୧୩ ଅଗଷ୍ଟ ୨୦୧୯ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ୩ଟି ରାଶିକୁ ମା ଲକ୍ଷ୍ମୀ ଙ୍କ ଶୁଭ ଦୃଷ୍ଟି ମିଳିବ
ମେଷ : ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ । ଆଜି ଆପଣଙ୍କୁ କୌଣସି ସମସ୍ୟାର ସାମନା କରିବାକୁ ପଡ଼ିପାରେ। ମନ ଚିନ୍ତାରେ ବ୍ୟଗ୍ର ରହିବ। ଶାରୀରିକ ରୂପରେ ଫୂର୍ତ୍ତିର ଅଭାବ ରହିବ ଆଳସ୍ୟ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ଉପର ଅଧିକାରୀମାନଙ୍କର ବ୍ୟବହାର ନକାରାତ୍ମକ ରହିବ। ସନ୍ତାନମାନଙ୍କର ସ୍ଵାସ୍ଥ୍ୟ ବିଷୟରେ ଚିନ୍ତା ରହିବ ଏବଂ ତାଙ୍କର ସହିତ ମତଭେଦ ମଧ୍ୟ ହୋଇପାରେ।
ବୃଷ : ଆଜି ଆପଣଙ୍କୁ ନିଜ କାର୍ଯ୍ୟାଳୟ କିମ୍ବା ଘରେ କିଛି ଚ଼ିନ୍ତା ଅନୁଭବ ହୋଇପାରେ । ସମ୍ଭାବନା ଯେ ଆପଣଙ୍କର ଆଖପାଖ ଲୋକ ରାଗରେ ରହିପାରନ୍ତି ,ଯାହାର ପ୍ରଭାବ ଆପଣଙ୍କର ମୁଡ଼୍ ଉପରେ ମଧ୍ୟ ପଡ଼ିପାରେ । କାହା ସହିତ ବାଦ-ବିବାଦ କିମ୍ବା ଝଗଡ଼ା କରନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରଖିବାରେ ଆପଣଙ୍କର ହିତ ହେବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ରହସ୍ୟମୟ ବିଷୟ ତଥା ଗୂଢ଼ ବିଦ୍ୟା ପ୍ରତି ଆପଣ ଆକର୍ଷିତ ହେବେ ଏବଂ ଆଧ୍ୟାତ୍ମିକ ଚିନ୍ତା ଦ୍ଵାରା ମାନସିକ ଶାନ୍ତି ପ୍ରାପ୍ତ କରି ପାରିବେ।
ମିଥୁନ : ଆଜି ଆପଣ ଏମିତିହିଁ ଗପିବା ସମୟରେ ନିଜର ଶବ୍ଦଗୁଡ଼ିକୁ ବୁଝି ବିଚ଼ାରକରି କହିବେ । ଆପଣ କାହାକୁ କ`ଣ କହୁଛନ୍ତି ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କର ଶବ୍ଦଗୁଡ଼ିକୁ ବୁଲେଇ ଆପଣଙ୍କ ବିରୋଧରେ ବ୍ୟବହାର କରାଯାଇପାରେ । ଆପଣଙ୍କ ବାଣୀ କାରଣରୁ କୌଣସି ସମସ୍ୟା ନ ହେଉ ଏହାର ଧ୍ୟାନ ରଖିବେ। ଉଗ୍ରତାର କାରଣ କୌଣସି ଝଗଡ଼ା ନ ହେଉ ଏହାର ଧ୍ୟାନ ରଖିବେ। ଆଜି ଆଖିରେ ପୀଡ଼ା ହୋଇପାରେ। ପରିଜନମାନଙ୍କ ସାଥିରେ କଳହ ହେବାର ଆଶଂକା ଅଛି। ଆଜି ଆୟ କମ ଏବଂ ଖର୍ଚ୍ଚ ଅଧିକ ହେବ।
କର୍କଟ : ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ଲାଭକାରୀ ଅଟେ। ଚାକିରି ଏବଂ ବ୍ୟାପାରରେ ମଧ୍ୟ ଲାଭର ସଂକେତ ଅଛି। ମିତ୍ରମାନଙ୍କ ସାଥିରେ ଆନନ୍ଦପୂର୍ବକ ସମୟ ବିତାଇ ପାରନ୍ତି। ଅବିବାହିତ ଲୋକମାନଙ୍କର ପାଇଁ ବିବାହର ଯୋଗ ଅଛି। ଆୟର ସାଧନରେ ବୃଦ୍ଧି ହେବ। ଆକସ୍ମିକ ଧନ ମିଳିବ। ଯାତ୍ରା କରିପାରନ୍ତି।
ସିଂହ : ଆଜି ଆପଣଙ୍କ ଜୀବନରେ ଭ୍ରମ ସୃଷ୍ଟି ହୋଇପାରେ, ସାବଧାନ ରୁହନ୍ତୁ । ନିଜ ବାଣୀ ଉପରେ ଧ୍ୟାନ ଦିଅନ୍ତୁ ଯେଉଁ ଥିରେ କି ଆପଣ ଆପଣଙ୍କର ସାଙ୍ଗ ମାନଙ୍କୁ କିଛି ଭୂଲ କଥା ନ କୁହନ୍ତୁ । ଆପଣଙ୍କ କାର୍ଯ୍ୟକ୍ଷେତ୍ର ପାଇଁ ଆଜିର ଦିନ ବିଶେଷ ହୋଇପାରେ। ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ଆପଣ ଆଜି ନିଜର କାର୍ଯ୍ୟ ଦୃଢ ମନୋବଳ ଏବଂ ପୂର୍ଣ୍ଣ ଆତ୍ମବିଶ୍ଵାସ ସହିତ ସଂପନ୍ନ କରିବେ। ପିତାଙ୍କ ସହିତ ସଂବନ୍ଧ ପ୍ରେମପୂର୍ଣ୍ଣ ରହିବ ଏବଂ ତାଙ୍କଠାରୁ ଲାଭ ମଧ୍ୟ ହେବ। ଜମି, ବାହନ, ସଂପତ୍ତି ସଲଗ୍ନ କାର୍ଯ୍ୟ କରିବାକୁ ଆଜିର ଦିନ ଅନୁକୂଳ ଅଟେ।
କନ୍ୟା : ଆଜି ଆପଣ ବିଶ୍ରାମ କରନ୍ତୁ କାରଣ ଆପଣଙ୍କୁ କିଛି ସମସ୍ୟା ପାଇଁ ଅସୁବିଧା ହୋଇ ପାରେ । ବେଶୀ ଚ଼ିନ୍ତା କରନାହିଁ, ଆପଣଙ୍କର ସମସ୍ତ ସମସ୍ୟା ଶୀଘ୍ରହିଁ ଶେଷ ହୋଇଯିବ । ଆପଣ ନିଜର ପରିବାରର ଆର୍ଥିକ ଆବଶ୍ୟକତାକୁ ଆଜି ସମ୍ପୂର୍ଣ୍ଣ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମନରେ ଉତ୍ସାହ ତଥା ବିଚାରରେ ସ୍ଥିରତା କାରଣରୁ ସମସ୍ତ କାର୍ଯ୍ୟ ଆପଣ ଭଲ ଭାବରେ କରି ପାରିବେ। ଆଜି ମନୋରଞ୍ଜନ, ସୌନ୍ଧର୍ଯ୍ୟ-ପ୍ରସାଧନ, ଆଭୂଷଣ ଆଦିରେ ଖର୍ଚ୍ଚ ହେବ।
ତୁଳା : ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚ଼ତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚ଼ିତ୍ । ଘର ପରିବାରର କାମ ସମ୍ପୂର୍ଣ୍ଣ କରିବା ପାଇଁ ଟିକେ ବୁଦ୍ଧି ବିବେକରେ କାମ କରିବାକୁ ହେବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନହେଲେ କୌଣସି ବାଦ-ବିବାଦ କିମ୍ବା ମନମାଳିନ୍ୟ ହୋଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ, ନିରର୍ଥକ ଖର୍ଚ୍ଚ କରନ୍ତୁ ନାହିଁ। ଆର୍ଥିକ ବିଷୟଗୁଡ଼ିକରେ ସାବଧାନ ରୁହନ୍ତୁ।
ବିଚ୍ଛା : ଆଜି ଆପଣ ରାଗର ଶିକାର ହୋଇପାରନ୍ତି, ନିଜ ରାଗଉପରେ ପୂରାପୁରି ଭାବରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ । କିଛିବି ହେଉ ନିଜ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ କଳିଠାରୁ ବଞ୍ଚନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ମନୋରଞ୍ଜନର ଦିନ ଅଟେ। ମିତ୍ରମାନଙ୍କ ସହିତ ପାର୍ଟି କିମ୍ବା ପିକନିକରେ ଆଜିର ଦିନ ବହୁତ ଭଲ ଭାବରେ ବିତିବ। ବସ୍ତ୍ରାଭୂଷଣ, ବାହନ ତଥା ଭୋଜନ ଭଲ ସୁଖ ପ୍ରାପ୍ତ ହେବ। ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।
