତେ ଜାଣିବା ନିହାତି ଦରକାର..

ମଣିଷର କୁଣ୍ତଳୀ ଦେଖିକରି ତାର ଭବିଷ୍ୟ ବିଷୟରେ ସବିଶେଷ ବିବରଣୀ ମିଳିପାରିଥାଏ , ଯେଉଁ ଲୋକଙ୍କ କୁଣ୍ତଳୀରେ ଶୁଭ ଯୋଗ କିମ୍ବା ବିଶେଷ ଯୋଗ ଥାଏ ସେମାନେ ଜୀବନରେ ସୁଖମୟ ଜୀବନ ପାଇଥାନ୍ତି , ଆମର ଶାସ୍ତ୍ର ଅନୁସାରେ ବହୁତ ସାରା ଶୁଭ ଯୋଗ ଓ ବିଶେଷ ଯୋଗ ବିଷୟରେ କୁହାଯାଇଛି , ଏହି ଯୋଗରୁ ଗୋଟେ ଯୋଗ ହେଲା ରାଜଯୋଗ , କୁଣ୍ତଳୀରେ ରାଜଯୋଗ ହେବାପରେ ମଣିଷକୁ ସୁଖ ଓ ସମୃଦ୍ଧି ମିଲିଥାଏ , ଏମିତି ବହୁତ ସାରା ଲୋକ ଅଛନ୍ତି ଯାହାଙ୍କ କୂଣ୍ତଳୀରେ ରାଜଯୋଗ ହୋଇଥାଏ । ଓ ଯେଉଁ ଲୋକଙ୍କର କୁଣ୍ତଳିରେ ଏହି ଯୋଗ ହୋଇଥାଏ , ତାଙ୍କ ଜୀବନରେ କେବେ ବି ଧନର ଅଭାବ ଦେଖାଯାଏ ନାହିଁ , ଯେଉଁ କାମ ସେ ନିଜ ହାତକୁ ନେଇଥାନ୍ତି ସେହି କାର୍ଯ୍ୟକୁ ସଫଳତାପୂର୍ଣ୍ଣ ସଂପାଦନ କରନ୍ତି ।

 

କୁଣ୍ତଳିରେ ବହୁତ ପ୍ରକାରର ବିଶେଷ ଯୋଗ ହୋଇଥାଏ , ଓ ଏହି ଯୋଗ ଭିତରୁ ଗୋଟେ ଅଟେ ରାଜଯୋଗ , ରାଜଯୋଗ ସହ ଜନ୍ମ ନେଇଥିବା ମଣିଷ ଜୀବନ ଆରାମରେ କଟିଥାଏ , ଏହି ଯୋଗରେ ଜନ୍ମ ନେଇଥିବା ପୁରା ଜୀବନ କେବଳ ରାଜ୍ କରିଥାନ୍ତି , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେବେ କୁଣ୍ତଳୀରେ ଦଶାମେଶ ଗୁରୁ ଯଦି ତ୍ରିକୋଣରେ ଅଛି ତେବେ ରାଜଯୋଗ ହୋଇଥାଏ , କୁଣ୍ତଳୀରେ ରାଜଯୋଗ ହେବାପରେ ଧନ, ୟଶ, ଓ ଖୁସି ମିଳିଥାଏ । ରାଜଯୋଗ ଯେଉଁ ବ୍ୟକ୍ତିଙ୍କର କୁଣ୍ତଳୀରେ ହୋଇଥାଏ ,ତାଙ୍କୁ ବିନା କିଛି ପରିଶ୍ରମରେ ସଫଳ ହୋଇଥାନ୍ତି  ପଣ୍ତିତଙ୍କ ଅନୁସାରେ ରାଜଯୋଗ ସବୁ ଯୋଗଙ୍କର ମଧ୍ୟରୁ ରାଜା ହୋଇଥାଏ , ଯାହାଙ୍କ କୁଣ୍ତଳିରେ ଏହି ଯୋଗ ହୋଇଥାଏ ସେ ବ୍ୟକ୍ତି ସବୁବେଳେ ଭାଗ୍ୟଶାଳୀ ହୋଇଥାନ୍ତି ।

 

