March 24, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା କିପରି ଆମ ଶରୀରର ଆଣ୍ଠୁ ଗଣ୍ଠି ଦରଜକୁ ଭଲ କରିବା ମାତ୍ର କିଛି ଦିନ ରେ…

ନମସ୍କାର ବନ୍ଧୁଗଣ ବୟସ ଅନୁସାରେ ବ୍ୟକ୍ତିର ହାଡ଼ର ମଜବୁତି ଓ ଘନିଷ୍ଠତା ଧୀରେ ଧୀରେ କମିବାକୁ ଲାଗିଥାଏ।କିଛି କ୍ଷେତ୍ରରେ ଏହା ଦୁର୍ବଳ ଓ ନରମ ହେବାକୁ ଲାଗିଥାଏ ଓ ଏହି ସ୍ଥିତିକୁ ଅଷ୍ଟିଓ ପରୋସିସ କୁହାଯାଏ।ଗୋଟେ ସଂସ୍ଥା ଅନୁସାରେ ୪କୋଟିରୁ ବେସି ଲୋକଙ୍କ ଭିତରେ ଅଷ୍ଟିଓ ପରୋସିସ ରୋଗ ଦେଖାଯାଏ।ଯେମିତିକି ଯେମିତି ମଣିଷ ବଡ଼ ହୁଏ ନୂଆ ହାଡ଼ ଗଠନ ଓ ପୁରୁଣା ହାଡ଼ ଭିତରେ ଅସନ୍ତୁଳନ ଦେଖାଯାଏ ଯେଉଁଥିପାଇଁ ହାଡ଼ ଗୁଡିକ ଦୁର୍ବଳ ହେବାକୁ ଲାଗେ।ଏହି ରୋଗ ପୁରୁଷ ଓ ମହିଳା ଦୁଇଜଣଙ୍କୁ ପ୍ରଭାବିତ କରିଥାଏ ଏହି ରୋଗର ମୁଖ୍ୟ କାରଣ ଖାଦ୍ୟପେୟରେ କମି ଧୂମ୍ରପାନ,ସାରିରକ କାର୍ଯ୍ୟ କଳାପ ନକରିବା,ଓଜନ ପୁରା କମ ହେବା,ଥାଇରେଡ଼ ସମସ୍ୟା ଆଦି ଦ୍ୱାରା ଜଡିତ।

ଶରୀରରେ ଭିଟାମିନର କମି ଯେମିତି ମ୍ୟାଗ୍ନିସିୟ,ଜୀଙ୍କ ଓ ଭିଟାମିନ-ଡ଼ି,ଭିଟାମିନ-କେ ଆଦି ହୋଇଥାଏ।ଏହାର ବଢୁଥିବା ପରିମାଣ ଅନୁସାରେ ଆପଣଙ୍କ ଶରୀର ଆଦିରେ ହାଡ଼ ଗୁଡିକର ଫ୍ୟାକଚର ହୋଇପାରିବ ଓ ଅଣ୍ଟାରେ ଦରଜ ହେବା ଓ ନଇଁଯିବା ଅବସ୍ତା ହୋଇଥାଏ।ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କୁ ଅଷ୍ଟିଓ ପରୋସିସ ହୋଇଛି ଆପଣଙ୍କୁ ଗୋଟେ ନିୟନ୍ତ୍ରିତ ଜୀବନ ଶୈଳୀ ଆପଣେଇବାକୁ ପଡିବ ଏହା ଦ୍ୱାରା ବେମାର କମ ହୋଇପାରିବ ଯେମିତି ଆପଣଙ୍କ ହାଡ଼ ମଜବୁତ ଓ ଟାଣ ହୋଇପାରିବ ଆପଣଙ୍କୁ ଘରୋଇଉପାୟ ଆପଣେଇବା ଦ୍ୱାରା ଆପଣ ସୁସ୍ଥ ରହି ପାରିବେ।

ସବୁଦିନ ଆଲୁ ବୁଖରା ଖାଇବା ଦ୍ୱାରା ଆପଣଙ୍କ ହାଡ଼ ଓ ପ୍ୟାକଚର ଆଦିକୁ ଠିକ କରିଥାଏ।କାହିଁକିନା ଏହା ଭିତରେ ଉଚ୍ଚ ମାତ୍ରାରେ ପିଲିଫିନଲ ରହିଥାଏ।ଏହା ଦ୍ୱାରା ହାଡ଼ ପର୍ଯ୍ୟନ୍ତ ପହଁଚୁଥିବା ବିଭିନ୍ନ ପ୍ରକାରର ପୋଷଣକୁ ପଠେଇଥାଏ ଅଧିକ ବୟସ ଥିବା ବ୍ୟକ୍ତିକୁ ଖାଇବାକୁ ଦେଇଥାନ୍ତି ଯାହାଫଳରେ ହାଡ଼ ଶକ୍ତ ହୋଇଥାଏ ଓ ଯାହାକୁ ଅଷ୍ଟିଓ ପରୋସିସ ହୋଇଥାଏ ସେ ଏହି ଫଳକୁ ଦିନରେ ୬-୭ ଥର ଖାଏ।ବାଦାମ ଖୀରରେ ବହୁତ ଉଚ୍ଚ ମାତ୍ରାରେ କ୍ୟାଲସିୟମ ଥାଏ ଓ ଏହା ଅଷ୍ଟିଓ ପରୋସିସ ପାଇଁ ବହୁତ ଭଲ ଘରେଇ ଉପାୟ ହୋଇଥାଏ।

