June 13, 2025

Odia Express

Leading Odia News Portal of Odisha

ଜିଓର ଏକ ବଡ ଘୋଷଣା : ମାଗଣାରେ ମିଳିବ ସେଟ୍ ଅପ୍ ବକ୍ସ ଓ ଟିଭି – ଫିଲ୍ମ ରିଲିଜ୍ ହେବାଦିନ ପ୍ରଥମେ ଘରେ ବସି ଦେଖିପାରିବେ ନୂଆ ନୁଆ ଫିଲ୍ମ …

ଆଜି ଏ ଡିଜିଟାଲ୍ ଇଣ୍ତିଆରେ ରିଲାୟନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କର ବହୁତ ବଡ ଅବଦାନ ଅଛି , ସେ ଯେବେ ଦେଶରେ ମାଗଣା ଜିଓ ସେବା ଆରମ୍ଭ କରିଥିଲେ , ତେବେ ପୁରା ଟେଲିକମ୍ ଇଣ୍ତଷ୍ଟ୍ରିରେ ହଇଚଇ ହେଇଗଲା , ଏହି କାରଣରୁ ଆଜି ଟେଲିକମ୍ ସେକ୍ଟରରେ ଥିବା ଅନ୍ୟ ଟେଲିକମ୍ ଅପରେଟର୍ ମାନେ ଇଣ୍ଟରନେଟ୍ ଦର କମ୍ କରିସାରିଲେଣି , ଏବେ ସୋମବାର ଦିନ ମୁକେଶ ଅମ୍ବାନୀଙ୍କର ରିଲାୟନ୍ସ ଜିଓ ଏକ ବଢିଆ ଉପହାର ଦେଇଛନ୍ତି , ଜିଓ ନିଜ ଆନୁଆଲ୍ ଜେନେରାଲ୍ ମିଟିଙ୍ଗ୍ (AGM) ରେ ଜିଓ ଗିଗା ଫାଇବର୍ ବିଷୟରେ ବହୁତ ବଢିଆ କଥା କହିଛନ୍ତି , ଏହି ସର୍ଭିସ୍ ର ଆରମ୍ଭ ସେପ୍ଟେମ୍ବର ୫ ୨୦୧୯ ରୁ ଆରମ୍ଭ ହେବାକୁ ଯାଉଛି ।ଆପଣଙ୍କୁ ଜଣେଇଦେବୁ କି ସେବା ଦ୍ୱାରା ଆପଣଙ୍କ ଘରକୁ ୱେୟାର୍ଡ ଲାଇନ୍ ଇନଷ୍ଟାଲ୍ କରାଯିବ ,

ଏହାର ଖାସିୟତ୍ ଏହା କି ଏହାର ବ୍ୟବହାର ଆପଣ ଲ୍ୟାଣ୍ତଲାଇନ୍ ଫୋନ୍ କଲିଙ୍ଗ୍ , ଟିଭି ଦେଖିବା ସେଟ୍ ଅଫ୍ ବକ୍ସରେ ଇଣ୍ଟରନେଟ୍ ଚଲାଇବା , କମ୍ୟୁଟର୍ , ମୋବାଇଲ୍ ଆଦି ବ୍ୟବହାର କରିପାରିବେ , ମାନେ ଗୋଟେ ୱେୟାର୍ କନେକ୍ସନ୍ ରୁ ବହୁତ ସାରା ସୁବିଧା ମିଳିପାରିବ , ଏତିକି ନୁହେଁ ମଲ୍ଟି କନଫେରେସିଙ୍ଗ୍ କଲ୍ , ଲାଇଭ୍ ଗେମିଙ୍ଗ୍ , ସ୍ମାର୍ଟ ହୋମ୍ ସଲ୍ୟୁସନ୍ ପରି ସୁବିଧା ଉପଲ୍ଲବ୍ଧ କରାଇବେ ।ଜିଓ ନିଜର ଗ୍ରାହକଙ୍କୁ ସବୁ ବେଳେ ସରପ୍ରାଇଜ୍ ଦେବା ଯୋଗୁଁ ଜଣାଯାଇଥାଏ , ଏହି ନୁଆ ସେବା ନେବା ଦ୍ୱାରା ଆପଣଙ୍କୁ 4k ଟିଭି 4k ସେଟ୍ ଅଫ୍ ବକ୍ସ ବିଲକୁଲ୍ ମାଗଣା ମିଳିବ , ଫ୍ରି ଗିଫ୍ଟ କେବଳ ସେହି ଗ୍ରାହକଙ୍କୁ ମିଳିବ ଯେଉଁମାନେ ଜିଓର ଫର୍ ଏଭର୍ ପ୍ଲାନ୍ ନେବେ , ଏହାର ଅତିରିକ୍ତ ଆପଣ ମାନେ ହାଇ ଡେଫିନେସନ୍ କ୍ୟାଲିଟିର ଏଣ୍ଟରଟେନମେଣ୍ଟ ଯେପରି ଟିଭି ଡିଜିଟାଲ୍ ସର୍ଭିସ୍ ର ଆନନ୍ଦ ନେଇପାରିବେ , ଏମିତିରେ ପ୍ଲାନ୍ ମୁତାବିକ ୧୦୦ ଜିବିପିଏସ୍ ପର୍ଯ୍ୟନ୍ତ ବ୍ରଡବ୍ୟାଣ୍ତ ସ୍ପିଡ୍ ନେଇପାରିବେ , ଏତିକି ନୁହେଁ ଆପଣଙ୍କ ଯେଉଁ ଦିନ ସିନେମା ଘର ଫିଲ୍ମରେ ରିଲିଜ୍ ହେବ , ସେହି ଦିନ ଘରେ ବସି ନିଜ ଟିଭିରେ ନୁଆ ଫିଲ୍ମ ଦେଖିପାରିବେ ,

