ସକାଳୁ ପେଟ ସଫା କରିବା ଓ କୋଷ୍ଟ କାଠିନ୍ୟ ଦୂର କରିବା ପାଇଁ ସହଜ ଓ ଲାଭ ଦାୟକ ଉପାୟ….

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗ ମାନେ ଆଜି କାଲିର ବେସ୍ତ ଜୀବନଶୈଳୀରେ ଲୋକ ମାନେ ଠିକ ସମୟରେ ସଠିକ ଖାଦ୍ୟ ଖାଇପାରୁ ନଥିବାରୁ ଅନେକ ଲୋକଙ୍କ ପେଟ ଭଲସେ ସଫା ହୋଇନଥାଏ ସେମାନଙ୍କୁ କୋଷ୍ଟ କାଠିନ୍ୟ ହୋଇଯାଏ।ଆମର ଶରୀରର ପାଚକ ତନ୍ତ ଦ୍ବାରା ସମସ୍ତ ଅଙ୍ଗକୁ ଶକ୍ତି ମିଳିଥାଏ।ସେଥିପାଇଁ ଜେବେବି ଆମକୁ ପେଟ ବା ପାଚକରେ କୌଣସି ସମସ୍ୟା ଦେଖାଯାଏ ଏହାର ପ୍ରଭାବ ଆମର ଅନ୍ୟ ଅଙ୍ଗ ଉପରେ ପଡିଥାଏ।ଏହାର ପ୍ରଭାବ ଫୁସଫୁସ,ହାଡ଼,ଲିଭର,ତ୍ୱଚା ଆଦିରେ ପଡିଥାଏ।ସେଥିପାଇଁ ପେଟ ସଫା ହେବା ଅତ୍ୟନ୍ତ ଜରୁରି।
କିଛି ଲୋକଙ୍କ ସକାଳେ ପେଟ ଭଲ ଭାବେ ସଫା ହୋଇନଥାଏ କିଛି ଅଂଶ ଲୋକଙ୍କ ଅନ୍ତରେ ରହିଯାଇଥାଏ ଯାହା ଧୀରେ ଧୀରେ ସଢ଼ୀ ଗ୍ୟାସ ଓ ଅନ୍ୟାନ୍ୟ ରୋଗ ସୃଷ୍ଟି କରିଥାଏ।ପେଟ ଭଲସେ ସଫା ନ ହେବା କାରଣରୁ ଦିନ ଯାକ ଆମେ ଥକିବା ଓ ଭାରି ଭାରି ଲାଗିଥାଏ।ଯାହା ଦ୍ବାରା ଆମ ମନ କୌଣସି କାମରେ ଲାଗିନଥାଏ।ଯେଉଁ ମାନଙ୍କ ଏହି ସମସ୍ୟା ହୋଇଥାଏ ସେମାନଙ୍କୁ ଏହାର ପ୍ରଭାବ ଦ୍ବାରା ଶରୀରର ଅନ୍ୟ ଅଙ୍ଗରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ।ଏହା ର ପ୍ରଭାବରେ ଲୋକଙ୍କ ଚୁଟି ଝଡ଼ିଥାଏ ଓ ତ୍ୱଚା ଖରାପ ହୋଇଥାଏ।ଖାସ କରି ଏହି ସମସ୍ୟାର ପ୍ରଭାବ ମହିଳା ମାନଙ୍କ ମାସିକ ଧର୍ମ ଉପରେ ପଡିଥାଏ।ଆଜି ଆମେ ଆପଣଙ୍କୁ କହିବୁ ପେଟ ସଫା କରିବା ଓ କୋଷ୍ଟ କାଠିନ୍ୟ ଦୂର କରିବାକୁ ତିନଟି ଭଲ ଉପାୟ।
ପ୍ରଥମ ଉପାୟ ପାଇଁ ଆମକୁ ଆବଶ୍ୟକ ହେବ ଜିରା, ଆଜବାଇନ, ଧନିଆ ,କଳା ଲୁଣ,ହଳଦି ,ସୁଣ୍ଠି,ଓ ପୋଦିନା ।ସର୍ଵ ପ୍ରଥମେ ଦୁଇ ଚାମଚ ଜିରା ଓ ଦୁଇ ଚାମଚ ଆଜବାଇନ ଗରମ କରନ୍ତୁ।ଏହା ପରେ ଧନିଆ ଏକ ଚାମଚ ବି ଗରମ କରନ୍ତୁ।ଏହି ସବୁ କୁ ଭଲ ଭାବେ ଗୁଣ୍ଡ କରନ୍ତୁ।ଏହା ପରେ ଏଥିରେ ଅଧା ଚାମଚ,କଳା ଲୁଣ,ଅଧା ଚାମଚ ହଳଦୀ ,ଏକ ଚାମଚ ସୁଣ୍ଠି ପାଉଡର ଓ ଏକ ଚାମଚ ପୋଦିନା ପାଉଡର ଭଲ ଭାବେ ମିଶାନ୍ତୁ।ଏହା ପରେ ଏହା ପ୍ରସ୍ତୁତ ହୋଇଯାଇଥାଏ।ଏହାକୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଗ୍ରାମ ପାଣିରେ ଏକ ଚାମଚ ଏହାକୁ ଗୋଳାଇ ୧୦ ମିନିଟ ରଖି ପିଅନ୍ତୁ ଯାହା ଦ୍ବାରା ଆପଣଙ୍କ ପେଟ ସକାଳୁ ଭଲସେ ସଫା ହୋଇଥାଏ ଓ ଏହା ଆପଣଙ୍କ ପେଟର ସବୁ ମଇଳା ସଫା କରିଥାଏ।
