ଜନ୍ମ ଦିନରୁ ଜାଣନ୍ତୁ କିପରି ଅଟେ ଆପଣଙ୍କର ବ୍ୟକ୍ତିତ୍ୱ, ଅନ୍ୟମାନଙ୍କ ରହସ୍ୟ ମଧ୍ୟ ଜାଣିପାରିବେ ଆପଣ – ଏବେ ଜାଣିରଖନ୍ତୁ ଆପଣ..
ପ୍ରତ୍ୟେକ ବ୍ୟକ୍ତିଙ୍କର ଜନ୍ମଦିନ ତାଙ୍କ ନିମନ୍ତେ ସ୍ଵତନ୍ତ୍ର ହୋଇଥାଏ। କୁହାଯାଏ ଯେ ଜନ୍ମଦିନ ସମସ୍ତଙ୍କର ରହସ୍ୟ ଖୋଲିଥାଏ। କୌଣସି ବ୍ୟକ୍ତିଙ୍କର ହାବଭାବ ଏବଂ ତାଙ୍କର ପ୍ରକୃତି ତାଙ୍କର ଜନ୍ମ ଦିନରୁ ଜଣାପଡିଥାଏ। ଏହା ବ୍ୟତିତ ରାଶି ମଧ୍ୟ ବହୁତ କିଛି ସ୍ପଷ୍ଟ କରିଦେଇଥାଏ। ଅନେକ ବିଦ୍ଵାନ ମାନନ୍ତି ଯେ ଜନ୍ମର ମାସ ମଧ୍ୟ ବହୁତ କିଛି କହିଥାଏ। ଆଜି ଆମେ ଏହି ଲେଖାରେ ଜାଣିବା ଯେ କୌଣସି ବ୍ୟକ୍ତିଙ୍କର ଜନ୍ମ ଦିନ ତାଙ୍କ ଜୀବନରେ କଣ ମାନ୍ୟତା ରଖେ। ଆସନ୍ତୁ ଏହି ଲେଖା ମାଧ୍ୟମରେ ଜାଣିବା ଯେ ଆପଣଙ୍କ ଜନ୍ମ ଦିନ ଆପଣଙ୍କ ବିଷୟରେ କଣ କହିଥାଏ ।

ସୋମବାର: ସୋମବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ନିମନ୍ତେ କୁହାଯାଏ ଯେ ଏପରି ଲୋକମାନେ ନଟଖଟ ଏବଂ ପିଲାବେଳେ ଦୁଷ୍ଟ ହୋଇଥାନ୍ତି। ଏହି ଦିନ ଜନ୍ମିଥିବା ଲୋକମାନେ ଫ୍ରାଙ୍କ ପ୍ରକୃତିର ହୋଇଥାନ୍ତି, ଏମାନଙ୍କ ଚେହେରାରେ ହସ ସବୁବେଳେ ରହିଥାଏ ଏବଂ ଖୁସି ମିଜାଜ ପ୍ରବୃତ୍ତିର ହୋଇଥାନ୍ତି ।ଏପରି ଲୋକମାନେ ମିଳନସାର ପ୍ରକୃତିର ହୋଇଥାନ୍ତି। ନିଜର ଜୀବନରେ ଆସିଥିବା କୌଣସି ଦୁଃଖରେ ଅଧିକ ବ୍ୟସ୍ତ ହୁଅନ୍ତି ନାହିନ ଏବଂ ତାହାର ଦୃଢତାର ସହ ମୁକାବିଲା କରନ୍ତି। ସାହସୀ ହୋଇଥାନ୍ତି କିନ୍ତୁ ଧୈର୍ଯ୍ୟବାନ ହୋଇନଥାନ୍ତି। କମ ଧୈର୍ଯ୍ୟ ରଖୁଥିବା ଲୋକଙ୍କ ଜୀବନରେ ତାଙ୍କ ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ନିଜର ପରିବାରକୁ ବହୁତ ମହତ୍ଵ ଦିଅନ୍ତି । ପରିବାରର ସମସ୍ତ ସଦସ୍ୟଙ୍କ ସହିତ ସମାନ ବ୍ୟବହାର କରନ୍ତି ଏବଂ ନିଜର ଜୀବନରେ ମଧ୍ୟ ବହୁତ ସଫଳ ରହନ୍ତି। ଜୀବନସାଥୀଙ୍କର ସହାୟତା କରନ୍ତି ଏବଂ ନିଜ ପରିବାରର ଭଲ ରୂପେ ଧ୍ୟାନ ରଖନ୍ତି ।

