May 29, 2025

Odia Express

Leading Odia News Portal of Odisha

ଛଅଟି ବଲରୁ ୬ ଟି ଛକା ଖାଇଥିବା ଷ୍ଟୁଆର୍ଟ ବ୍ରଡ୍ ଅନେକ ବର୍ଷ ପରେ ଯୁବରାଜ ଙ୍କ ବିଷୟରେ କହିଲେ ଏହି ବଡ କଥା – ଶୁଣିଲେ ଆପଣ ମଧ୍ୟ ଖୁସି ହେଇଯିବେ…

ଯୁବରାଜ ସିଂ ସନ୍ୟାସ ନେବା ଉପରେ ଦେଶ ବିଦେଶରେ ବହୁତ ସାରା ଖେଳାଳୀ ଓ ସେଲିବ୍ରେଟିଜ୍ ଙ୍କ ଦ୍ୱାରା ପ୍ରତିକ୍ରିୟା ଦିଆଯାଉଛି , ସମସ୍ତେ ନିଜ ସୋସିଆଲ୍ ମିଡିଆରେ ଏହି ମହାନ୍ ଖେଳାଳୀଙ୍କ ପ୍ରଶଂସାରେ କିଛି ନା କିଛି ଲେଖୁଛନ୍ତି ଓ ତାଙ୍କର ପ୍ରଶଂସା କରୁଛନ୍ତି , ଏହି ମଧ୍ୟରେ ଇଂଲଣ୍ତର ଫାଷ୍ଟ ବୋଲର୍ ଷ୍ଟୁଆର୍ଟ ବ୍ରଡ୍ ଙ୍କ ତରଫରୁ ଯୁବରାଜ ସିଂଙ୍କୁ ଏକ ବୟାନ୍ ଆସିଥିଲା ।ଯଦି ଆପଣ ଜାଣିପାରିନାହାନ୍ତି ତେବେ କହିଦେବୁ କି ଷ୍ଟୁଆର୍ଟ ବ୍ରଡ୍ ସେହି ବୋଲର୍ ଅଟନ୍ତି ଯାହାଙ୍କ ବଲରେ ଯୁବରାଜ ୨୦୦୭ ରେ ୱାର୍ଲଡ୍ କପ୍ ରେ ୬ ଟି ବଲରୁ ୬ ଟି ଛକା ମାରିଥିଲେ , ଏମିତିରେ ଯୁବରାଜ ସନ୍ୟାସ ନେବାରେ ତାଙ୍କର କଣ କହିବାର ଥିଲା ଆସନ୍ତୁ ଜାଣିବା ।

କହିଦେବୁ କି ଷ୍ଟୁଆର୍ଟ ବ୍ରଡ୍ ଏକ ମିଡିଆ ହାଉସ୍ କୁ ସାକ୍ଷାତକାରରେ କହିଲେ କି ସେ କେବଳ ୧୯ ବର୍ଷର ଥିଲେ , ଓ ପାଖରେ ଡେଥ୍ ଓଭରରେ ବୋଲିଙ୍ଗ୍ କରିବାର୍ ଅନୁଭବ ନଥିଲା , ଯୁବରାଜ ସିଂ ମୋର ସବୁ ବଲ୍ ରେ ବଡ ହିଟ୍ କରିଥିଲେ , ଆଜି ବି ମୁଁ କେବେ କେବେ ଭାବେ କି ୬ ୟର୍କର୍ କିମ୍ବା ୬ ସ୍ଲୋୟର୍ ବଲ୍ ମାରିପାରିଥାନ୍ତି  , ସେହି ଦିନ ମୋ ଜୀବନର ଏକ ଅଲକ୍ଷଣ ଦିନ ଥିଲା , କିନ୍ତୁ ଏହି କଥା ନିଶ୍ଚିତ ସତ କି ଯୁବରାଜ ସେହି ୬ ଟି ଛକା ଦ୍ୱାରା ମୋତେ ଭଲ ବୋଲର୍ ବନାଇଲେ ।

ଷ୍ଟୁଆର୍ଟ ବ୍ରଡ୍ ଯୁବରାଜ ସିଂଙ୍କୁ ତାଙ୍କର ସନ୍ୟାସ ନେବା ଉପରେ ଶୁଭକାମନା ଦେଇକରି କହିଲେ କି ଲିଜେଣ୍ଟ ନିଜ ରିଟାୟରମେଣ୍ଟ ଏନଜୟ୍ କରନ୍ତୁ ।୨୦୦୭ ରେ ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ସମୟରେ ଭାରତ ଓ ଇଂଲଣ୍ତ ମଧ୍ୟରେ ୧୯ ସେପ୍ଟେମ୍ବରକୁ ଡରବନର ଏହି ମ୍ୟାଚ୍ ଖେଳାଯାଈଥିଲା , ଭାରତ ପ୍ରଥମେ ବ୍ୟାଟିଙ୍ଗ୍ କରି ଥିଲା , ଓ ମ୍ୟାଚର ଶେଷ ଦୁଇ ଓଭରରେ କ୍ରିଜ୍ ରେ ଯୁବରାଜ ସିଂ ବ୍ୟାଟିଙ୍ଗ୍ କରୁଥିଲେ,  ଯେବେ ଅନ୍ୟ ପଟେ ଧୋନୀ ଥିଲେ  ୧୯ ଓଭରର ଠିକ୍ ପୂର୍ବରୁ ଇଂଲଣ୍ତ ଖେଳାଳୀ ଆନଡ୍ରୁ ଫ୍ଲିଣ୍ଟଅଫ୍ ଯୁବରାଜ ସିଂଙ୍କ ସହ କିଛି ପାଟିତୁଣ୍ତ ହୋଇଗଲା , ଯୁବରାଜଙ୍କୁ ରାଗ ଆସିଯାଇଥିଲା , ଯେବେ ବ୍ରଡ୍ ନିଜ ଓଭର ନେଇକରି ଆସିଲେ ଯୁବରାଜ ତାଙ୍କର ସବୁ ବଲରେ ଛକା ମାରିଲେ ।

ଯୁବରାଜ ଏକ ଓଭରରେ ୩୬ ରନ୍ କରିଥିଲେ,  ଇଂଲଣ୍ତ ଟିମ୍ ଏହି ପୁରା ନଜାରା ଦେଖିକରି ସ୍ତବ୍ଧ ହୋଇଗଲେ , ଏହି ଖେଳର ୧୧ ବର୍ଷ ହୋଇସାରିଛି , କିନ୍ତୁ ଆଜି ବି ଏହି ମ୍ୟାଚ୍ କୁ ଷ୍ଟୁଆର୍ଟ ବ୍ରଡ୍ ଭୁଲିପାରିନାହାନ୍ତି , ଓ ନାହିଁ ଭାରତୀୟ ଦର୍ଶକ , ଓ ବୋଧେ ଯୁବରାଜ ଏହି ଶାନଦାର୍ ପାରିକୁ କେବେ ଭୁଲିପାରିବେ , ଭାରତ ଏହି ମ୍ୟାଚରେ ୪ ଟି ୱିକେଟ୍ ହରାଇ ୨୧୮ ରନ୍ କରିଥିଲେ,  ଏହି ମୁକାବଲା ୧୮ ରନ୍ ରେ ଜିତିଥିଲେ ।

Leave a Reply

Your email address will not be published. Required fields are marked *