ଏହି ପ୍ଲାନର୍ ଦାମ୍ କଥା କହିଲେ ଏହାର ଦାମ୍ ୭୦୦ ଟଙ୍କାରୁ ଆରମ୍ଭ ହୋଇଯିବ , ଯାହାକି ୧୦ ହଜାର ଟଙ୍କା ଯାଏଁ ନେଇ ପାରିବେ , ଯଦି ଆପଣ ଏହା ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ୫ ସେପ୍ଟେମ୍ବରରୁ ଜିଓର ଆଧିକାରିକ ୱେବସାଇଡ୍ ପଢିପାରିବେ , ଏହି ସୁବିଧା ଗ୍ରାହକଙ୍କ ପାଇଁ ବହୁତ ଫାଇଦା ଦେବ , ଲାଇଫ୍ ଟାଇମ୍ ଫ୍ରୀରେ ଜିଓ ଫାଇବରର ଫିକ୍ସଡ୍ ଲାଇନ୍ ଦେଶର ଯେ କୌଣସି ଜାଗାକୁ ଫ୍ରୀ କଲ୍ କରିପାରିବେ ।

ଜିଓ ଫାଇବର୍ ମାଧ୍ୟମରେ ଆପଣ ଏହି ସବୁ ସୁବିଧା ପାଇପାରିବେ :୧) ମଲଟି ଭିଡିଓ କନଫରସେନ୍ସିଙ୍ଗ୍ କଲ୍, ୨)ଫ୍ରୀ ଭଏସ୍ କନେକଟିଭିଟି, ୩) କମ୍ କଲ୍ ଦରରେ ଇଣ୍ଟରନ୍ୟାଶାନାଲ୍ କଲ୍(ୟୁଏସ୍ କାନାଡା ଫ୍ରୀ କଲିଙ୍ଗ୍ ମାତ୍ର ୫୦୦ ଟଙ୍କାରେ) ୪) ଅଲଟ୍ରା ହାଇଡେଫିନେସନ୍ ଏଣ୍ଟରଟେନମେଣ୍ଟ ୫) ଘରେ ବସି ରିଲିଜ୍ ହେଉଥିବା ଫିଲ୍ମ ଦେଖିବାର ସୁବିଧା, ୬) ଲାଇଭ୍ ଗେମିଙ୍ଗ୍ , ୭) ସ୍ମାର୍ଟ ହୋମ୍ ସଲ୍ୟୁସନ୍ ୮) ମୁଭିଜ୍ ସ୍ପୋର୍ଟ୍ସ, ଶୋ, ୯) ୧୦୦ ଏମ୍ ବି ପିଏସ୍ ରୁ ୧ ଜିବିପିଏସ୍ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସ୍ପିଡ୍ । ଏହା ଛଡା ମୁକେଶ ଅମ୍ବାନୀ କହିଲେ ଦେଶରେ ଡିଜିଟାଇଲେଜସେନ୍ ଦେଖିକରି ମାଇକ୍ରୋସୋଫ୍ଟ ସହ ଏକ ଗଠବନ୍ଧନ କରିଛନ୍ତି , ଏହାର ଅନ୍ତର୍ଗତ ଭାରତରେ ନୁଆ କ୍ଲାଉଡ୍ ଡାଟା କେନ୍ଦ୍ର ଖୋଲିବେ , ଏହା ଦ୍ୱାରା ଆପଣ ମୋବାଇଲ୍ କିମ୍ବା କମ୍ୟୁଟର ମାଧ୍ୟମରେ ସବୁ ଜାଗାରେ ଇଣ୍ଟରନେଟ୍ ରେ ନିଜର ସବୁ ଡାଟା ଓ ଫାଇଲ୍ସ ଫଟୋ ଭିଡିଓ ସେୟାର୍ କରିପାରିବେ ।

 

 

Leave a Reply

Your email address will not be published. Required fields are marked *