ମହିଳାଙ୍କୁ ବ୍ୟୁଟିପାର୍ଲର ଯିବା ମହଙ୍ଗା ପଡିଲା , ଏମିତି କିଛି ହେଲା ଯେ ଡାକ୍ତରଙ୍କୁ ଆଙ୍ଗୁଠି କାଟିବାକୁ ପଡିଲା – ଦେଖନ୍ତୁ ଓ ସାବଧାନ ହେଇଯାନ୍ତୁ..
ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଯେ ଯାହା ବିଷୟରେ ଶୁଣିଲେ କାହାର ମଧ୍ୟ ଏହି ଖବର ଉପରେ ବିଶ୍ଵାସ ହେବ ନାହିଁ। ହଁ ଆଜ୍ଞା , ପ୍ରକୃତରେ ଏଠାରେ ଜଣେ ମହିଳାଙ୍କୁ ବ୍ୟୁଟି ପାର୍ଲର ଯିବା ଖୁବ ମହଙ୍ଗା ପଡିଛି | ପ୍ରକୃତରେ ଏହି ମହିଳା ଯେବେ ପାର୍ଲରରୁ ଫେରିଲେ ସେତେବେଳେ ତାଙ୍କ ଆଙ୍ଗୁଳିରେ ଏକପ୍ରକାର ବ୍ୟାକ୍ଟେରିଆଲ ଇନଫେକସନ ହୋଇଗଲା । ତତ୍କାଳ ସେ ଡାକ୍ତରଙ୍କ ପାଖରେ ପହଞ୍ଚିଲେ, ଯେଉଁଠାରେ ଲଗାତାର 6ଟି ଅପରେସନ କରାଗଲା । ଏତିକି ନୁହେଁ ଏହି ବ୍ୟାକ୍ଟେରିଆ ଏତେ ଭୟଙ୍କର ଥିଲେ ଯେ ମହିଳାଙ୍କ ଜୀବନ ବଞ୍ଚାଇବାକୁ ଯାଇ ସେହି ଆଙ୍ଗୁଳିକୁ କାଟିବାକୁ ପଡିଲା ।
ପ୍ରକୃତରେ ଷ୍ଟେଲା ଫାଲ୍କନ ନାମକ ମହିଳା ମେନିକ୍ୟୁର କରେଇବା ନିମନ୍ତେ ଏକ ବ୍ୟୁଟି ପାର୍ଲର ଯାଇଥିଲେ । ଏଠାରେ ମେନିକ୍ୟୁର କରିବା ସମୟରେ ତାଙ୍କ ଆଙ୍ଗୁଳି କଟି ଯାଇଥିଲା ଓ ବ୍ୟୁଟିସିଆନ ତାଙ୍କ କ୍ଷତ ପରିଷ୍କାର କରିଦେଇଥିଲେ ଓ ମାମୁଲି କ୍ଷତ ଭାବି ପୁଣି କାମ ଆରମ୍ଭ କରିଦେଇଥିଲେ । କିନ୍ତୁ ଘରେ ପହଞ୍ଚିବା ପରେ ତାଙ୍କୁ ଜ୍ଵର ହେଲା । ଏତିକି ନୁହେଁ ତାଙ୍କର ଆଙ୍ଗୁଳିରେ ଅଦ୍ଭୁତ ପ୍ରକାର ଫୁଲା ଦେଖାଦେଇଥିଲା ।
ଏହି ଘଟଣାକୁ ନେଇ ମହିଳା କହିଲେ ଯେ, “ ଯେଉଁ ଯନ୍ତ୍ରପାତି ଦ୍ଵାରା ମେନିକ୍ୟୁର କରାଯାଉଥିଲା , ତାହା ଭଲଭାବରେ ପରିଷ୍କାର କରାଯାଇନଥିଲା । ସେଥିରେ ମୋତେ ଏହି ଇନଫେକସନ ହେଇଗଲା” ଡାକ୍ତର ମାନେ କହିଲେ ଯେ ଯଦି ଷ୍ଟେଲାଙ୍କ ଆଙ୍ଗୁଳି କାଟି ନଥାନ୍ତୁ ତେବେ, ଏହି ଭୟଙ୍କର ବ୍ୟାକ୍ଟେରିଆ ତାଙ୍କ ଶରୀରରେ ଖେଳିଯାଇଥାନ୍ତା ଓ ତାଙ୍କର ଜୀବନ ଯାଇଥାନ୍ତା ।
କଣ କହିଲେ ବିଶେଷଜ୍ଞ
ଅଷ୍ଟ୍ରେଲିଆନ ମେଡିକାଲ ଆସୋସିଏସନର ପ୍ରଫେସର କୈରନ ଫେଲପସଙ୍କ ଅନୁଯାୟୀ, “ ମୁନେ ଏହି ପ୍ରକାର ଅନେକ ଘଟଣା ଦେଖିଛି । ପ୍ରାୟତଃ ଏଭଳି ସଂକ୍ରମଣ ପାର୍ଲରର ଯନ୍ତ୍ରପାତି ଶୋଧ ନକରିବା କାରଣରୁ ହୋଇଥାଏ । ଅନେକ ଲୋକଙ୍କ ଉପରେ ଏହି ଜନ୍ତ୍ର ଓ ଇକ୍ୟୁପମେଣ୍ଟ ବ୍ୟବହାର କରାଯାଏ , ଯାହାଦ୍ୱାରା ସଂକ୍ରମଣ ହେବାର ବିପଦ ସବୁବେଳେ ରହେ । ଏହି ମାମଲାରେ ତୁରନ୍ତ ମେଡିକାଲ ସାହାଯ୍ୟ ନେବା ଆବଶ୍ୟକ।