October 22, 2024

Odia Express

Leading Odia News Portal of Odisha

ଜ୍ୱାଇଁ ପୁଅକୁ ପ୍ରେମ କରିବସିଲେ ଶାଶୁ, ଦୁଇ ଜଣ ବାହାହେଲେ , ଝିଅ ହେଲା ସଉତୁଣୀ – ଜାଣନ୍ତୁ କଣ ଥିଲା ପୁରା ଘଟଣା

ଜଣେ ମହିଳା ନିଜ ଝିଅର ସ୍ୱାମୀକୁ ପ୍ରେମ କରି ବସିଲେ । ମହିଳା ଆଶା ଦେବୀ କିଛି ବର୍ଷ ପୂର୍ବେ ନିଜ ଝିଅର ବାହାଘର ବଡ ଧୁମ୍ ଧାମ୍ ରେ କରିଥିଲେ । କିନ୍ତୁ ତାଙ୍କ ଜ୍ୱାଇଁପୁଅ ସହ ପୂର୍ଣ୍ଣିଆ କୋର୍ଟରେ ବାହା ହେଇଗଲେ । ବିହାରର ମଧେପୁରା ଜିଲ୍ଲାର ପୁରେନି ଗାଁ ରେ ପ୍ରେମର ଏକ ଅଜୀବ ମାମଲା ସାମନାକୁ ଆସିଛି । ଜଣେ ମହିଳା ନିଜ ଝିଅର ସ୍ୱାମୀକୁ ପ୍ରେମ କରିବସିଥିଲେ । ତାପରେ ପୂର୍ଣ୍ଣିଆ କୋର୍ଟରେ ବାହା ହେଇ ଗଲେ । ବାହାଘରର ସାକ୍ଷୀ କୋର୍ଟର ଓକିଲ ହେଇଗଲେ । ଏହାପରେ ଝିଅଟି ପ୍ରଥମେ ବେହୋସ୍ ହେଇଗଲା ତା ପରେ ସଦମା ରେ ଆସିଗଲା।

ବାହାଘରର କିଛି ଦିନରେ ସୁରଜ ବିମାର ହେଇଗଲା । ଜ୍ୱାଇଁପୁଅର ଦେହ ଖରାପ ଯୋଗୁଁ ଶାଶୁ ଦେଖିବା ପାଇଁ ପଳେଇ ଆସିଲେ । ତାପରେ ଦୁହେଁ ଦୁହିଁକୁ ଭଲ ପାଇବସିଲେ । ଦୁହେଁ ଘଣ୍ଟା ଘଣ୍ଟା ଧରି ଫୋନ୍ ରେ କଥା ହେଉଥିଲେ ।ସୁରଜ ର ଶଶୁର ଦିଲ୍ଲୀର କେଉଁ କାରଖାନାରେ କାମ କରୁଥିଲେ । ସେଥିପାଇଁ ଆଶାକୁ ଦେଖା କରିବାକୁ ପଳେଇଆସୁଥିଲା । ଗୋଟେ ଦିନ ଏମିତି ହେଲା କି ସୁରଜ ଘର ଛାଡି ଶାଶୁଙ୍କ ଘରେ ଯାଇ ପହଞ୍ଚିଲା ।

ଯୁବକର ଶଶୁର ନିଜ ଝିଅ ଲଲିତା କୁ ନେଇ ଗାଁକୁ ପଳେଇଆସିଲା । ଝିଅର ବାପା ମାନେ ମହିଳାର ପ୍ରଥମ ସ୍ୱାମୀ କହିଲେ କି ଯଦି ମୋ ଜ୍ୱାଇଁ ମୋ ସ୍ତ୍ରୀକୁ ବାହା ହେଇସାରିଲେଣି ତେବେ ଏମାନଙ୍କ ପାଖରେ ନିଜ ଝିଅକୁ ଛାଡିବା କଣ ଦରକାର ।ଏମିତି ବି ମୋ ଝିଅ ହଇରାଣ ହୋଇ ମରିଯିବ । ଗାଁ ଲୋକଙ୍କୁ ଯେମିତି ଏହି ବାହାଘର ବିଷୟରେ ଜାନକାରୀ ମିଳିଲା , ପଞ୍ଚାୟତ ବସେଇ ଶାଶୁ ଓ ଜ୍ୱାଇଁପୁଅଙ୍କୁ ସାଥିରେ ରହିବାକୁ ଅନୁମତି ଦେଇଦେଲେ । ପଞ୍ଚାୟତ କହିଲେ କି ଶାଶୁ ଓ ଜ୍ୱାଇଁପୁଅର ଯଦି ଏମିତି ଅତୁଟ ପ୍ରେମ ଅଛି । ତେବେ ସାଥିରେ ରହିବାକୁ ଦିଆଯାଉ । ଏଥିପାଇଁ କେହି ଅରାଜି ହେବା ଦରକାର ନୁହେଁ । ପଞ୍ଚାୟତର ଫଇସଲା ରେ ଶାଶୁ ଓ ଜ୍ୱାଇଁପୁଅ ଖୁସି ଅଛନ୍ତି

Leave a Reply

Your email address will not be published. Required fields are marked *