January 18, 2025

Odia Express

Leading Odia News Portal of Odisha

୧୫ ବର୍ଷର ବୟସରେ ଛାଡିଦେଇଥିଲେ ଘର ପକେଟ୍ ରେ ଥିଲା ୩୦୦ ଟଙ୍କା , ଏବେ ଚଲାଉଛନ୍ତି ୭,୫କୋଟିର କମ୍ପାନୀ – ଏଭଳି କାମ କରି ପଇସା କମେଇଥାନ୍ତି…

ମଣିଷର ଆଶା ଓ ବିଶ୍ୱାସ ଯେତେ ମଜବୁତ୍ ହୋଇଥାଏ ତାକୁ ସେତେ ଜଲଦି ସଫଳତା ମିଳିଥାଏ , ନିଜ ଜୀବନରେ ସବୁ ପରିସ୍ଥିତିକୁ ସାମ୍ନା କରିବା ସହ ସାହାସ ରଖିବା ଦ୍ୱାରା ସବୁ ଅସମ୍ଭବପର କାର୍ଯ୍ୟକୁ ହାସିଲ୍ କରିପାରିବେ , ଯାହା ଆମେ ପାଇବାକୁ ଚାହୁଁଛେ , ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହିବାକୁ ଯାଊଛୁ , ଯାହା ନିଜ ହୋସଲା ରଖି ସେ ଆଜି ୭,୫ କୋଟିର କମ୍ପାନୀ ଠିଆ କରିଛନ୍ତି , ଚିନୁ କଳା ଙ୍କ ଜୀବନରେ କାହାଣୀ ସେହି ଲକ୍ଷାଧିକ ମହିଳାଙ୍କ ପାଇଁ ପ୍ରେରଣାଦାୟୀ ଅଟେ  ,ଯିଏ ନିଜ ଜୀବନରେ ସବୁ କିଛି ହାସିଲ୍ କରିବାକୁ ଆଶା ରଖନ୍ତି , ଓ ନିଜ ଗୋଡରେ ନିଜେ ଠିଆ ହେବାକୁ ଚାହଁନ୍ତି , ଚିନୁ କଳା ୧୫ ବର୍ଷର ଆୟୁରୁ ପଇସା କମାଇବା ଆରମ୍ଭ କରିଦେଇଥିଲେ,  ସେ କେବଳ ୩୦୦ ଟଙ୍କାରେ ନିଜ ଜୀବନ ଆରମ୍ଭ କରିଥିଲେ ।

ଚିନୁ କଳା ଯେବେ ଛୋଟ ଥିଲେ ତେବେ ସେ ବହୁତ ଗୁଡିଏ କାରଣରୁ ନିଜ ଘରକୁ ଛାଡିବାକୁ ବାଧ୍ୟ ହୋଇଥିଲେ, ଚିନୁ କଳାଙ୍କ ଅନୁସାରେ ଯେବେ ସେ ନିଜ ଘର ଛାଡିବାକୁ ଫଇସଲା ନେଲେ ତେବେ ସେହି ସମୟରେ ତାଙ୍କ ପାଖରେ ୩୦୦ ଟଙ୍କା ହିଁ ଥିଲା,  ଯାହାକି ତାଙ୍କୁ ଚଳିବାରେ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡିଥିଲା , କିନ୍ତୁ ସେ ଆଶା ହରାଇନଥିଲେ କହିଦେବୁ କି ଘର ଛାଡିବାପରେ ସେହି ୩୦୦ ଟଙ୍କାରେ ଚିନୁ କଳା ବାହାରେ ଘରଭଡା ନେବାପାଇଁ ଦୈନିକ ୨୦ ଟଙ୍କା ଦେବାକୁ ପଡୁଥିଲା , ଚିନୁ କଳାଙ୍କ ଅନୁସାରେ ଘର ଛାଡିବାପରେ ସେ ବହୁତ ଭୟଭୀତ ହୋଇଯାଈଥିଲେ , କିନ୍ତୁ ଧିରେ ଧିରେ ସବୁ ଠିକ୍ ହୋଇଯାଇଥିଲା । ପଇସା କମାଇବାକୁ ଯାଇ ଚିନୁ କଳା ଚାକିରି ସନ୍ଧାନରେ ଲାଗିପଡିଲେ ,

ଏହି ସମୟରେ ସେ ସେଲ୍ସ ଗାର୍ଲ ହିସାବରେ କାମ କରିଥିଲେ,  ଏହି କାମ ଦ୍ୱାରା ତାଙ୍କୁ ଘର ଘର ଯାଇକରି ଜିନିଷ ବିକ୍ରି କରିବାକୁ ପଡୁଥିଲା , ସେ ଜିନିଷ ବିକ୍ରି କରି ଦୈନିକ ୬୦ ଟଙ୍କା କମାଇନେଉଥିଲେ , ଚିନୁ କଳା ଲୋକଙ୍କ ଘରକୁ ଯାଇକରି ଜିନିଷ ବିକ୍ରି କରିବାକୁ ଭଲ ଲାଗୁନଥିଲା , କାରଣ ଗ୍ରାହକ ତାଙ୍କ ସହ ଭଲ ଭାବେ କଥାବାର୍ତ୍ତା କରୁନଥିଲେ,  କିନ୍ତୁ ଚିନୁ କଳା ନିଜ କାମକୁ ମନ ଲଗାଇକରିଲେ , ଯାହା ଦ୍ୱାରା ତାଙ୍କୁ ଗୋଟେ ବର୍ଷ ପରେ ପ୍ରୋମୋସନ ମିଳିଲା , ପ୍ରମୋସନ ମିଳିବାପରେ ସେ ଅନ୍ୟ ଝିଅମାନଙ୍କୁ କାମ ଶିଖାଇବାକୁ ଲାଗିଲେ , ଏହି କାମ ସହ ଚିନୁ କଳା ଅନ୍ୟ କାମ ବି ନେଇ ଗଲେ ହାତକୁ , ଓ ସେ ଜଣେ ୱେଟର ହିସାବରେ କାମ କରିବାକୁ ଲାଗିଲେ , ଯାହା ଦ୍ୱାରା ସେ ଅଧିକା ପଇସା କମାଇପାରିବେ ।

ଏହି ସମୟରେ ଚିନୁ କଳା ଅମିତ୍ କଳାଙ୍କୁ ବିବାହ କରିନେଲେ , ୨୦୦୪ ରେ ଅମିତ୍ କଳାଙ୍କ ବିବାହ କରିବାପରେ ସେ ମିସେସ୍ ଇଣ୍ତିଆ ପେଜେଣ୍ଟ ରେ ଭାଗନେଲେ , ଓ ମିସେସ୍ ଇଣ୍ତିଆ ପେଣ୍ଟେଡ୍ ଶେଷ ରାଉଣ୍ତରେ ନିଜ ଜାଗା ଅକ୍ତିଆର୍ କରିନେଲେ , ମିସେସ୍ ଇଣ୍ତିଆ ବିଜେତା ହେବାପରେ ଚିନୁ କଳାଙ୍କ ଭାଗ୍ୟଦୋୟ ହେଲା , ଓ ସେ ନିଜ କ୍ୟାରିୟରରେ ଏକ ବଡ ମଡେଲର୍ ହୋଇଗଲେ , ୨୦୧୪ ରେ ଚିନୁ ଫ୍ୟାସନ୍ ଜ୍ୱେଲାରୀ କାମ କରିଥିଲେ , ସେ କେବଳ ୬*୬ ଜାଗାରେ ନିଜ ପ୍ରଥମ ଦୋକାନ ଖୋଲିଲେ,  ସେ ନିଜ କମ୍ପାନୀର ନାଁ ରୁବାନସ୍ ଫ୍ୟାସନ୍ ଆସୋସୋରିଜ୍ ରଖିଲେ,  ଓ ଧିରେ ଧିରେ ତାଙ୍କର ଏହି ବିଜନେସ୍ ସଫଳ ହେବାକୁ ଲାଗିଲା,  ସେ କେବଳ ଦୁଇ ବର୍ଷ ମଧ୍ୟରେ ନିଜ କମ୍ପାନୀକୁ ସ୍ଥାୟୀ କରାଇଥିଲେ ।

୨୦୧୬-୧୭ ରେ ସେ ୫୬ ଲକ୍ଷ କମାଇଥିଲେ , ଆଗାମୀ ବର୍ଷରେ ତାଙ୍କ ଆୟ ୩,୫ କୋଟି ହୋଇଯାଈଥିଲା , ଧିରେ ଧିରେ ତାଙ୍କ ଏହି ବେପାର ଆହୁରି ବୃଦ୍ଧି ହେଲା , ଓ ଏବେ ତାଙ୍କ କମ୍ପାନି ଆମଦାନୀ ୭,୫ କୋଟି କରୁଛି , ଏତିକି ନୁହେଁ ତାଙ୍କ କମ୍ପାନିରେ ୨୫ ଜଣ ଲୋକ କାମ କରୁଛନ୍ତି ,

୧୫ ବର୍ଷର ବୟସରେ ଆରମ୍ଭ କରିଥିବା ସଂଘର୍ଷ ଚିନୁ କଳା ଆଜି ଏକ ସଫଳ ବିଜନେସ୍ ୱୁମନ୍ ହୋଇ ଦେଖାଇଛନ୍ତି , ଓ ସେ ଲକ୍ଷାଧିକ ମହିଳାଙ୍କ ପାଇଁ ଏକ ରୋଲ୍ ମଡେଲର୍ ହୋଇପାରିଛନ୍ତି , ଚିନୁ କଳାଙ୍କ ଜୀବନରୁ ଆମେ କିଛି ଶିଖିବା ଉଚିତ୍ , ଯଦି ଆମେ ଖରାପ ପରିସ୍ଥିତି ସହ ସାମ୍ନା କରିବାର ସାହାସ ରଖିପାରିବା ତେବେ ସଫଳତା ଆମକୁ ମିଳିପାରିବ , ଯାହା ଆମେ ପାଇବାକୁ ଆଶା ରଖୁଛେ ।

Leave a Reply

Your email address will not be published. Required fields are marked *