ସେହି ପରି ଆପଣ ତ୍ରିଫଳା ପାଉଡର କୁ ଭି ଉପଯୋଗ କରିପାରିବେ।ଏହା ବି ଆପଣଙ୍କୁ ଅନେକ ଫାଇଦା ଦେବ।ଏହାକୁ ବି ସେହିପରି ଗରମ ପାଣିରେ ମିଶାଇ ରାତିରେ ଶୋଇବା ପୂର୍ବରୁ ପିଇଲେ ଏହା ସକାଳୁ ପେଟ ସଫା କରିଥାଏ ତା ସହିତ ଚର୍ବି କମ କରିବାରେ ମଧ୍ୟ ଏହା ଅନେକ ଫାଇଦା ଦେଇଥାଏ।ମନେ ରଖନ୍ତୁ ଏହି ଦୁଇଟିରୁ ଏକା ସାଙ୍ଗରେ କେବଳ ଗୋଟିଏର ବ୍ୟବହାର କରିବେ ଓ ସପ୍ତାହରେ ଦିନେ ଦୁଇ ଦିନ ଛାଡି କରିବେ।
ଯଦି ଆପଣ ପ୍ରତ୍ୟେକ ଦିନ କୌଣସି ସମୟରେ ଅମୃତଭଣ୍ଡା ଖାଇବେ ଆପଣଙ୍କ ପେଟ ଭଲସେ ସଫା ହେବ ଏହା ଏକ ବିଶେଷ ପୋଷଣ ଅଟେ ଯାହା ପେଟର ସମସ୍ତ ସମସ୍ୟା ପାଇଁ ବ୍ୟବହାର ହୋଇଥାଏ।ଏହି ସବୁ ଜିନିଷ ଏକା ସାଙ୍ଗେ ବ୍ୟବହାର କରିବେନି ଓ ଲଗାତର କରିବେନି ଦିନେ ଦୁଇ ଦିନ ଛାଡି କରିବା ଉଚିତ।ଯଦି ଆପଣ କୌଣସି ଓସଦ ଆଜି ସମସ୍ୟା ପାଇଁ ଖାଉଛନ୍ତି ତେବେ ଏହାର ସେବନ କରନ୍ତୁ ନାହିଁ।ଆପଣଙ୍କୁ ନିଜର ପ୍ରତ୍ୟେକ ଦିନର ଖାଇବା ଉପରେ ଧ୍ୟାନ ଦେବାକୁ ହେବ।
ଏବେ ଜାଣିବା ସକାଳେ କରିବା ଉପାୟ ବିଷୟରେ।ଏଥିପାଇଁ ଆବଶ୍ୟକ କ୍ୟାଷ୍ଟର ଅଏଲ।ପେଟ ସଫା ପାଇଁ ଏହି ତେଲ ସବୁଠୁ ଭଲ ଅଟେ।ଏହାର ଉପାୟ ହେଲା ଏକ କପ ଗରମ ପାଣିରେ ଏହି ତେଲ ଏକ ଚାମଚ,ଏକ ଚାମଚ ଲେମ୍ବୁ ରସ, ଓ ଅଧା ଚାମଚ ଲୁଣ ମିଶାଇ ଗୋଳାଇଦିଅନ୍ତୁ ଏହାକୁ ପ୍ରତ୍ୟକ ଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ ଥଣ୍ଡା ପାଣି ପିଇ ସାରିବା ପରେ ପିଅନ୍ତୁ ଦେଖିବେ ମାତ୍ର୨୦ ମିନିଟ ଭିତରେ ଏହା କାମ କରିବା ଆରମ୍ଭ କରିଦେଇଥାଏ।ଏହା ପେଟକୁ ଭଲ ଭାବେ ସଫା କରିଥାଏ।
ଆପଣ ଚେଷ୍ଟା କରନ୍ତୁ ଦିନରେ ୭-୮ ଗ୍ଲାସ ପାଣି ପିଇବା ପାଇଁ ଅନେକ ଲୋକଙ୍କ ଶରୀରରେ ପାଣିର କମି କାରଣରୁ ମଧ୍ୟ ଏହି ସମସ୍ୟା ହୋଇଥାଏ।ଯଦି ଆପଣ ନିଜ ଖାଦ୍ୟ ଉପରେ ଧ୍ୟାନ ରଖିବେ ଆପଣଙ୍କୁ ଆଉ କୌଣସି ଓସଦ ଓ ଉପାୟ ଆବଶ୍ୟକ ପଡିବନି।ଖାଇବା ସମସ୍ୟରେ ଖାଇବାକୁ ଭଲସେ ଚୋବାଇ ଖାଆନ୍ତୁ ଏହା ଦ୍ବାରା ଆପଣଙ୍କ ପେଟ ଉପରେ ଏହା ଅଧିକ ଚାପ ଯେପରି ପକାଇବନି ଓ ଖାଦ୍ୟ ସହଜରେ ହଜମ ହୋଇଯିବ।ଏହି ସବୁ ନିୟମ କୁ ମନେ ରଖି ପାଳନ କଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବେ।ଯଦି ଆମ ଲେଖା ଆପଣଙ୍କୁ ପସନ୍ଦ ଆସୁଛି ଏହାକୁ ଲାଇକ ଓ ସେୟାର କରନ୍ତୁ, ଧନ୍ୟବାଦ।