March 24, 2025

Odia Express

Leading Odia News Portal of Odisha

ଭାରତର ପ୍ରଥମ କମ୍ପାନୀ ଭାବରେ ଗ୍ଲେନ ମାର୍କକୁ କରୋନା ଔଷଧ ତିଆରି କଲେ – ପ୍ରତି ବଟିକା ଦାମ ମାତ୍ର ୧୦୩ ଟଙ୍କା – ଦେଖନ୍ତୁ କେଉଁ ମାନେ ଖାଇ ପାରିବେ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ। ଭାରତରେ ପ୍ରଥମ ଥର କୌଣସି ଔଷଧକୁ ଡ୍ରଗ କଣ୍ଟ୍ରୋଲ ଦ୍ବାରା ଅନୁମତି ମିଳିଛି।ଏହି ଓସଦର ନାମ ଫେବିପିରାବିର। ଏହି ଔଷଧ କିପରି କାମ କରିବ , ଏହାର ମୂଲ୍ୟ କଣ ରହିବ, ଏହାର ବ୍ୟବହାର ଦ୍ଵାରା କିଛି ଅଶୁବିଧା ହେବକି ନାହିଁ, ଏହି ସବୁ କଥା ଆମେ ଆପଣଙ୍କୁ କହିବୁ।ଗ୍ଲେନ ମାର୍କ ନାମରେ ଏକ ଫର୍ମାଲୋଜିକାଲ କମ୍ପାନୀ କାଲି ବା ୨୦ ଜୁନ କୁ ଏହା ଘୋଷଣା କରିଛି କି ସେ ପ୍ରଥମ ଭାରତୀୟ କମ୍ପାନୀ ଯାହାର ଔଷଧକୁ ଅନୁମତି ମଳିଛି ମାର୍କେଟିଙ୍ଗ ପାଇଁ। ଏହି ଔଷଧର ମୂଲ୍ୟ ରହିବ ୧୦୩ ଟଙ୍କା।ପ୍ରତି ବଟିକାର ଦାମ। ଏହା ଏକ ସପ୍ତାହ ମଧ୍ୟରେ ସବୁ ଔଷଧ ଦୋକାନରର ମିଳିପାରିବ। ଏହା ଦୋକାନରେ ଫାବିଫ୍ଲୁ ନାମରେ ରହିବ କିନ୍ତୁ ଏହାର ପ୍ରକୃତ ନାମ ଫେବିପିରାବିର। ଏହାକୁ ଭାରତର ଗ୍ଲେନ ମାର୍କ କମ୍ପାନୀ ତିଆରି କରିଛି।

ଏହା ଭାରତର ପ୍ରଥମ କମ୍ପାନୀ ଯାହାକୁ ଏହାକୁ ବିକ୍ରି ପାଇଁ ଅନୁମତି ମିଳିଛି।ଏହି ଔଷଧକୁ ଅନୁମତି ମିଳିବା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ କାରଣ ଏହି ଓସଦ ପୂର୍ବ ୨ ମାସରୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଅଧିକ ଲାଭ ଦେଉଛି । ସବୁ ଔଷଧକୁ ମଧ୍ୟରୁ ଏହା ଅଧିକ ଫାଇଦା ଦେଉଛି।ଏବେ ଏହାକୁ ସମସ୍ତ ଦୋକାନରେ ବିକ୍ରି ପାଇଁ ଅନୁମତି ମିଳିଯାଇଛି।

ଏହାକୁ ପ୍ରଥମେ ୨୦୧୪ରେ ଜାପାନ ବାହାର କରିଥିଲା।ଜାପାନରେ ଏହାକୁ ଆଭିଗନ ନାମରେ ବିକ୍ରି କରାଯାଇଥାଏ। ଏହାର ଜେନେରିକ ନାମ ଏଭିଫେବିର।ଏହି ଔଷଧ କଣ ସବୁ କରୋନା ରୋଗୀଙ୍କ ପାଇଁ ଫାଇଦା ଦାୟକ? ନୁହେଁ କାରଣ ଏହା କେବଳ ସେହି ରୋଗୀଙ୍କ ଉପରେ କାମ କରିଥାଏ ଯେଉଁମାନେ ଅଳ୍ପ ଆକ୍ରାନ୍ତ ହୋଇଥାନ୍ତି ଏହି ଭାଇରସ ଦ୍ବାରା ଓ ଯେଉଁମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି ତାଙ୍କ ଉପରେ ଏହି ଔଷଧ ର ପ୍ରଭାବ ଅଧିକ ନଥାଏ।ଏବେ ପର୍ଯ୍ୟନ୍ତ ଭାରତର କୌଣସି ଔଷଧକୁ ଅନୁମତି ମିଳିନଥିଲା ସେଥିପାଇଁ ଡ୍ରଗ କଣ୍ଟ୍ରୋଲର ଏହାକୁ ପ୍ରଥମ ଭାରତୀୟ କମ୍ପାନୀ ଭାବେ ଅନୁମତି ଦେଇଛି ଏହା ଅଳ୍ପ ଆକ୍ରାନ୍ତଙ୍କ ଉପରେ କାମ କଲେବି କିଛି ମାତ୍ରାରେ କାମ କରୁଥିବାରୁ ଏହାକୁ ଅନୁମତି ମିଳିଛି।

ଭାରତରେ ଔଷଧକୁ ଅନୁମତି ଦେଇଥାଏ Central drugs standred Organization। ଏହାର ମୂଲ୍ୟ ହେବ ୧୦୩ ଟଙ୍କା ପ୍ରତି ବଟିକା ଓ ୩୫୦୦ ଟଙ୍କା ରହିବ ଏକ ପ୍ୟାକେଟ ଯେଉଁଥିରେ ୩୪ ବଟିକା ଥିବ।ଏହା ଏକ ସପ୍ତାହ ମଧ୍ୟରେ ସମସ୍ତ ମେଡିକାଲ ଓ ଔଷଧ ଦୋକାନରେ ମିଳିଯିବ କିନ୍ତୁ ଏହାକୁ ଆପଣ ସେମିତି କିଣି ଖାଇବେନି ଏହାକୁ ଯେବେ ଡାକ୍ତର ଲେଖିବେ ତେବେ ଏହାକୁ ଆପଣ ଖାଇବେ। ଏହାକୁ ଡାକ୍ତର ବି ରୋଗୀଙ୍କ ଅନୁମତି ବିନା ଲେଖିପାରିବେନି। ଗ୍ଲେନ ମାର୍କ କମ୍ପାନୀ କହିଛି ଏହାକୁ ଡାଇବେଟିସ ଓ ହାର୍ଟ ରୋଗୀ ମାନେବି ଖାଇ ପାରିବେ ଏହା ଦ୍ଵାରା ସେମାନଙ୍କୁ କୌଣସି ଅଶୁବିଧା ହେବ ନାହିଁ । ଏହା କେବଳ ଅଳ୍ପ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଉପରେ କାମ କରିଥାଏ।ସେମାନଙ୍କ ଉପରେ ୪ ଦିନ ଭିତରେ ଅନେକ ଫାଇଦା ଦେଇଥାଏ।

ଅଳ୍ପ ଆକ୍ରାନ୍ତ ରୋଗୀଙ୍କ ଉପରେ ପରୀକ୍ଷା କରାଯାଇ ଜଣା ପଡିଛି ୯୦% ରୋଗୀଙ୍କ ଭିତରେ ଏହା ୪ ଦିନ ଭିତରେ ଅନେକ ଫାଇଦା ଦେଇଥାଏ। ଏବେବି ଏହାକୁ ୧୮ କ୍ଲିନିକାଲ ଟେଷ୍ଟ କରାଯାଉଛି ଯେଉଁଥିରେ ୩୦୦୦ ରୋଗୀଙ୍କ ଉପରେ ପରୀକ୍ଷା କରାଯାଉଛି। କଣ ଭାରତ ଛଡା କୌଣସି ଅନ୍ୟଦେଶ ଏହାକୁ ଅନୁମତି ଦେଇଛି ? ଆଜ୍ଞା ହଁ ଇଟାଲୀ ଓ ଚୀନ ଏହାକୁ ଅନେକ ଆଗରୁ ଅନୁମତି ଦେଇସାରିଛନ୍ତି ଓ ବଙ୍ଗଳାଦେଶ ବି ଏହାକୁ ଅନୁମତି ପ୍ରଦାନ କରିଛି।

ଏହି ଔଷଧ କିପରି ଏହି ଭାଇରସରୁ ରକ୍ଷାକରିଥାଏ? ଏହା ଭାଇରସର ରିପ୍ରଡକ୍ସନରେକୁ ଅଟକାଇ ଦେଇଥାଏ। ଏହା RNA ପଲିମରେଜ କୁ ଅଟକାଇ ଦେଇଥାଏ। ଏହା ଏହି ଭାଇରସ କୁ ବଢାଇବାରେ ସାହାଯ୍ୟ କରିଥାଏ। ଯେବେ ଏହି ଭାଇରସ ଏକରୁ ବଢ଼ିପାରିବନି ଏହାର ସଂଖ୍ୟା ଶରୀରରେ କମିବାରେ ଲାଗିବ ଯାହା ଦ୍ଵାରା ରୋଗୀ ଏହି ଭାଇରସରୁ ମୁକ୍ତି ପାରିପାରିବକଣ ଏହି ଔଷଧକୁ ପୁରା ପରୀକ୍ଷା କରାଯାଇଛି ଏହା ଅଧିକ ଫାଇଦା ଦେଇଥାଏ? ଏହା ସମ୍ପୂର୍ଣ ପରୀକ୍ଷା କରାଯାଇଛି କିନ୍ତୁ ଏହାର ଯେଉଁ କ୍ଲିନିକାଲ ଟ୍ରାଏଲ ହୋଇଥିଲା ସେଥିରେ ଭଲ ରେଜଲ୍ଟ ଆସିବାରୁ ଏହାକୁ ଅନୁମତି ମିଳିଛି।

କଣ ଏହି ଔଷଧ ଦ୍ବାରା କୌଣସି ଅଶୁବିଧାବି ହୋଇପାରେ? ହଁ ଏହା ଦ୍ଵାରା ଅଶୁବିଧା ବି ହୋଇଥାଏ ଯାହା ଦ୍ବାରା ଜାପାନରେ ଏହାକୁ କେବଳ ଜରୁରି ସମସ୍ୟାରେ ବ୍ୟବହାର ପାଇଁ ଆଦେଶ ଦେଇଛନ୍ତି। ଏହାକୁ ଯଦି କୌଣସି ଗର୍ଭବତୀ ମହିଳା ଖାଇବ ଏହାର ପ୍ରଭାବ ତା ପେଟର ଛୁଆ ଉପରେ ବି ପଡିଥାଏ। ଏହା ପରେ ବି ଏହା ଅନେକ ଫାଇଦା ଦେଇଥାଏ।ଏହା ଥିଲା ଏହି ଔଷଧ ବିଷୟରେ ତଥ୍ୟ।ଯଦି ଆପଣଙ୍କୁ ଏହି ଲେଖା ଭଲ ଲାଗିଛି ଏହାକୁ ଲାଇକ ଓ ସେୟାର କରନ୍ତୁ ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *