July 12, 2025

Odia Express

Leading Odia News Portal of Odisha

କେବେ ୧୦୦ କିଲୋର ଓଜନ ଥିଲେ ସଲମାନଙ୍କ ଏହି ହିରୋଇନ୍ , ଆଉ ଆଜି ବଲିଉଡ୍ ର ସବୁଠାରୁ ସୁନ୍ଦରୀ ହେଇଗଲେ ସେ – ଦେଖନ୍ତୁ କିଏ ସେ ହିରୋଇନ…

ଆପଣ ତ ଏହି ଲୋକକଥା ଶୁଣିଥିବେ କି ଯେଉଁଠି ମନୋବଳ ଥାଏ ସେଠି ନିଶ୍ଚିତ ଜୀବନ ବଞ୍ଚିବାର ରାସ୍ତା ବି ମିଳିଯାଏ । ଯଦି ଆପଣଙ୍କ ଲାଇଫ୍ ରେ କିଛି ହାସିଲ୍ କରିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ପରିଶ୍ରମ କରିଥାନ୍ତି ତେବେ ସଫଳତା ଆପେ ଆପେ ମିଳିଯାଏ , କିନ୍ତୁ ଯଦି ଆପଣ ସେହି ଜିନିଷ ବିଷୟରେ ଭାବିକରି ରହୁଛନ୍ତି ତେବେ ଠିଆ ହୋଇ କିଛି ବି କରୁଛନ୍ତି ତେବେ ଜୀବନସାରା ଗୋଟେ ଜାଗାରେ ବସିକରି ରହିଯିବେ , ନିଜ ମଧ୍ୟରେ ସବୁ ଭୁଲ୍ କୁ ଶେଷକରି ଜୀବନରେ ସଫଳତା ହାସିଲ୍ କରିବାର କାହାଣୀ ଆଜି ଆମେ ଶୁଣାଇବାକୁ ଯାଊଛୁ । ଗତ ୮ ବର୍ଷରୁ ବଲିଉଡ୍ ରେ ସକ୍ରିୟ ରହିଥିବା ଜରିନ୍ ଖାନ୍ ଆଜି କେଉଁ ପରିଚୟର ଦରକାର ନାହିଁ , ଜରିନ୍ ଙ୍କୁ ବଲିଉଡ୍ ରେ ସବୁଠାରୁ ସୁନ୍ଦର ଓ ହଟ୍ ଅଭିନେତ୍ରୀ ଭାବେ ଜଣାଯାଏ , ସେମିତି ଜରିନ୍ ବଲିଉଡ୍ ରେ ଅଧିକା ଫିଲ୍ମରେ କାମ କରିନାହାନ୍ତି , କିନ୍ତୁ ଆଜି ବି ବହୁତ ଫିଲ୍ମରେ ନିର୍ଦ୍ଧେଶକ ତାଙ୍କୁ ପସନ୍ଦ କରନ୍ତି ଓ ଫିଲ୍ମରେ କାମ କରିବାକୁ ଅଫର୍ ଦେଇଥାନ୍ତି ।

୧୪ ମଇରେ ଜରିନ୍ ଙ୍କ ଜନ୍ମ ଦିନ ଅଟେ , ଏମିତିରେ ତାଙ୍କ ଜୀବନରେ ଯୋଡି ହୋଇଥିବା କିଛି ରୋଚକ ତଥ୍ୟ ଆପଣଙ୍କ ସାମ୍ନାରେ ଆଣିବାକୁ ଯାଊଛୁ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଜରିନ୍ ସବୁବେଳେ ଏତେ ଫିଟ୍ ରହୁନଥିଲେ,  ଫିଲ୍ମ ଇଣ୍ତଷ୍ଟ୍ରିରେ ଆସିବା ପୁର୍ବରୁ ଜରିନ୍ ବହୁତ୍ ମୋଟି ଥିଲେ,  ତାଙ୍କର ଓଜନ ପ୍ରାୟ ୧୦୦ କେଜି ଉପରେ ରହୁଥିଲା । ଜରିନ୍ ପୂର୍ବରୁ କଲ୍ ସେଣ୍ଟର୍ ରେ କାମ କରୁଥିଲେ,  ସେଠାରେ ବସି ବସି ସେ ଆହୁରି ମୋଟି ହୋଇଗଲେ,  ତାଙ୍କର ଓଜନ ଅଧିକା ହୋଇଗଲା , ସେମିତି ସେହି ସମୟରେ ଜରିନ୍ କେବେ ମଡେଲିଙ୍ଗ୍ କିମ୍ବା ଅଭିନୟ କରିବା ବିଷୟରେ ଭାବିନଥିଲେ,  ଏଥିପାଇଁ ସେ ବଢୁଥିବା ଓଜନକୁ ଏତେ ଗୁରୁତ୍ୱ ଦେଇନଥିଲେ,  ଯେବେ ମୋଟାପା କାରଣରୁ ତାଙ୍କ ଜୀବନରେ ନାନାଦି ଅସୁବିଧା ମାନ ଦେଖାଦେଲା ତେବେ ସେ ନିଜକୁ ଲଜ୍ଜିତ ମନେ କଲେ ,