ଆମ ଶାସ୍ତ୍ରରେ ପ୍ରାୟ ୩୨ ପ୍ରକାରର ରାଜଯୋଗ ବିଷୟରେ କୁହାଯାଇଛି , ସେମିତି କିଛି ଲୋକଙ୍କର କୁଣ୍ତଳୀରେ ଗୋଟେ ରୁ ଅଧିକ ରାଜଯୋଗ ହୋଇପାରେ , ଏମିତି ବହୁତ କମ୍ ଲୋକ ଅଛନ୍ତି ଯାହାଙ୍କ କୁଣ୍ତଳୀରେ ୩୨ଯୋଗ ଏକା ସାଙ୍ଗେ ହୋଇଥାଏ , ଯଦି କେଉଁ ବ୍ୟକ୍ତିର କୁଣ୍ତଳୀରେ ୩୨ ଟି ରାଜଯୋଗ ଏକା ସାଙ୍ଗେ ହେଉଥାଏ ତେବେ ବ୍ୟକ୍ତି ବିଶ୍ୱ ବିଜୟୀ ରାଜା ହୋଇଥାଏ , ଓ ଏହି ପରି ବ୍ୟକ୍ତି ପୁରା ଦୁନିଆଁ ଉପରେ ରାଜା ହୋଇଥାଏ , ସେମିତି ଏହି ୩୨ ଟି ରାଜଯୋଗରୁ କିଛି ପ୍ରମୁଖ ରାଜଯୋଗ ନାଁ କିଛି ଏହି ପ୍ରକାରର ଅଟେ ।

 

୧)ନୀଚଭଙ୍ଗ ରାଜଯୋଗ : ଏହି କୁଣ୍ତଳିର ସବୁଠାରୁ ଶୁଭ ଯୋଗ ହୋଇଥାଏ , ନୀଚଭଙ୍ଗ ରାଜଯୋଗ ବହୁତ ହିଁ ପ୍ରଭାବଶାଳୀ ରାଜଯୋଗ ବୋଲି ଜଣାଯାଇଛି , ଜ୍ୟୋତିଷ୍ୟ ଅନୁସାରେ ଯେବେ କେଉଁ ମଣିଷର କୁଣ୍ତଳିରେ ୬,୮,୧୨ ଘରର ସ୍ୱାମୀ ଏହି ଭାବରେ ସ୍ଥିତ ହୋଇଥାନ୍ତି ତେବେ ବିଶେଷ ଯୋଗ ହୋଇଥାଏ , ଏହି ବିଶେଷ ଯୋଗରେ ଜନ୍ମ ନେଇଥିବା ଲୋକ ରାଜନୀତି କିମ୍ବା କେଉଁ ଉଚ୍ଚ ପଦରେ କାର୍ଯ୍ୟ କରିଥାନ୍ତି , ଜ୍ୟୋତିଷ୍ୟ ଶାସ୍ତ୍ର ମୁତାବିକ ଯେଉଁ ଗ୍ରହରୁ ନୀଚଭଙ୍ଗ ରାଜଯୋଗ ହୋଇଥାଏ , ସେହି ଗ୍ରହର ଯୋଡି ହୋଇଥିବା କ୍ଷେତ୍ରରେ ବ୍ୟକ୍ତି ରାଜା ହୋଇଥାଏ , ଯଦି କେଉଁ ବ୍ୟକ୍ତିର କୁଣ୍ତଳିରେ ରାଜ ଯୋଗ ସୁର୍ଯ୍ୟ ହୋଇଥାଏ , ସେ ବ୍ୟକ୍ତି ବହୁତ ଲୋକପ୍ରିୟା ହୋଇଥାଏ , ଓ ତାଙ୍କ ଜୀବନରେ କେବେ ବି ଧନର ଅଭାବ ହୋଇନଥାଏ ।

 

୨) ଗଜ କେଶରୀ ଯୋଗ : ଗଜକେଶରୀ ଯୋଗ ଶୁଭ ଯୋଗ ହୋଇଥାଏ , ଏହି ଯୋଗରେ ଜନ୍ମ ନେଇଥିବା ମଣିଷ ବହୁତ ବିଦ୍ୱାନ ହୋଇଥାନ୍ତି , ଓ ତାଙ୍କର ସମ୍ମାନ ସମସ୍ତେ କରିଥାନ୍ତି , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେବେ ଗୁରୁ ଓ ଚନ୍ଦ୍ରମା ଗ୍ରହ ଏକା ସାଙ୍ଗେ ଗୋଟେ ଜାଗାରେ କେନ୍ଦ୍ରିତ ହୋଇଥାନ୍ତି ସେମାନଙ୍କର ଏକ ବିଶେଷ ଯୋଗ ହୋଇଥାଏ , ଯେଉଁ ଲୋକ ବିଶେଷ ଯୋଗରେ ଜନ୍ମ ନେଇଥାନ୍ତି , ସେ ଜୀବନରେ ବଡ କାର୍ଯ୍ୟ କରିଥାନ୍ତି , ତାଙ୍କ ଜୀବନ ସବୁବେଳେ ସୁଖୀ ରହିଥାଏ , ଏତିକି ନୁହେଁ ଏହି ଯୋଗରେ ଜନ୍ମ ନେଇଥିବା ବ୍ୟକ୍ତି କେଉଁ ଗ୍ରହର କୁ ପ୍ରଭାବ ପଡିନଥାଏ , ଓ ଗଜକେଶରୀ ଯୋଗରେ ଜନ୍ମ ନେଇଥିବା ମଣିଷ ଶନି କିମ୍ବା ରାହୁ ପରି ଗ୍ରହର କେବେ ହଇରାଣ କରନ୍ତି ନାହିଁ ।

 

୩) ବୁଦ୍ଧାଦିତ୍ୟ ଯୋଗ : ଯେବେ କୁଣ୍ତଳୀରେ ସୂର୍ଯ୍ୟ ଓ ବୁଧ ଗ୍ରହ ଏକା ସାଙ୍ଗେ ହୋଇଥାନ୍ତି , ତେବେ କୁଣ୍ତଳୀରେ ଶୁଭ ଯୋଗ ହୋଇଥାଏ , ଏହି ବିଶେଷ ଯୋଗରେ ଜନ୍ମ ନେଇଥିବା ଲୋକଙ୍କ ଭାଗ୍ୟ ସୂର୍ଯ୍ୟଙ୍କ ପରି ଉଜ୍ଜଳ ହୋଇଥାଏ , ଓ ଏହି ଯୋଗରେ ଜନ୍ମ ନେଇଥିବା ଲୋକ ରାଜନୀତିରେ ବହୁତ ସଫଳ ହୋଇଥାନ୍ତି , ତଥା ଉଚ୍ଚ ପଦରେ କାର୍ଯ୍ୟ କରିଥାନ୍ତି ।

୪) ଲକ୍ଷ୍ମୀ ଯୋଗ : ଲକ୍ଷ୍ମୀ ଯୋଗରେ ଜନ୍ମ ନେଇଥିବା ଲୋକ ଜୀବନରେ କେବେ ବି ଧନ ସଂବନ୍ଧିତ ଅସୁବିଧା ସାମ୍ନା କରିନଥାନ୍ତି , ଓ ଏହି ଯୋଗରେ ଜନ୍ମ ନେଇଥିବା ଲୋକ ଆରବପତି ହୋଇଥାନ୍ତି , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେବେ କେଉଁ ବ୍ୟକ୍ତିର କୁଣ୍ତଳୀରେ କେଉଁ ଭାବରେ ଚନ୍ଦ୍ର ଓ ମଙ୍ଗଳ ଏକା ସାଙ୍ଗେ ହୋଇଥାଏ ତେବେ ଏହି ଯୋଗ ହୋଇଥାଏ , ଏହି ରାଜଯୋଗରେ ଜନ୍ମ ନେଇଥିବା ଲୋକ ଜୀବନ ସାରା ଧନୀ ହୋଇଥାନ୍ତି , ଓ ଦାରିଦ୍ରତା ତାଙ୍କ ଠାରୁ ସବୁବେଳେ ଦୁରେଇ ରହିଥାଏ ।

 

୫) ରୁଚକ ଯୋଗ : କୁଣ୍ତଳୀରେ ରୁଚକ ରାଜଯୋଗ ହେବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ସବୁବେଳେ ତା ସାଥ୍ ଦେଇଥାଏ , ଓ ବିନା ପରିଶ୍ରମ କରି ବ୍ୟକ୍ତି ସଫଳତା ପାଇଥାଏ , ଏହି ରାଜଯୋଗରେ ଜନ୍ମ ନେଇଥିବା ଲୋକ ବଳବାନ ଓ ସାହାସୀ ହୋଇଥାନ୍ତି , ଓ ନିଜ ଜୀବନରେ ସବୁବେଳେ ବିଶେଷ ପଦରେ କାର୍ଯ୍ୟ କରିଥାନ୍ତି ।

