ଦେଶର ସବୁଠୁ କମ୍ ବୟସ୍କ ବିଚାରପତି ହେଲେ ମୟଙ୍କ – ମାତ୍ର ୨୧ ବର୍ଷରେ ହେଲେ ବିଚାରପତି – ସଫଳତା ପଛର ରହସ୍ୟ ଏଭଳି ଭାବେ କହିଲେ ଯେ..

ଆମେ ପର ଦ୍ୱାରା ଆଶା ରଖି ଉଡିନଥାଉ , ଏହି ପଂକ୍ତିକୁ ସଠିକ୍ କରିଦେଖାଇଛନ୍ତି ରାଜସ୍ଥାନର ମୟଙ୍କ୍ ପ୍ରତାପ ସିଂ , ମୟଙ୍କ୍ ଭାରତର ପ୍ରଥମ ଯୁବା ଜର୍ଜ ହୋଇଗଲେ , ମାତ୍ର ୨୧ ବର୍ଷ ବୟସରେ ସେ ନ୍ୟାୟିକ ସେବା ପରୀକ୍ଷାରେ ପାସ୍ କରିଥିଲେ , ଓ ଭାରତର ପ୍ରଥମ ଯୁବା ଜର୍ଜ ହେବାର ସୌଭାଗ୍ୟ ପାଇଲେ ।ନିଜର ଏହି ଉପଲ୍ଲବ୍ଧି ଉପରେ ମୟଙ୍କ୍ କହନ୍ତି କି ଏତେ ଛୋଟ ବୟସରେ ଜର୍ଜ ହେବାର ଦାୟିତ୍ୱ ମିଲିବା ଏକ ଅଲଗା ଅନୁଭୁତି ହୋଇଛି , ଚେଷ୍ଟା କରିବି ପୁରା ଇମାନଦାରୀ ସହ ଏହାକୁ ତୁଲାଇବି ।
ଆପଣଙ୍କୁ କହିଦେବୁ କି ରାଜସ୍ଥାନର ଜ୍ୟୁଡିସିଆଲ୍ ସର୍ଭିସେସ୍ ର ପରିଣାମ ଏବେ କିଛି ଦିନ ହେବ ଘୋଷଣା ହୋଇଛି , ଜୟପୁରର ମାନସରୋବର ଇଲାକାରେ ରହୁଥିବା ୨୧ ବର୍ଷୀୟ ମୟଙ୍କ୍ ପ୍ରଥମ ଚେଷ୍ଟାରେ ଏହି ସଫଳତା ହାସିଲ୍ କରିଥିଲେ, ଏହି ବର୍ଷ ରାଜସ୍ଥାନ ହାଇକୋର୍ଟ ପରୀକ୍ଷାରେ ନ୍ୟୁନତମ ଆୟୁ କମ୍ କରି ୨୧ ବର୍ଷ କରିଦେଇଥିଲେ । ମୟଙ୍କ୍ କହିଲେ କି ପରୀକ୍ଷାର ପ୍ରସ୍ତୁତି ପାଇଁ ସେ ଏକ ରୁଟିନ୍ କରିଥିଲେ ,
ସେ ଦିନରେ ୧୨-୧୩ ଘଣ୍ଟା ପଢୁଥିଲେ, ତାଙ୍କର କହିବା କଥା କି ଜର୍ଜ୍ ହେବାପାଇଁ ଇମାନଦାର୍ ହେବା ଜରୁରି , ଓ ସେ ଏହି ଇମାନଦାରି ସହ ପାଠ ପଢି ନିଜ ରୁଟିନ୍ କୁ ଫଲୋ କରିଥିଲେ, ଯାହା ଦ୍ୱାରା ତାଙ୍କୁ ଏହି ସଫଳତା ମିଲିପାରିଲା । ରାଜସ୍ଥାନ ଜ୍ୟୁଡିସିଆଲ୍ ସର୍ଭିସେସ୍ ପରୀକ୍ଷାରେ ଝିଅମାନେ ବି ପଛରେ ନାହାନ୍ତି , ଜୟପୁର୍ ର ତନଭି ମାଥୁର୍ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ପାଇଲେ , କହିଦେବୁ କି ଆର୍ ଜେ ଏସ୍ ଭର୍ତ୍ତି ୨୦୧୮ ପାଇଁ ସେପ୍ଟେମ୍ବର ମୁଖ୍ୟ ପରୀକ୍ଷାରେ ଆୟୋଜନ ହୋଇଥିଲା , ୧୬ ଅକ୍ଟୋବର ମୁଖ୍ୟ ପରୀକ୍ଷାରେ ପରିଣାମ ଆସିଲା , ଏହାପରେ ୯ ନଭେମ୍ବରକୁ ଇଣ୍ଟରଭ୍ୟୁ ପ୍ରକିୟା ଆରମ୍ଭ ହୋଇଥିଲା, ଅନ୍ତିମ ପରିଣାମ ୧୮ ନଭେମ୍ବରକୁ ଘୋଷିତ ହୋଇଥିଲା ।