October 26, 2024

Odia Express

Leading Odia News Portal of Odisha

ଘରେ ସବୁଠାରୁ ବଢିଆ ଫ୍ଲୋର୍ କ୍ଲିନର୍ ବନାଇବା ଶିଖିନିଅନ୍ତୁ , କେବେ ବଜାରରୁ କିଣିବାକୁ ପଡିବ ନାହିଁ ଓ ଘର ସବୁବେଳେ ଚମକୁଥିବ..

ଆମର ଘରର ଚଟାଣ ଏପରି ହୋଇଥାଏ ଯେଉଁଠି ଆମେ ବିନା କିଛି ବିଛାଇ ଶୋଇ ପଡୁ, ଓ ଛୁଆ ବି ଚଟାଣରେ ଖେଳୁଥାନ୍ତି , ଏମିତିରେ ଜରୁରୀ ହୋଇଥାଏ କି ନିଜ ଘରର ଚଟାଣକୁ ସଫା ସୁତୁରା ରଖିବା , ଓ ଛୁଆଙ୍କୁ ଚଟାଣର କେଉଁ ଇନଫେକ୍ସନ୍ ନହେଉ , ଏମିତିରେ ଆମେ ବଜାରରୁ ନାନାଦି ଫ୍ଲୋର୍ କ୍ଲିନର୍ ଆଣି ବ୍ୟବହାର୍ କରୁଥାଉ , କିନ୍ତୁ ଆଜି ଆମେ ଯେଉଁ ଫ୍ଲୋର୍ କ୍ଲିନର୍ କଥା କହିବାକୁ ଯାଊଛୁ ତାହା ଆପଣ ଘରେ ଲମ୍ବା ସମୟ ଯାଏଁ ବ୍ୟବହାର କରିପାରିବେ , ଏହି ଫ୍ଲୋର୍ କ୍ଲିନର୍ ଆମେ ଏମିତି ଜିନିଷଗୁଡିକ ବ୍ୟବହାରରେ ଲଗାଇଛୁ ଯାହା ଆପଣଙ୍କ ଚଟାଣକୁ ସଫା କରିଥାଏ ତାହା ସହ ଘରକୁ ଆସୁଥିବା ନକରାତ୍ମକ ଶକ୍ତିଗୁଡିକ ଦୂରରେ ରଖିଥାଏ , ଆପଣଙ୍କ ଘରର ବାତାବରଣ ଶୁଦ୍ଧ ବି ରଖିଥାଏ ,

 

ସାମଗ୍ରୀ ଉପକରଣ : ଲିମ୍ବର ପତ୍ର, କର୍ପୁର , ଲୁଣ, ଫିନାଇଲ୍

ଫ୍ଲୋର୍ କ୍ଲିନର୍ ବନାଇବାକୁ ହେଲେ ଏକ କାଚ ଗ୍ଲାସ୍ ନିଅନ୍ତୁ , ଓ ଏହା ମଧ୍ୟରେ କର୍ପୁର ଓ ତିନିରୁ ଚାରୋଟି ଖଣ୍ତ କର୍ପୁର ପକାଇଦିଅନ୍ତୁ , ଓ ଏହାକୁ ପାଉଡର୍ ବନାଇଦିଅନ୍ତୁ , ଏବେ ଏହାକୁ ବତୁରାଇଲା ପରେ ଲିମ୍ବର ପତ୍ରକୁ ସିଝାନ୍ତୁ , ଓ ଛାଣିନିଅନ୍ତୁ , ଏବେ ଏହି ପାଣିର ଭିତରେ ଲିମ୍ବର ପତ୍ରକୁ ପାଉଡର୍ ମିଶାନ୍ତୁ , ଓ ଏହାକୁ ଏକ ବୋତଲରେ ଭରିଦିଅନ୍ତୁ , ଏବେ ଏହି ବୋଟଲରେ କର୍ପୁରର ପାଉଡର୍ , ଲୁଣ, ଓ ଫିନାଇଲ୍ ତିନି ଚାରି ବୁନ୍ଦା ମିଶାନ୍ତୁ , ଏବେ ଭଲ ଭାବେ ମିଶ୍ରଣ ବି କରିନିଅନ୍ତୁ , ଓ ଛଅ ଘଣ୍ଟା ରଖିଦିଅନ୍ତୁ , ଯାହା ଦ୍ୱାରା ସବୁ ମିଶ୍ରଣ ପାଣିରେ ମିଶିଯାଉ ।

 

ଘରୋଇ ଭାବେ ପ୍ରସ୍ତୁତ ଏହାକୁ ବ୍ୟବହାର କରିବାପାଇଁ ଏକ ବାଲଟିରେ ପାଣିନିଅନ୍ତୁ , ଓ ଏହାର ଭିତରେ ଏହି ମିଶ୍ରଣକୁ ମିଶାନ୍ତୁ , ଓ ଘରର ଚଟାଣରେ ପକାଇ ପୋଛିଦିଅନ୍ତୁ , ଏହି କ୍ଲିନର୍ କୁ ବ୍ୟବହାର କରିବାପରେ ଘରୁ ମାଛି, କକୋରୋଚ୍ ଆଦି ପ୍ରବେଶ କରିବେ ନାହିଁ , ଏହା ଛଡା କ୍ଲିନର୍ ରେ ଲୁଣ ବ୍ୟବହାର କରିପାରିବେ , ଏହା ଦ୍ୱାରା ଘର ମଧ୍ୟରେ ନକରାତ୍ମକ ଉର୍ଜାର ପ୍ରବେଶ ହୋଇପାରିବ ନାହିଁ , ଏତିକି ନୁହେଁ କର୍ପୁରର ଆପଣଙ୍କ ଘରର ବାତାବରଣ ସୁଗନ୍ଧିତ ରଖିବ ।

Leave a Reply

Your email address will not be published. Required fields are marked *