July 1, 2025

Odia Express

Leading Odia News Portal of Odisha

ନିଡଲମ୍ୟାନ୍ , ଦୁନିଆଁର ପ୍ରଥମ ଏପରି ଚିତ୍ରକାର ଯିଏ ସିଲେଇ ମେସିନ୍ ଦ୍ୱାରା ବନାଇଥାଏ ସୁନ୍ଦର ପେଣ୍ଟିଙ୍ଗ୍ – ତାଙ୍କ ପ୍ରତିଭା ଦେଖିଲେ ଆପଣ ମଧ୍ୟ ଖୁସି ହେଇଯିବେ..

ପୁରା ଦୁନିଆଁରେ ଏମିତି ବହୁତ ସାରା ଲୋକ ଅଛନ୍ତି ଯାହାଙ୍କର ପେଣ୍ଟିଙ୍ଗ୍ ର ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି , ଏହି ଚିତ୍ରକାର ରଙ୍ଗର ସହାୟତାରେ ଫଟୋରେ ଜୀବନ ଦେଇଥାନ୍ତି । କିନ୍ତୁ କେବେ ଆପଣ କେଉଁ ଚିତ୍ରକାରଙ୍କ ବିଷୟରେ ଶୁଣିଛନ୍ତି ଯିଏ ସିଲେଇ ମେସିନ୍ ଦ୍ୱାରା ପେଣ୍ଟିଙ୍ଗ୍ କରିଥାଏ , ଆଜି ପର୍ଯ୍ୟନ୍ତ ଏମିତି ବହୁତ ଚିତ୍ରକାରଙ୍କ ଦ୍ୱାରା ବନାହୋଇଥିବା ଫଟୋଗୁଡିକ ଦେଖିଥିବେ ଯାହା ସୁନ୍ଦର ହେବା ସହ ଅଦ୍ଭୁତ ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଜଣେ ଚିତ୍ରକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଦୁନିଆଁର ସବୁଠାରୁ ଅନୋଖା ଚିତ୍ରକାର ଅଟେ , ଏହି ଚିତ୍ରକାରଙ୍କୁ ଦୁନିଆଁର ଏକେଲା ନିଡଲମ୍ୟାନ୍ କୁହାଯାଈଥାଏ , ଯାହା ସିଲେଇ ମେସିନ୍ ଦ୍ୱାରା ସୁନ୍ଦର ଫଟୋର ପେଣ୍ଟିଙ୍ଗ୍ କରନ୍ତି ଯାହାକୁ ଦେଖିବା ପରେ ଆପଣ ତାଙ୍କର ଫ୍ୟାନ୍ସ ହୋଇଯିବେ ।

ଏହି ପେଣ୍ଟରଙ୍କ ନାଁ ଅରୁଣ ବଜାଜ୍ ଅଟେ , ଅରୁଣ ବଜାଜ୍ ପଞ୍ଜାବର ପଟିଆଲା ସହରର ବାସିନ୍ଦା ଅଟନ୍ତି ତାଙ୍କର ବୟସ ୪୫ ବର୍ଷ ଅଟେ ,ଅରୁଣ ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତି ପୂର୍ବରୁ ସିଲେଇ ମେସିନ୍ ଦ୍ୱାରା ତାଙ୍କର ଏକ ଖାସ୍ ପେଣ୍ଟିଙ୍ଗ୍ କରିଥିଲେ,  ଅରୁଣ ଦୁନିଆଁର ପ୍ରଥମ ଏପରି ଚିତ୍ରକାର ଅଟନ୍ତି ଯିଏକି ସିଲେଇ ମେସିନ୍ ଦ୍ୱାରା ଫଟୋଗୁଡିକ ତିଆରି କରନ୍ତି , ଯେଉଁଥିରେ ନରେନ୍ଦ୍ର ମୋଦୀଙ୍କ ନାଁ ସାମିଲ୍ ଅଛି , ଅରୁଣ ୨୦୧୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ସାକ୍ଷାତ କରିଥିଲେ ଓ ସିଲେଇ ମେସିନ୍ ଦ୍ୱାରା ଚିତ୍ରିତ ଫଟୋ ଦ୍ୱାରା ତାଙ୍କୁ ତାଙ୍କର ଫଟୋ ଉପହାର ସ୍ୱରୁପ ଦେଇଥିଲେ , ଅରୁଣ ନିଜର ଏହି ଅନୋଖା କଳା ଦ୍ୱାରା ବହୁତ ସାରା ବିଶ୍ୱ ରେକର୍ଡ ବି କରିଛନ୍ତି , ତାଙ୍କର ନାଁ ଇଣ୍ତିଆ ବୁକ୍ ଅଫ୍ ରେକର୍ଡରୁ ନେଇକରି ୟୁନିକ୍ ୱାର୍ଲଡ୍ ରେକର୍ଡ ବୁକ୍ ରେ ସାମିଲ୍ ଅଛି , ଏହା ଛଡା ଲିମକା ୱାର୍ଲଡ୍ ରେକର୍ଡ ବି ତାଙ୍କ ନାଁ ରେକର୍ଡ ଦର୍ଜ ଅଛି ।