 

୬) ଭଦ୍ର ଯୋଗ : ଏହି ରାଜଯୋଗରେ ଜନ୍ମ ନେଇଥିବା ଲୋକ ବେପାର ଜଗତରେ ନାଁ କମେଇଥାନ୍ତି , ଓ ସବୁବେଳେ ସଫଳ ହୋଇଥାନ୍ତି , ଭଦ୍ର ଯୋଗରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ତେଜ୍ ହୋଇଥାଏ , ଓ ଏମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ , ରାଜଯୋଗରେ ଯେଉଁ ବ୍ୟକ୍ତିଙ୍କ କୁଣ୍ତଳୀରେ ହୋଇଥାଏ , ସେ ନିଜ ଦେଶର ବଡ ଉଦ୍ୟୋଗପତି ଭାବେ ଜଣାଯାଆନ୍ତି ।

 

୭) ହଂସ ଯୋଗ : ଏହି ରାଜଯୋଗରେ ଜନ୍ମ ନେଇଥିବା ବ୍ୟକ୍ତି ବହୁତ ଜ୍ଞାନୀ ହୋଇଥାନ୍ତି , ଓ ଜ୍ଞାନର କ୍ଷେତ୍ରରେ ସଫଳତା ଅର୍ଜନ କରିଥାନ୍ତି , ରାଜଯୋଗ କୁଣ୍ତଳୀରେ ମଣିଷର ଜୀବନରେ ସମ୍ମାନ ବହୁତ ମିଳିଥାଏ ।

 

୮) ମାଲବ୍ୟ ଯୋଗ : ଏହି ଯୋଗରେ ଯେଉଁ ଲୋକଙ୍କର ଜନ୍ମ ହୋଇଥାଏ ସେମାନେ କଳା କ୍ଷେତ୍ରରେ ସଫଳତା ଅର୍ଜନ କରିଥାନ୍ତି , ଏହି ରାଜଯୋଗରେ ଲୋକ ଫିଲ୍ମରେ କିମ୍ବା ଫ୍ୟାସନ୍ ଦୁନିଆଁରେ ବହୁତ ଲୋକପ୍ରିୟତା ହାସିଲ୍ କରନ୍ତି ,

 

୯) ଶଶ ଯୋଗ : କୁଣ୍ତଳୀରେ ରାଜଯୋଗ ହେବାପରେ ମଣିଷକୁ ବିଜନେସ୍ କିମ୍ବା ଚାକିରି କ୍ଷେତ୍ରରେ ସଫଳତା ମିଲିଥାଏ , ଓ ମଣିଷ ଉଚ୍ଚ ପଦରେ କାର୍ଯ୍ୟ କରିଥାଏ , ସେମିତି ଏହି ରାଜଯୋଗ ସପ୍ତମ ଭାବ କିମ୍ବା ଦଶମ ଭାବରେ ଥିଲେ ବ୍ୟକ୍ତି ଅପାର ଧନର ଅଧିକାରୀ ହୋଇଥାଏ ,

 

୧୦)  କୁବେର ଯୋଗ : କୁବେର ଯୋଗ ହେବା ଦ୍ୱାରା ମଣିଷ ଜୀବନରେ ସବୁବେଳେ ଯଶ ମିଳିଥାଏ , ଓ ଜନ୍ମରୁ ସେ ଧନୀ ହୋଇଥାଏ , କୁବେର ଯୋଗ ଯେଉଁ ଲୋକଙ୍କର କୁଣ୍ତଳିରେ ହୋଇଥାଏ , ସେମାନେ ସବୁବେଳେ ସୁଖୀ ରୁହନ୍ତି ,

ରାଜଯୋଗ ଛଡା ବିଶେଷ ଯୋଗ ଯଦି କୁଣ୍ତଳିରେ ଥାଏ ତେବେ ସବୁ ଯୋଗରେ ଅଲଗା ଅଲଗା ପ୍ରକାରର ଲାଭ ଯୋଡି ହୋଇଥାଏ ।

Leave a Reply

Your email address will not be published. Required fields are marked *