March 21, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଦାନ୍ତରେ ପୋକ ଲାଗିଥିଲେ କିପରି ସଫା କରିବା…

ଆପଣ କିମ୍ବା ଆପଣଙ୍କ ଚିନ୍ହ ପରିଚ ବିନ୍ଧୁବାନ୍ଧବଙ୍କ ଭିତରେ କାହାର ଦାନ୍ତରେ ପୋକ ଲାଗିଛି ଆପଣଙ୍କ ଦାନ୍ତ ଏତେ ଦରଜ କରିଛିକି ନା ଆପଣ ଠିକରେ ଖାଇ ପାରୁଛନ୍ତି ନା ଠିକରେ ହସି ପାରୁଛନ୍ତି।ଯଦି ଆପଣଙ୍କ ସହ ଏମିତି କିଛି ହଉଛି ଆସନ୍ତୁ ଜାଣିବା ଆପଣ କଣ କରିପାରିବେ।ସାଙ୍ଗମାନେ ଦାନ୍ତ ଆମ ଶରୀରର ମୁଖ୍ୟ ଓ ଅବିଛେଦ୍ୟ ଅଙ୍ଗ ଅଟେ କାରଣ ଆମକୁ ସୁନ୍ଦର ଦେଖାଯିବାକୁ ହେଲେ ଆମର ଦାନ୍ତର ସୁନ୍ଦର ହେବା ଆଵଶ୍ୟକ।ଆପଣ ସୁନ୍ଦର ଦେଖାଯିବାକୁ ହେଲେ ସମୟ ସମୟରେ ନିଜ ଦାନ୍ତର ସଫା କରିବା ଉଚିତ।ଆମେ ଶୋଇବା ପୂର୍ବରୁ ଯାହାବି ମିଠା ଜିନିଷ ଖାଇ ଯଦି ବ୍ରସ ନକରୁଛେ ତାହେଲେ ଆମ ଦାନ୍ତରେ ପୋକ ଲାଗିବାର ସମ୍ବାବନା ଥାଏ।

ପ୍ରଥମରୁ ଦାନ୍ତରେ ପୋକ ଛୋଟ ଥାଏ ଓ ଦରଜ କମ ଥାଏ ଯାହାଫଳରେ ଆମକୁ କଷ୍ଟବି କମ ହୋଇଥାଏ।ଆଗକୁ ଯାଇଁ ଦାନ୍ତରେ ଥିବା ପୋକବି ବଡ଼ ହେବାକୁ ଲାଗେ ଓ କଷ୍ଟ ମଧ୍ୟ ହୋଇଥାଏ।ଯଦି ଆପଣ ବିଭିନ୍ନ ପ୍ରକାର ଉପାୟ ବ୍ୟବହାର କରି ହାରି ଗଲେଣି ଆସନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି କହିବୁ ଯାହା ଆପଣଙ୍କୁ ନିଶ୍ଚିନ୍ତ ପ୍ରଭାବ ଦେଖେଇବ।ମାତ୍ର ୧ କିମ୍ବା ୨ ଥରର ବ୍ୟବହାର ଦ୍ୱାରା ଆପଣ ଏହାର ବହୁତ ଲାଭ ଉଠାଇ ପାରିବେ।ଆସନ୍ତୁ ଜାଣିବା ଏହାକୁ ତିଆରି ପାଇଁ ଦରକାର ଆଵଶ୍ୟକ ସାମଗ୍ରୀ।

ଆମକୁ ଯେଉଁ ସବୁ ସାମଗ୍ରୀ ଦରକାର ସେହଉଛି ପାନରେ ଲଗାଯାଉଥିବା ଚୁର୍ଣ୍ଣ ଏହା ଆପଙ୍କୁ କୌଣସି ପାନ ଦୋକାନରେ ସହଜରେ ମିଳିଯିବ।ଦ୍ୱିତୀୟ ଜିନିଷ ଦରକାର ଫିଟକିରୀ ଏହି ସାମଗ୍ରୀ ମଧ୍ୟ ଆପଣଙ୍କୁ ଅତି ଶହଜରେ ସେ ପାନ ଦୋକାନରେ ମିଳିଯିବ।ଆମେ ସେ ଫିଟକିରିକୁ ଆଣି ଏହାକୁ ଗୁଣ୍ଡ କରି ଏହାର ପାଉଡର ତିଆରି କରିବାର ଅଛି।ଏବେ ଏହା ପରେ ଆମକୁ ଗୋଟେ ଚୁଟିକି ଚୂର୍ଣ୍ଣ ନେବାର ଅଛି ଓ ଗୋଟେ ଚୁଟକି ଫିଟକିରୀର ଗୁଣ୍ଡ ନେବାର ଅଛି।

ତାପରେ ଗୋଟେ ସଫା ଗିନା ନେବା ଓ ସେ ଦୁଇଟି ପାଉଡର ନେବା ସେ ପାଉଡରରେ ଅଳ୍ପ କେତେ ପାଣି ନେବା ଏହାର ଗୋଟେ ପେଷ୍ଟ ବନେଇବାର ଅଛି।ଗୋଟେ ଦାନ୍ତଖୁଣ୍ଟା ଉପରେ ତୁଳା ଲଗେଇ ତାକୁ ଭଲଭାବରେ ଫେଣ୍ଟିବ ଦେଖିବେ ଯେମିତି ସେ କାଠିରେ ଭଲ ଭାବରେ ସେ ପେଷ୍ଟ ଲାଗିଯିବ ଓ ତାପରେ ଆପନଙ୍କ ଯେକୌଣସି ଦାନ୍ତରେ ପୋକ ଖାଇଛି ଆପଣ ସେ ପେଷ୍ଟକୁ ଦାନ୍ତରେ ଭଲ ଭାବରେ ଲଗେଇଦେବେ।ମନ ରଖିବେ ଆପଣ ଉପରେ ଉପରେ ଅଳ୍ପ ବହୁତ ଲଗେଇ ହଟେଇ ଦେଲା ପରେ ଆପଣଙ୍କର କାମ କରିବନି।ଆପଣ ଏହାକୁ ଭଲ ଓ ସମ୍ପୂର୍ଣ୍ଣ ଭାବେ ଦାନ୍ତରେ ଲଗେଇଦେବେ।

ଏହାପରେ ଆପଣ ଆପଣଙ୍କ ମୁହଁକୁ କିଛି ସମୟ ପାଇଁ ଖୋଲା ରଖିବା ଏମିତି କରିବାର କାରଣ ହେଲା ପେଷ୍ଟ ଲଗେଇଲା ବେଳେ ଯଦି ଆପଣ ମୁହଁ ବନ୍ଦ କରିଦେବେତ ଜିଭ ଲାଗିବା କାରଣରୁ ସେ ପେଷ୍ଟ ବହାରିଯିବ ଓ ଆପଣଙ୍କ ଏ ଉପାୟ କାର୍ଯ୍ୟ କାରୀ ହୋଇନଥାଏ।ସେଥିପାଇଁ ଆପଣଙ୍କୁ ଆପଣଙ୍କ ମୁହଁ ଅଳ୍ପ ସମୟ ପର୍ଯ୍ୟନ୍ତ ଖୋଲିକି ରଖିବା ଉଚିତ।ଯଦି ଆପଣ ଏମିତି କରିବେ ଆପଣଙ୍କ ମୁହଁରୁ ଲାଳ ବାହାରିବାକୁ ଲାଗିବ।ଜାହାସହିତ ସେ ପୋକ ବାହାରକୁ ଚାଲି ଆସେ।

ସାଙ୍ଗମାନେ ଯଦି ପ୍ରଥମ ଥରରେ ପୋକ ନବାହାରୁଛି ତହେଲେ କୌଣସି ଅସୁବିଧା ନାହିଁ କୌଣସି ଡ଼ରିବାର ଆଵଶ୍ୟକତା ନାହିଁ।ଆପଣ ବ୍ୟସ୍ତ ଓ ବିବ୍ରତ ନ ହୋଇ ଦ୍ୱିତୀୟ ଥର ଏହାର ବ୍ୟବହାର କରନ୍ତୁ ଆପଣଙ୍କ ଦାନ୍ତରୁ ୧୦୦% ସେ ପୋକ ବହାରିଯିବ।

Leave a Reply

Your email address will not be published. Required fields are marked *