ଅରୁଣ ସିଲେଇ ମେସିନ୍ ଦ୍ୱାରା ଶ୍ରୀକୃଷ୍ଣ ଭଗବାନଙ୍କ ଏକ ସୁନ୍ଦର ପେଣ୍ଟିଙ୍ଗ୍ ବନାଇଥିଲେ , ଯାହାପାଇଁ ତାଙ୍କୁ ବହୁତ ସାରା ପୁରସ୍କାର ମିଳିଥିଲା<  ଶ୍ରୀକୃଷ୍ଣ ଭଗବାନଙ୍କ ପେଣ୍ଟିଙ୍ଗ୍ ବନାଇବା ପାଇଁ ତାଙ୍କୁ ୩ ବର୍ଷର ସମୟ ଲାଗିଥିଲା , ସେ ୨୮ ଲକ୍ଷ ୩୬ ହଜାର ଫୁଟ୍ ଲମ୍ବା ସୁତାର ବ୍ୟବହାର କରିଥିଲେ,  ତାଙ୍କ ଦ୍ୱାରା ବନାହୋଇଥିବା ଏହି ପେଣ୍ଟିଙ୍ଗ୍ ପ୍ରଥମ ଏପରି ପେଣ୍ଟିଙ୍ଗ୍ ଥିଲା ଯାହା ସିଲେଇ ମେସିନ୍ ଦ୍ୱାରା ବନାହୋଇଥିଲା , ଅରୁଣ ଜୀବନରେ କାହାଣୀ ସଂଘର୍ଷରେ ଭରା ହୋଇଥିଲା , ମିଡିଆ ରିପୋର୍ଟସ୍ ଅନୁସାରେ ଯେବେ ଅରୁଣ ଙ୍କ ବୟସ ୧୨ ବର୍ଷ ହୋଇଥିଲା ତେବେ ସେ ସେବେଠାରୁ ସିଲେଇ କାମ ଆରମ୍ଭ କରିଥିଲେ,  ତାଙ୍କ ସିଲେଇ କାମ କରିବାର ଏବେ ୧୩ ବର୍ଷ ପୂର୍ଣ୍ଣ ହୋଇସାରିଛି । ।

ଏକ ସାକ୍ଷାତକାରରେ ଅରୁଣ କହିଲେ କି ତାଙ୍କ ବାପା ଏକ ଦରଜି ଥିଲେ , ଯେବେ ତାଙ୍କ ବୟସ ୧୬ ବର୍ଷ ହୋଇଥିଲା ତେବେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା , ବାପାଙ୍କ ଦେହାନ୍ତ ପରେ ଅରୁଣ ନିଜ ବାପାଙ୍କର ଦୋକାନକୁ ଦେଖାଶୁଣା କରୁଥିଲେ,  ଏଥିପାଇଁ ସେ ସ୍କୁଲ୍ ରେ ପାଠପଢା ଛାଡିବାକୁ ପଡିଥିଲା,  ଅରୁଣଙ୍କ ଅନୁସାରେ ସେ ଏକ ମହାନ୍ ଚିତ୍ରକାର ହେବାକୁ ଆଶା ରଖିଥିଲେ , ତାଙ୍କ ବାପାଙ୍କର ଅଚାନକ ମୃତ୍ୟୁ କାରଣରୁ ଏହି ସ୍ୱପ୍ନ ପୁରା କରିପାରିନଥିଲେ,  ସେ ନିଜ ମଧ୍ୟରେ ନିଜ ଅନ୍ତନିର୍ହିତ କଳାକୁ କେବେ ମରିବାକୁ ଦେଇନଥିଲେ ଓ ଆଜି ସେ ନିଜର ଏହି ଅଦ୍ଭୁତ କଳା ଦ୍ୱାରା ପୁରା ଦୁନିଆଁରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

Leave a Reply

Your email address will not be published. Required fields are marked *