ଆପଣ ବାଦାମ କ୍ଷୀରକୁ ଦୁଇ ପ୍ରକାର ବ୍ୟବହାର କରିପାରିବେ ପ୍ରଥମତ ଆପଣ ବାଦାମକୁ ରାତି ସାରା ପାଣିରେ ବୁଡ଼େଇ ରଖିବେ ଓ ତାପର ଦିନ ବାଦାମରୁ ତା ଚୋପା ଛଡେ଼ଇ ଦେବେ ଓ ବାଦାମକୁ ଗ୍ରାଇଣ୍ଡରରେ ପୁରେଇ ପେସିଦେବେ ତାପରେ ସେଥିରେ ଅଧା କପ ପାଣି ମିଶେଇ ଦେବେ ତାପରେ ତାକୁ ଗୋଟେ ନରମ ପେଷ୍ଟରେ ପରିଣତ କରିବେ ଓ ଆଉ ସେଥିରେ ଡାଲଚିନି ପାଉଡର ଓ ସ୍ୱାଦ ଅନୁସାରେ ମହୁ ମିସେଇବେ ଓ ତାପରେ ସେ ମିଶ୍ରଣ କୁ ପୁଣି ସେଥିରେ ମିକ୍ସ କରିବ ଯଦି ଆପଣ ମଧୁମେହ ରୋଗୀ ତାହେଲେ ମହୁ ମିସେଇବେନି।ତାପରେ ତିଆରି ଏ ବାଦାମ୍ କ୍ଷୀରକୁ ଖାଇସାରିବା ପରେ ପିବେ।

ଦ୍ୱିତୀୟ ଉପାୟ ବାଦାମକୁ କ୍ଷୀର ଶହ ଗ୍ରାଇଣ୍ଡିଂ କରିବେ ସେଥିରେ ଗୋଟେ ଚୁଟିକି ଡାଲଚିନ ପାଉଡର ଓ ଅଦା ପାଉଡ଼ର ମିଶେଇ ପିଯିବେ ଏହାକୁ ଦିନରେ ଦୁଇଥର ନିଶ୍ଚିନ୍ତ ପିବେ।ମାଛ ତେଲରେ ଅବସ୍ଥିତ ଓମେଗା-୩ ଫ୍ୟାଟି ଏସିଡ ଆଦି ଜିନିଷ ଓ ଭିଟାମିନ-ଡ଼ି ଥାଏ।ଆମକୁ ଦିନରେ ଗୋଟେ ଥର ଖାଦ୍ୟ ସାଙ୍ଗରେ ନେବାର ଅଛି।ସପୁରୀ ମଧ୍ୟ ହାଡ଼ ପାଇଁ ବହୁତ ଫାଇଦା କାରୀ ହୋଇଥାଏ ଓ ଶରୀରକୁ ଭିଟାମିନ-ଡି ଯୋଗାଇଥାଏ।

ଭିଟାମିନ-ଡି ର ସବୁଠାରୁ ଭଲ ଓ ପ୍ରାକୃତିକ ସ୍ରୋତ ହେଉଛି ସୂର୍ଯ୍ୟ ସକାଳୁ ସବୁଦିନ ୧୦-୧୫ ମିନିଟ ପର୍ଯ୍ୟନ୍ତ ସୁର୍ଯ୍ୟ ଆଗରେ ଠିଆ ହୋଇଯିବ ଏହା ଆପଣଙ୍କ ଶରୀରକୁ ଭରପୁର ଭିଟାମିନ-ଡି ଯୋଗେଇଥାଏ ବେଶି ଠିଆ ହେବେନି ଯେତେବେଳେ ଠିଆ ହେବେ ସନ ସ୍କ୍ରୀମ ର ବ୍ୟବହାର କରିବେ।ଏହା ଶହିତ ଯୋଗ ବ୍ୟାୟାମ କରିବ ଓ ଧୂମ୍ରପାନ ମଦ୍ୟପାନ କରିବ ନାହିଁ ଯାହା ଫଳରେ ଆପଣ ସୁସ୍ଥ ରହିପାରିବେ।

Leave a Reply

Your email address will not be published. Required fields are marked *