ସେ ନିଷ୍ପତ୍ତି ନେଲେ କି ଓଜନ କମ୍ କରିବାକୁ ପ୍ରୟାସ କରିବେ , ତାପରେ ଜରିନ୍ ସେହି ଦିନରୁ ଖାଇବା ପିଇବାରେ କଣ୍ଟ୍ରୋଲ୍ କରିବାକୁ ଲାଗିଲେ , ଓ ଅକ୍ଲାନ୍ତ ପରିଶ୍ରମ ବଳରେ ଜରିନ୍ ନିଜ ଓଜନ ୫୫ କେଜି କରିପାରିଥିଲେ , ଆଜି ବର୍ତ୍ତମାନ ସେ ବହୁତ ସୁନ୍ଦର ଲାଗୁଛନ୍ତି , ଯଦି ଆପଣ ତାଙ୍କ ବଲିଉଡ୍ ର ପ୍ରଥମ ଫିଲ୍ମରେ ଲୁକ୍ ଆଜି ବି ଦେଖିବେ ତେବେ ବହୁତ ଅନ୍ତର ନଜର ଆସିବ । ଜରିନ୍ ଯେବେ କଲ୍ ସେଣ୍ଟର୍ କାମରେ ବୋର୍ ହୋଇଗଲେ ତେବେ ସେ ମଡେଲିଙ୍ଗ୍ ଆଡକୁ ନିଜ ଧ୍ୟାନ କେନ୍ଦ୍ରିତ କଲେ , ଏଠାରେ ସେ କିଛି ଛୋଟମୋଟ ବିଜ୍ଞାପନ ମାନ କରିବାକୁ ଲାଗିଲେ , ଯାହା ଦ୍ୱାରା ତାଙ୍କର ନିଜସ୍ୱ ମେଣ୍ଟାଇପାରିଥିଲେ,  ଜରିନ୍ ଙ୍କୁ ଫିଲ୍ମରେ ବ୍ରେକ୍ ମିଳିବାକାହାଣୀ ବହୁତ ମଜାଦାର୍ ଅଟେ,  ଏମିତି ଥରେ ହେଲା କଣ କି ଜରିନ୍ ଫିଲ୍ମ ସେଟ୍ ରେ ଠିଆ ହୋଇଥିଲେ , ତେବେ ସଲମାନଙ୍କ ନଜର ତାଙ୍କ ଉପରେ ପଡିଲା , ସଲମାନଙ୍କୁ ଜରିନ୍ ପ୍ରିନସେସ୍ ପରି ଲାଗିଲେ,  ଓ ସେ ଜରିନ୍ ଙ୍କୁ ନିଜ ଆଗାମୀ ଫିଲ୍ମରେ ବ୍ରେକ୍ ଦେଇଥିଲେ ।

ଜରିନ୍ ଏବେ ପର୍ଯ୍ୟନ୍ତ ବଲିଉଡ୍ ଇଣ୍ତଷ୍ଟ୍ରିରେ ବିର୍ , ହାଉସଫୁଲ୍-୨ , ହେଟ୍ ଷ୍ଟୋରୀ -୩ ଓ ଅକସର୍-୨ ଓ ୧୯୨୧ ପରି ଫିଲ୍ମରେ ନଜର ଆସିଛନ୍ତି , ହିନ୍ଦୀ ଫିଲ୍ମ ଛଆ ସେ ଜେମ୍ସ ବଣ୍ତ ନାମକ ଏକ ପଞ୍ଜାବୀ ଫିଲ୍ମରେ ଅଭିନୟ କରିସାରିଛନ୍ତି , ଜରିନ୍ ନିଜକୁ ଏକ ମୋଟି ଝିଅରୁ ବଲିଉଡ୍ ରେ ସବୁଠାରୁ ହଟ୍ ଅଭିନେତ୍ରୀ ହେବାର ଯାତ୍ରା ବହୁତ ଅଭିନେତ୍ରୀଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି  ।

Leave a Reply

Your email address will not be published. Required fields are marked *