May 20, 2025

Odia Express

Leading Odia News Portal of Odisha

କେଦାରନାଥ ବିଭୀଷିକାରେ ପରିବାର ଠାରୁ ଅଲଗା ହୋଇଯାଇଥିଲା ଚଞ୍ଚଲ, 5ବର୍ଷ ପରେ ଭାଗ୍ୟ ଏଭଳି ମିଶେଇଲା – ପଢିଲେ ଆଖିରେ ଲୁହ ଆସିଯିବ..

ମଣିଷର ଭାଗ୍ୟ ନଜାଣେ କେତେବେଳେ ତାକୁ କେଉଁଠାରୁ କେଉଁଠାକୁ ନେଇ ପହଞ୍ଚେଇଦିଏ ଏକଥା କହିବା ବହୁତ କଷ୍ଟ ଅଟେ । ଜୀବନରେ ଅନେକଥର ଏଭଳି ବହୁତ ଘଟଣା ଘଟେ ଯାହା ଉପରେ ବିଶ୍ଵାସ କରିବା ମନୁଷ୍ୟ ପାଇଁ ପ୍ରାୟତଃ ଅସମ୍ଭବ ହୋଇଥାଏ । ଆପଣମାନେ ତ ଏହା ଶୁଣିଥିବେ ଯେ ଯାହା ବ୍ୟକ୍ତିର ଭାଗ୍ୟରେ ଲେଖାହୋଇଥାଏ ତାହା ନିଶ୍ଚିତ ହୋଇଥାଏ । ଭାଗ୍ୟରେ ଲେଖା ହୋଇଥିବା କଥା କେହି ବଦଳେଇ ପାରନ୍ତି ନାହିଁ, ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏକ ଏପରି ଘଟଣା ବିଷୟରେ ସୂଚନା ଦେବୁ ଯାହା ପରେ ଯେଉଁମାନେ ଭାଗ୍ୟ ଉପରେ ବିଶ୍ଵାସ କରୁନାହାନ୍ତି ସେମାନେ ମଧ୍ୟ ଭାଗ୍ୟ ଉପରେ ବିଶ୍ଵାସ କରିବା ଆରମ୍ଭ କରିଦେବେ । ଆଜି ଆମେ ଆପଣଙ୍କୁ ଏକ ଏପରି ଛୋଟ ବାଳିକା ବିଷୟରେ କହିବାକୁ ଯାଉଛୁ ଯିଏକି କେଦାରନାଥ ଠାରେ ଆସି ଥିବା ପ୍ରଳୟଙ୍କରୀ ବନ୍ୟାରେ ନିଜ ପରିବାର ଠାରୁ ଅଲଗା ହୋଇଯାଇଥିଲା କିନ୍ତୁ ଭାଗ୍ୟ ତାକୁ ତାର ପରିବାର ସହ ପୁଣି ମିଶେଇଦେଲା ।

ଯାହା ଏହି ଝିଅଟି ଭାଗ୍ୟରେ ଲେଖାଯାଇଥିଲା ତାହା ହିଁ ହେଲା । ଆମେ ଯେଉଁ ଝିଅ ବିଷୟରେ କହୁଛୁ ତାର ନାମ ଚଞ୍ଚଲ ଅଟେ , ତାହାର ବୟସ 17ବର୍ଷ ଅଟେ । ଚଞ୍ଚଲ କେଦାରନାଥରେ 2013ରେ ଆସିଥିବା ପ୍ରଳୟରେ ନିଜ ପରିବାର ଠାରୁ ଅଲଗା ହୋଇଯାଇଥିଲା । ସେ ନିଜ ମାଆ ବାପାଙ୍କ ସହ କେଦାରନାଥ ଦର୍ଶନ ପାଇଁ ଆସିଥିଲା କିନ୍ତୁ ଯେବେ ପ୍ରଳୟ ଆସିଲା ସେ ନିଜ ପରିବାରରୁ ଅଲଗା ହୋଇଗଲା । ଏହି ପ୍ରଳୟରେ ତାର ବାପା ମଧ୍ୟ ଭାସିଯାଇଥିଲେ ଓ ଏବେ ଯାଏଁ ନିଖୋଜ ଅଛନ୍ତି । କିନ୍ତୁ ଚଞ୍ଚଲ ର ମାଆ କିଛି ସମୟ ପରେ ଲେଉଟି ଯାଇଥିଲେ ।

