October 22, 2024

Odia Express

Leading Odia News Portal of Odisha

ବିଧବା ନାରୀଙ୍କୁ ବିବାହ କରିବାର ଲାଭ, ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ..

ବନ୍ଧୁଗଣ ପ୍ରତ୍ୟେକ ଝିଅର ବାଲ୍ୟକାଳରୁ ସ୍ଵପ୍ନ ଥାଏ ଯେ ସେ ତାର ବିବାହ ଏକ ଭଲ ପରିବାର ରେ ହେଉ ଓ ତାର ସ୍ଵାମୀ ତାକୁ ସବୁବେଳ ପାଇଁ ଖୁସିରେ ରଖନ୍ତୁ । ଗୋଟିଏ ଝିଅ ଜନ୍ମ ହେବାମାତ୍ରେ ତାର ପିତା ମାତାଙ୍କୁ ତାର ବିବାହ ଚିନ୍ତା ଘାରେ। ଝିଅ ଯେବେ ବଡ ହୋଇଯାଏ ତେବେ ତାର କନ୍ୟାଦାନ କରି ତାକୁ କାହା ହାତରେ ଦେଇ ଦିଆଯାଏ । ଗୋଟିଏ ମୂହୁର୍ତ୍ତରେ ସେ ପର ହୋଇଯାଏ । ଝିଅ ମାନଙ୍କ ପାଇଁ ସେମାନଙ୍କ ଶାଶୁଘର ହିଁ ସବୁକିଛି ଅଟେ । କିଛି ଝିଅ ନିଜ ସହ ଏପରି ଭାଗ୍ୟ ଆଣିଥାନ୍ତି କି ସେମାନେ ନିଜ ପରିବାର ପାଇଁ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ଆଉ କିଛି ଝିଅଙ୍କ ଭାଗ୍ୟରେ କାନ୍ଦିବା ଲେଖାହୋଇ ଥାଏ ।

 

ଅନେକ ସମୟରେ କିଛି ଦୁର୍ଘଟଣା କିମ୍ବା ଅଘଟଣ ଯୋଗୁ କୌଣସି ମହିଳାଙ୍କର ପତିଙ୍କର ଦେହାନ୍ତ ହୋଇଯାଏ । ସ୍ବାମୀଙ୍କ ଚାଲିଯିବା ପରେ ତାଙ୍କ ସ୍ତ୍ରୀ ଙ୍କ ସଂପୂର୍ଣ୍ଣ ଜୀବନ ରଙ୍ଗହୀନ ହୋଇଯାଏ । ସେହି ନାରୀଙ୍କୁ ସମାଜ ବିଧବା ନାମରେ ଜାଣେ । ଏବେ ବର୍ତ୍ତମାନ ସମୟରେ ବିଧବା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହେଉଛି । ଯଦି ଆପଣ ଅତୀତ କଥା ଜାଣିବେ ତେବେ ଆପଣଙ୍କ ଆଖିରୁ ଲୁହ ନିର୍ଗତ ହେବ । ସେହି ସମୟରେ ବିଧବା ମାନଙ୍କୁ ବିଭିନ୍ନ ଖରାପ କଥା ଶୁଣିବାକୁ ପଡୁଥିଲା ।

 

ଗୋଟିଏ ବିଧବା ନାରୀକୁ ଆଗାମୀ ସମୟ ଜୀବନ ଧାରଣ କରିବା ମୁସ୍କିଲ ହେଉଥିଲା । କିନ୍ତୁ ଆଜିର ସମୟରେ ବହୁତ କିଛି ପରିବର୍ତ୍ତନ ହେଲାଣି । ଆଜି ଯଦି ଆପଣ ଏକ ବିଧବା ନାରୀକୁ ବିବାହ କରନ୍ତି ତେବେ ଆପଣଙ୍କୁ ଏପରି ଅନେକ ଲାଭ ହେବ ଯାହା ଆପଣ କେବେ ଭାବି ନଥିବେ । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଲାଭ ବିଷୟରେ କହିବୁ ଯାହାକି ଏକ ବିଧବା କୁ ବିବାହ କରିବା ପରେ ପ୍ରାପ୍ତ ହେବ ।

ଯଦି ଆପଣ କୌଣସି ବିଧବାଙ୍କୁ ବିବାହ କରନ୍ତି ତେବେ ସେ ସବୁ ସମୟରେ ଆପଣଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିବେ । ତାଙ୍କୁ ଏହି ବିଷୟର ଅନୁଭବ ହେବ କି ଆପଣ ଯିବା ପରେ ତାଙ୍କ ଜୀବନ କିଭଳି ହୋଇଯିବ । ଏଥିପାଇଁ ସେ ନୂଆବୋହୂ ଭଳି ଆପଣଙ୍କ ସଙ୍ଗେ ଝଗଡା କରିବେ ନାହିଁ । ଆପଣଙ୍କ ସବୁକଥାର ଆଦର କରିବେ ।

 

ସେ ଆପଣଙ୍କ ପ୍ରତି ସୁଖ ଦୁଃଖ ସମୟରେ ସାଥିରେ ରହିବେ । ଯେତେବେଳେ ଆପଣଙ୍କୁ ସାହାଯ୍ୟ କରିବାକୁ କେହି ନଥିବେ ସେ ଢାଲ ରୂପରେ ଆପଣଙ୍କ ପାଖରେ ଛିଡା ହୋଇଯିବେ । ଏକ ବିଧବା ନାରୀ ଏହି କଥା ଖୁବ ଭଲ ଭାବରେ ବୁଝିଥାଏ ଯେ ତା ପାଇଁ ତାର ସ୍ଵାମୀ କଣ ଓ ସେ ନିଜର ବିବାହ କୁ ଆହୁରି ଅଧିକ ଉନ୍ନତ କାଇବା ପାଇଁ ଧ୍ୟାନ ଦିଏ । ସେ ଏଭଳି କିଛି କର୍ମ କରେ ନାହିଁ ଯଦ୍ୱାରା ତାର ସ୍ଵାମୀଙ୍କର ମଥାନତ ହେବ କିମ୍ବା ତାଙ୍କୁ ଖରାପ ଲାଗିବ ।

ବିଧବା ନାରୀ ଜୀବନରେ ଯେବେ ବି ଦୁଃଖ କିମ୍ବା ବିପଦ ଆସେ ସେତେବେଳେ ସେ ନିଜର ଅତୀତକୁ ମନେପକେଇ କ୍ରନ୍ଦନ କରିବା ପରିବର୍ତ୍ତେ ତାହାକୁ ଦୃଢ ମୁକାବିଲା କରିଥାଏ । ଏହି ପ୍ରକାର ସାହସ କେବଳ ଏକ ବିଧବା ସ୍ତ୍ରୀ ଦେଖେଇ ପାରେ । ସେ ନିଜର ପୁରା ପରିବାର ନିମନ୍ତେ ଢାଲ ହୋଇ ଆଗରେ ଛିଡା ହୋଇଥାଏ ।

Leave a Reply

Your email address will not be published. Required fields are marked *