March 24, 2025

Odia Express

Leading Odia News Portal of Odisha

କଣ ଆପଣ ଜାଣନ୍ତି “କୋଇ ମିଲଗୟା” ଫିଲ୍ମରେ ଜାଦୁ ର ଚରିତ୍ର କିଏ ନିର୍ବାହ କରିଥିଲା ? ଦେଖନ୍ତୁ ଅସଲ ଜୀବନରେ ସେ କିଏ ଅଟନ୍ତି…

ରାକେଶ ରୋଶନଙ୍କ ଦ୍ଵାରା ନିର୍ମିତ 2003ର “କୋଇ ମିଲଗୟା” ଫିଲ୍ମରେ ବଲିଉଡ ସ୍କ୍ରୀନରେ ଚହଳ ସୃଷ୍ଟି କରିଥିଲା। । ଏହି କାରଣ ଅଟେ ଯେ ଆଜି ମଧ୍ୟ ସେହି ଫିଲ୍ମର ସିରିଜ “କ୍ରିଶ” ରୂପରେ ଜାରି ରହିଛି। ପ୍ରାୟ ଏହି ଫିଲ୍ମର ପ୍ରତ୍ୟେକ ସିରିଜ ସୁପରହିଟ ହେଉଛି ଏବଂ କୋଟି କୋଟି ଟଙ୍କାର ବ୍ୟବସାୟ କରିଛି । ଉଦାହରଣ ସ୍ୱରୂପ ଆସିଥିବା କ୍ରିଶ3 ଆପଣ ଜାଣିଥିବେ। କୋଇ ମିଲଗୟାରେ ଏକ ଚରିତ୍ରର ସୃଷ୍ଟି କରଯାଇଥିଲା ଯିଏ ଏକ ମାନସିକ ଦୁର୍ବଳ ବ୍ୟକ୍ତିଙ୍କୁ ଶକ୍ତିଶାଳୀ କରିଦେଇଥାଏ। ମୁଖ୍ୟ ଚରିତ୍ରରେ  ପ୍ରୀତି ଜିଣ୍ଟା ଏବଂ ହ୍ରୀତିକ ରୋଶନ ଥିଲେ କିନ୍ତୁ ବହୁତ କମ ଲୋକଙ୍କୁ ଜଣା ଯେ ଜାଦୁ ପଛରେ କିଏ ଥିଲା ?

ଇନ୍ଦ୍ରବର୍ଦ୍ଧନ ପୁରୋହିତ କରିଥିଲେ ଜାଦୁର ଅଭିନୟ – ଜାଦୁ ପଛରେ ଅଭିନେତା “ଇନ୍ଦ୍ରାବର୍ଦ୍ଧନ ପୁରୋହିତ” ଥିଲେ ଯିଏ କି ବହୁତ ପ୍ରତିଭାବାନ ଅଭିନେତା ଥିଲେ ଯାହାଙ୍କର ବହୁତ ଯୋଗଦାନ ହଲିଉଡର ବଡ ବଡ ଫିଲ୍ମରେ ମଧ୍ୟ ରହିସାରିଥିଲା। ବଡ ଦୁଃଖର ସହିତ କହିବାକୁ ପଡୁଛି ଯେ ଏହି ମହାନ ଅଭିନେତା ଏବେ ଆମ ସହିତ ନାହାନ୍ତି କାରଣ ତାଙ୍କର ଦେହାନ୍ତ 2009ରେ ହୋଇସାରିଛି। କିନ୍ତୁ ଆଜି ମଧ୍ୟ ଯେବେ ଜାଦୁର ଚରିତ୍ରକୁ ସ୍ମରଣ କରାଯାଏ ତ ଇନ୍ଦ୍ରାବର୍ଦ୍ଧନ ପୁରୋହିତଙ୍କୁ ନେଇ ଲୋକଙ୍କର ହୃଦୟ ତରଳି ଯାଏ ଏବଂ ଆଖିରେ ଲୁହ ଆସିଯାଏ ।

କାରଣ ବହୁତ ଉତ୍ତମ ଅଭିନେତା ଥିଲେ ଏବଂ ବହୁତ ପ୍ରତିଭାବାନ ମଧ୍ୟ। ଏହି କାରଣରୁ ତାଙ୍କୁ ସାରା ଦୁନିଆ ଆଜି ମଧ୍ୟ ନିଜର ହୃଦୟରୁ ସ୍ମରଣ କରେ। ବକ୍ସ ଅଫିସରେ ଧମାଲ କରିଥିବା ଏହି ଫିଲ୍ମ ବହୁତ ଆୟ କରିଥିଲା ଏବଂ ଅନେକ ପୁରସ୍କାର ମଧ୍ୟ ହାସିଲ କରିଥିଲା ଯେଉଁଥିରେ ଇନ୍ଦ୍ରାବର୍ଦ୍ଧନଙ୍କର ବହୁତ ଯୋଗଦାନ ଥିଲା ।

Leave a Reply

Your email address will not be published. Required fields are marked *