ଯେବେ ଚଞ୍ଚଲ କେଦାରନାଥ ପ୍ରଳୟରେ ନିଜ ପରିବାର ଲୋକଙ୍କ ଠାରୁ ଅଲଗା ହେଲା ତେବେ ତାକୁ କେହିଜଣେ ଅନାଥାଳୟରେ ଛାଡିଦେଇଥିଲା । ବର୍ତ୍ତମାନ ସମୟରେ ଚଞ୍ଚଲର ବୟସ 17ବର୍ଷ ହୋଇଗଲାଣି । 5ବର୍ଷ ପରେ ଚଞ୍ଚଲ ନିଜ ପରିବାର ଲୋକଙ୍କୁ ପୁଣିଥରେ ଦେଖିଲା । ବନ୍ନାଦେବୀ ଅଞ୍ଚଳରେ ରହୁଥିବା ଚଞ୍ଚଲ ର ଦାଦା ହରିଶ୍ଚନ୍ଦ୍ର ଓ ଦାଦି ଶକୁନ୍ତଳା ଦେବୀଙ୍କ ପାଇଁ ଏହା କୌଣସି ଚମତ୍କାର ଠାରୁ କମ ନଥିଲା । ଦାଦା ଦାଦି କହିଲେ ଯେ ଚଞ୍ଚଲ ମାନସିକ ରୂପରେ ଦୁର୍ବଳ ଅଟେ ଓ ସେ ନିଜ ମାଆ ବାପାଙ୍କ ସହ କେଦାରନାଥ ଦର୍ଶନ ପାଇଁ ଯାଇଥିଲା କିନ୍ତୁ କେଦାରନାଥ ରେ ସେହି ସମୟରେ ପ୍ରଳୟ ଆସିଲା ଯେଉଁଥିରେ ଚଞ୍ଚଲର ବାପା ବୋହିଗଲେ ଓ ମାଆ କିଛି ସମୟ ପରେ ଫେରି ଆସିଲେ । ଯେବେ ଚଞ୍ଚଲ କେଦାରନାଥ ପ୍ରଳୟରେ ନିଜ ପରିବାର ଲୋକଙ୍କ ଠାରୁ ଅଲଗା ସେତେବେଳେ ତାର ବୟସ ମାତ୍ର 12ବର୍ଷ ହୋଇଥିଲା । ଚଞ୍ଚଲକୁ ଜଣେ ଭଲଲୋକ ଜମ୍ମୁ ସ୍ଥିତ ଏକ ଆଶ୍ରମ ଦ୍ଵାରା ସଞ୍ଚଳିତ ଅନାଥାଶ୍ରମରେ ଛାଡିଦେଇଥିଲେ । ଚାଇଲ୍ଡ ଲାଇନ ଆଲିଗଡର ନିର୍ଦେଶକ ଜ୍ଞାନେନ୍ଦ୍ର ମିଶ୍ର ଚଞ୍ଚଲକୁ ତାର ପରିବାର ଲୋକଙ୍କ ପାଖରେ ପହଞ୍ଚିବାରେ ସହାୟତା କରିଥିଲେ ।

ଚାଇଲ୍ଡ ଲାଇନର ନିର୍ଦେଶକ ଜ୍ଞାନେନ୍ଦ୍ର ମିଶ୍ର କୁହନ୍ତି ଯେ ତାଙ୍କୁ ଆଶ୍ରମ ଲୋକମାନେ କହିଥିଲେ ଯେ କିଛି ମାସ ହେବ ସେମାନେ ଦେଖୁଥିଲେ ଯେ ଚଞ୍ଚଲର କଥାବାର୍ତ୍ତାର ସୀମିତ କ୍ଷମତା ସତ୍ବେ ଆଲିଗଡ ବିଷୟରେ କିଛି କହିବାର ପ୍ରୟାସ କରୁଥିଲା । ଏହାପରେ ସେ ଆଲିଗଡ ପୋଲିସର ସହାୟତା ନେଲେ ଓ କେଦାରନାଥ ପ୍ରଳୟରେ ଜନପଦ ପରିବାର ଠାରୁ ଅଲଗା ହୋଇଥିବା ଲୋକଙ୍କର ତଥ୍ୟ ସଂଗ୍ରହ କଲେ ଓ ତାପରେ ପୋଲିସ ତାର ଘରଲୋକଙ୍କୁ ଖୋଜି ବାହାର କଲା। ପୋଲିସର ସହାୟତା ଦ୍ଵାରା ଚଞ୍ଚଲ କୁ ତାର ପରିବାରକୁ ଫେରାଇଦିଆଗଲା। ଚଞ୍ଚଲର ଦାଦା ଦାଦି କହିଲେ ଯେ ଏବେ ମଧ୍ୟ ଚଞ୍ଚଲ ନିଜର ବାପାଙ୍କୁ ଖୋଜୁଛି । ସେ ତାର ବାପା ରାଜେଶଙ୍କୁ ଡାକିଡକି ଅଚାନକ ଉଠିଯାଉଛି ।

Leave a Reply

Your email address will not be published. Required fields are marked *