ମଙ୍ଗଳବାର: ମଙ୍ଗଳବାରରେ ଜନ୍ମିତ ଲୋକଙ୍କ ସ୍ଵାମୀ ମଙ୍ଗଳଗ୍ରହ ହୋଇଥାଏ। ଏହି ଦିନ ଜନ୍ମିତ ଲୋକମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ନିଜର ଜୀବନରେ ବହୁତ ପରିଶ୍ରମ କରନ୍ତି ଏବଂ ପରିଶ୍ରମ ବଳରେ ଆଗକୁ ବଢନ୍ତି। ମଙ୍ଗଳବାର ଦିନ ଜନ୍ମିତ ଲୋକମାନେ ବହୁତ କ୍ରୋଧୀ ପ୍ରବୃତ୍ତିର ହୋଇଥାନ୍ତି। ନିଜର କଥା ଉପରେ ଜିଦି କରିବାର ଅଭ୍ୟାସ ହୋଇଥାଏ। ଏପରି ଲୋକମାନେ ଭାବନାତ୍ମକ ରୂପରେ ବହୁତ ଦୁର୍ବଳ ହୋଇଥାନ୍ତି। ଏପରି କୁହାଯାଏ ଯେ ମଙ୍ଗଳବାର ଦିନ ଜନ୍ମିତ ଲୋକଙ୍କର ନିଜର ଘର ପରିବାର ଲୋକଙ୍କ ସହିତ ଭଲ ପଡେ ନାହିଁ ଏବଂ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ଅସଫଳ ରହନ୍ତି। ନିଜର ଜୀବନସାଥୀଙ୍କ ସହିତ ଅଧିକ ମେଳ ଖାଏ ନାହିନ ଏବଂ ନିଜର ସାଥି ସହିତ ମଧ୍ୟ ପଡେ ନାହିଁ।

ବୁଧବାର: ବୁଧବାର ଦିନ ଜନ୍ମିତ ଲୋକମାନେ ବହୁତ ଭଲ ସ୍ଵଭାବର ହୋଇଥାନ୍ତି। ଏବଂ ବୁଦ୍ଧିରେ ବହୁତ କ୍ଷିପ୍ର ହୋଇଥାନ୍ତି, ଶିକ୍ଷା ମାମଲାରେ ସବୁଠାରେ ଆଗରେ ରହନ୍ତି। ନିଜର ମାଆଙ୍କର ସମ୍ମାନ ବହୁତ କରନ୍ତି ଏହା ବ୍ୟତିତ ନିଜର ଭାଇ ଭଉଣୀଙ୍କ ସହିତ ମଧ୍ୟ ବହୁତ ପ୍ରେମ କରନ୍ତି। ନିଜର ସାଥି ସହିତ ଏମାନଙ୍କର ବହୁତ ଭଲ ସମ୍ପର୍କ ରହିଥାଏ ଏବଂ ସମାଜରେ ଉଚ୍ଚ ପଦବୀରେ ଗଣାଯାଆନ୍ତି । ଏପରି ଲୋକମାନେ ନିଜର କଥା ଦ୍ଵାରା ପ୍ରଭାବ ଛାଡନ୍ତି ଏବଂ ସମସ୍ତଙ୍କୁ ବହୁତ ପ୍ରେମ କରନ୍ତି ।

ଗୁରୁବାର: ଏହି ଦିନ ଜନ୍ମିତ ଲୋକଙ୍କର ସ୍ଵପ୍ନ ଉଚ୍ଚ ହୋଇଥାଏ। ପରନ୍ତୁ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି। କମ କଥା ହେବା ଏମାନଙ୍କର ସବୁଠାରୁ ବଡ ଶକ୍ତି ହୋଇଥାଏ। ସମସ୍ତଙ୍କ ସହିତ ବିନମ୍ରତା ଭାବ ରଖନ୍ତି ଏବଂ କାହାର କଥାକୁ ଖରାପ ଭାବନ୍ତି ନାହିଁ। ଏପରି ଲୋକଙ୍କର ପ୍ରକୃତି ବହୁତ ପ୍ରଫେସନାଲ ହୋଇଥାଏ। ଏମାନେ ନିଜର ବନ୍ଧୁ ମାନଙ୍କ ସହିତ ସବୁବେଳେ ଭଲ ବ୍ୟବହାର କରନ୍ତି। ଏମାନଙ୍କ ଜୀବନରେ ବନ୍ଧୁତା ବହୁତ ଅଧିକ ମହତ୍ଵ ରଖିଥାଏ ଏବଂ ଏହିଦିନ ଜନ୍ମିତ ଲୋକମାନେ ବନ୍ଧୁତା ବହୁତ ଭଲ ଭାବରେ ସମ୍ଭାଳିଥାନ୍ତି । ନିଜର ବ୍ୟକ୍ତିଗତ ଜୀବନରେ ବହୁତ ବିଚାର କରି ନିଜର ସାଥି ଚୟନ କରନ୍ତି ଏବଂ ନିଜର ପାର୍ଟନରଙ୍କୁ ବହୁତ ଖୁସିରେ ରଖନ୍ତି ।

ଶୁକ୍ରବାର: ଶୁକ୍ରବାର ଦିନ ଜନ୍ମିତ ଲୋକମାନେ ବହୁତ ଗମ୍ଭୀର ହୋଇଥାନ୍ତି। ଏପରି ଲୋକମାନେ ନିଜର ବ୍ୟକ୍ତିଗତ ଜୀବନରେ ପ୍ରେମ ସମ୍ଭାଳି ପାରନ୍ତି ନାହିନ ଯେବେ କି ସେମାନଙ୍କର ଆରେଞ୍ଜ ବୈବାହିକ ଜୀବନ ବହୁତ ଭଲ ହୋଇଥାଏ। ବୈବାହିକ ଜୀବନ ବହୁତ ଭଲ ହେବା କାରଣରୁ ଏହି ଲୋକମାନେ ନିଜର ମାତା ପିତାଙ୍କୁ ସବୁବେଳେ ନିଜ ସାଥିରେ ରଖନ୍ତି ଏବଂ ସେମାନଙ୍କର ସମ୍ମାନ କରନ୍ତି ।

ଶନିବାର: ଶନିବାର ଦିନ ଜନ୍ମିତ ଲୋକଙ୍କ ବିଷୟରେ କୁହାଯାଏ ଯେ ଏହି ଲୋକମାନେ କ୍ରୋଧ କରିବାରେ ଶ୍ରେଷ୍ଠ ହୋଇଥାନ୍ତି ଏବଂ ଭାବନାତ୍ମକ ରୂପରେ ବହୁତ ଦୁର୍ବଳ। ଏହାସହିତ ଏମାନେ ସବୁବେଳେ ଅନ୍ୟ ମାନଙ୍କର ସହାୟତା କରିବା ପାଇଁ ତତ୍ପର ରହନ୍ତି। ବହୁତ ପରିଶ୍ରମୀ ପ୍ରକୃତିର ଲୋକ ଅଟନ୍ତି ।
ରବିବାର: ସାଧୁତା ଏମାନଙ୍କର ସବୁଠାରୁ ବଡ ଶକ୍ତି ହୋଇଥାଏ ଏବଂ ଦୟାଳୁତା ଏମାନଙ୍କ ଠାରେ ପୂର୍ଣ୍ଣ ରହିଥାଏ। ଏପରି ଲୋକମାନେ ନଜର ପରିବାର ସହିତ ଭଲ ଭାବରେ ରହନ୍ତି ଏବଂ ନିଜର ସାଥିଙ୍କ ସହିତ ଭଲ ସମ୍ପର୍କ ରହିଥାଏ ।
