March 24, 2025

Odia Express

Leading Odia News Portal of Odisha

ରାତିରେ ଶୋଇବା ସମୟରେ କ୍ଷୀର ସହିତ ଏହି ଜିନିଷର ସେବନ କରନ୍ତୁ , ପାଚନ ତନ୍ତ୍ରର ଶକ୍ତି ଏଭଳି ବଢିବ ଯେ ଖାଦ୍ୟ ସଂଗେ ସଂଗେ ହଜମ ହେବ

ପାଚନ ତନ୍ତ୍ର ଆମ ଶରୀରର ଏକ ଏଭଳି ଅଙ୍ଗ ଅଟେ , ଏହାକୁ ମଧ୍ୟ ଆପଣ ଏକ ମେସିନ କହିପାରିବେ ଯାହା ଆମ ଶରୀରରେ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ। ବନ୍ଧୁଗଣ ଯେବେବି ଆମ ପାଚନ ତନ୍ତ୍ରର କମଜୋର ହୋଇଯାଇଥାଏ ସେତେବେଳେ ଆମ ଶରୀରରେ ବହୁତ ପ୍ରକାରର ବେମାରୀ ହୋଇଥାଏ। ଆମ ଶରୀର ସବୁ ପ୍ରକାର ପୋଷକ ତତ୍ତ୍ୱ ଖାଦ୍ୟରୁ ହିଁ ନେଇଥାଏ। ଆମ ପାଚନ ତନ୍ତ୍ର ଖରାପ ହୋଇଗଲେ ଆମ ପାଚନ ତନ୍ତ୍ରକୁ ସେହି ସବୁ ପୋଷକ ତତ୍ତ୍ୱ ମିଳିପାରିନଥାଏ ଯାହା ଖାଦ୍ୟରେ ଥାଏ ଏବଂ ଯାହା ଆମ ଶରୀରକୁ ଜରୁରୀ ଅଟେ । ଏମିତିରେ ପୋଷକ ତତ୍ତ୍ୱର କମି କାରଣରୁ ଶରୀରରେ କମଜୋରି, ପେଟ ସମ୍ବନ୍ଧୀୟ ସମସ୍ୟା, ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ଦେଖା ଦେଇଥାଏ। ଯାହା ଫଳରେ ଆମ ଶରୀରକୁ ପ୍ରତି ଋତୁରେ ବେମାରି ହୋଇଥାଏ। ଯେମିତି ଥଣ୍ଡା ଦିନେ ଟିକେ ବି ଥଣ୍ଡା ଲାଗିବା କାରଣରୁ ଆମକୁ ଥଣ୍ଡା ହୋଇଯାଏ , ଗରମ ଆରମ୍ଭ ହେବା ଫଳରେ ହଇଜା ହେବା, ବର୍ଷା ଆରମ୍ଭ ହେଲେ ଇଂଫେକ୍ସନ, ମ୍ୟାଲେରିଆ ଆଦି ହୋଇଥାଏ। ଯାହା ବହୁତ ଅସୁବିଧାରେ ଆମକୁ ପକେଇଦେଇଥାଏ।

ଯଦି ଆମେ କଥା ହେବା ପାଚନ ତନ୍ତ୍ର କମଜୋର ହେବାର କାରଣ ବିଷୟରେ ତେବେ ଏହା ଆମର ଆଜି କାଲିର ଭୁଲ ଖାଦ୍ୟ ପେୟ। ଆଜି ଆମେ ସମୟ ବଞ୍ଚେଇବା ପାଇଁ ଏବଂ କେବଳ ନିଜ ଭୋକକୁ ମାରିବା ପାଇଁ ବଜାରରେ ଉପଲବ୍ଧ ଫାଷ୍ଟଫୁଡ ଯେମିତିକି ପିଜା, ବର୍ଗର , ଚାଉମିନ ,ମୋମଜ , କୋଲଡ଼ ଡ୍ରିଂକ୍ସ (ଥଣ୍ଡା ପାନୀୟ) ଏହାର ସେବନ କରିଥାଉ। ଯାହା ଆମ ଶରୀର ପାଇଁ ବହୁତ ହାନିକାରକ ଅଟେ। ଯାହା ଫଳରେ ପାଚନ ତନ୍ତ୍ର ଏବଂ ପେଟର ସମସ୍ୟା ଆଦି ପରିଲକ୍ଷିତ ହୋଇଥାଏ। ଏହା ଫଳରେ ଗ୍ୟାସ , ଏସିଡିଟି , କମଜୋରି , ପେଟ ଫୁଲିବା , ପେଟରେ ଯନ୍ତ୍ରଣା ଅନୁଭବ ହେବା ଏହି ଭଳି ସମସ୍ୟମାନ ସୃଷ୍ଟି ହୋଇଥାଏ।

ଆମେ ଯେଉଁ ଖାଦ୍ୟ ଖାଉ ତାହା ଆମ ଶରୀରରେ ନପଚିବାର କାରଣ ଏହା ମଧ୍ୟ ଅଟେ ଯେ ଆମର ଶାରୀରିକ କାମ ନକରିବା। ଏହାର ଅର୍ଥ ଆଜିର ସବୁକାମ ଆମେ ମେସିନ ଦ୍ଵାରା କରିଥାଉ, ଯାହା ଫଳରେ ଆମ ଶରୀରର କୌଣସି ପ୍ରକାର ଶାରୀରିକ କ୍ରିୟା କଳାପ ଆଦି ହୋଇନଥାଏ, ଏହା ଫଳରେ ଆମ ପାଚନ ତନ୍ତ୍ର ଖିଆଯାଇଥିବା ଖାଦ୍ୟକୁ ଭଲ ଭାବରେ ହଜମ କରେଇପାରେ ନାହିଁ। ଯାହା ଫଳରେ ଖାଦ୍ୟରେ ଥିବା ସବୁ ପୋଷକ ତତ୍ତ୍ୱ ଆମକୁ ମିଳେନାହିଁ। ଏଥିପାଇଁ ଦିନରେ କେଉଁବି ଶାରୀରିକ କାର୍ଯ୍ୟ କଳାପ ନିଶ୍ଚିତ ଭାବରେ କରନ୍ତୁ।

ତେବେ ଚାଲନ୍ତୁ ଏକ ଆୟୁର୍ବେଦ ଉପାୟ ଜାଣିବା , ଯାହା ବହୁତ କାଳରୁ ବ୍ୟବହାର କରାଯାଇଆସୁଛି।

ଏହି ଉପାୟକୁ ବନେଇବା ପାଇଁ ଆପଣଂକୁ ତିନୋଟି ଜିନିଷର ଆବଶ୍ୟକତା ଅଛି। ଯାହା ହେଉଛି ମିଶ୍ରି, ଅଜବାଇନ ଏବଂ ସୋମ୍ଫ । ଏହି ୩ଟିକୁ ସମାନ ସମାନ ଭାବରେ ନେଇ ପେଷି କରି ଏହାର ପାଉଡର ବନେଇଦେବାର ଅଛି । ଏହାର ବ୍ୟବହାର ଅଧା ଚାମଚ ଶୋଇବା ସମୟରେ କ୍ଷୀର ସହିତ ରାତିକୁ ନିଅନ୍ତୁ। ଯଦି ଏହାକୁ ନିୟମିତ ଆପଣ ୭ ଦିନ କରିବେ ତେବେ ତାହା ପରେ ଆପଣଂକୁ ନିଜ ଶରୀରରେ କମାଲର ଫରକ ଆସିବ।

Leave a Reply

Your email address will not be published. Required fields are marked *