ଧନୁ : ଆଜି କାଲି ଯେଉଁ ସମସ୍ୟା ବଢି ଚ଼ାଲିଛି ଆପଣ ତାହାକୁ ଠିକ୍ ଭାବରେ ବୁଝି ଶେଷ କରିବା ପାଇଁ ଚ଼େଷ୍ଟା କରିବା ଉଚିତ୍ । ମାନସିକ ଶାନ୍ତି ପାଇଁ ବାହାରେ କେଉଁଠିବି ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ଭଲ ବହି ପଢ଼ି ପାରନ୍ତି । ଆଜିର ଦିନ ଆପଣଙ୍କ ପାଇଁ ବହୁତ ଅନୁକୂଳ ଅଟେ। ଘରର ବାତାବରଣ ଆନନ୍ଦପ୍ରଦ ରହିବ। ଶାରୀରିକ ରୂପରେ ସୁସ୍ଥ ରହିବେ ଏବଂ ମନ ମଧ୍ୟ ପ୍ରସନ୍ନ ରହିବ। ଚାକିରି ଏବଂ ବ୍ୟବସାୟ ସ୍ଥଳର ବାତାବରଣ ଅନୁକୂଳ ରହିବ। ମା’ ଘରୁ ଭଲ ସମାଚାର ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।
ମକର : ଆଜି ଆପଣ ନିଜ ମନ ଖୁସିରଖନ୍ତୁ, ଛୋଟ ବଡ଼ ସମସ୍ୟାରେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆପଣ ଯୁକ୍ତି କରିବା ମୁଡ଼ରେ ଲାଗୁଛନ୍ତି, ତଥାପି ଆପଣ ସବୁକିଛି ସମ୍ଭାଳି ନେବେ । ଆଜିର ଦିନ ଆପଣ ଅଳସୁଆ ରହିବା କାରଣରୁ ଅସ୍ଵସ୍ଥତା ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ସାଥୀ ଦେବ ନାହିଁ। ଉଚ୍ଚ ଅଧିକାରୀମାନେ ଆପଣଙ୍କର କାର୍ଯ୍ୟରେ ସନ୍ତୋଷ ହେବେ ନାହିଁ। ମନରେ ଦ୍ୱନ୍ଦ୍ୱ ରହିବା କାରଣରୁ ନିର୍ଣ୍ଣୟ ନେବାରେ ବାଧା ଆସିବ। ସନ୍ତାନମାନଙ୍କର ସ୍ଵାସ୍ଥ୍ୟ ବିଗିଡ଼ିପାରେ।
କୁମ୍ଭ : ଆଜି ଆପଣଙ୍କର ଆଖପାଖ ଲୋକ ଆପଣଙ୍କୁ ଭୁଲ ବୁଝିପାରନ୍ତି, ଏଥି ପାଇଁ ଆପଣଙ୍କର ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ । ଯାହାବି କୁହନ୍ତୁ ବୁଝି ସୁଝି କୁହନ୍ତୁ, ଯଦି ଆପଣଙ୍କର ଶବ୍ଦକୁ ଭୁଲ ବୁଝି ନିଆ ଯାଏ ତେବେ ଅସୁବିଧା ହୋଇପାରେ । ସ୍ଵଭାବରେ ଏକୁଟିଆ ପଣ ଛାଡ଼ିବା ପାଇଁ ଉପଦେଶ। ଅଧିକ ଭାବୁକତା କାରଣରୁ ମନରେ ଅସୁସ୍ଥତା ଅନୁଭବ ହେବ। ଘର ଏବଂ ସଂପତ୍ତି ସମ୍ପର୍କୀତ କାର୍ଯ୍ୟରେ ଆଜି ସମ୍ଭାଳିକରି ଚାଲିବାର ଆବଶ୍ୟକତା ଅଛି। ମାତାଙ୍କଠାରୁ ଲାଭ ହେବ। ବିଦ୍ୟାପ୍ରାପ୍ତି ପାଇଁ ଆଜି ଅନୁକୂଳ ଦିନ ଅଟେ। ଆର୍ଥିକ ଆୟୋଜନ ମଧ୍ୟ ଭଲ ଭାବରେ ହେବ।
ମୀନ : ଆଜି ଯୁକ୍ତି କିମ୍ବା କଳି ହେବାର ସମ୍ଭାବନା ଅଛି । ଏଥିପାଇଁ ଆପଣ କୌଣସି ଯୁକ୍ତି କିମ୍ବା କଳିରେ ନପଡ଼ିବା ପାଇଁ ଚ଼େଷ୍ଟା କରନ୍ତୁ । ଯଦି ଆପଣଙ୍କୁ ଲାଗେ କି ପରିସ୍ଥିତି ବିଗୁଡ଼ୁଛି ତେବେ ଆପଣ ନିଜକୁ ତା` ଠାରୁ ଦୂରରେ ରଖନ୍ତୁ । ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ଆଜିର ଦିନ ଶୁଭ ଅଟେ। ବିଚାରରେ ସ୍ଥିରତା ତଥା ମନରେ ଦୃଢ଼ତା ରହିବାରୁ ଆପଣ ନିଜର କାର୍ଯ୍ୟ ବହୁତ ଭଲ ଭାବରେ କରି ପାରିବେ। ମିତ୍ରମାନଙ୍କ ସାଥିରେ ଯାତ୍ରା କିମ୍ବା ପର୍ଯ୍ୟଟନର ଆୟୋଜନ କରିବେ। ଭାଇ-ବନ୍ଧୁମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ। ସାମାଜିକ ରୂପରେ ମାନ-ସମ୍ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ।