March 17, 2025

Odia Express

Leading Odia News Portal of Odisha

ବିନା ମଶା ବତୀରେ କିପରି ପ୍ରାକୁତିକ ଉପାୟରେ ଘରୁ ମଶା ଘଉଡାଇବା – ଥରେ କରନ୍ତୁ ମଶା ଆପଣଙ୍କ ଘରଠୁ ଅଧା କିଲୋମିଟର ଦୂର ରେ ରହିବେ…

ଆଜି ମୁଁ ଆପଣକୁ ମଜାଦାର କଥା କହିବାକୁ ଯାଉଛି କି କେମିତି ଗୋଟେ ମହମବତୀ ଜଳେଇକି ଆପଣଙ୍କ ଘରୁ ମଶା ଘଉଡେଇ ପାରିବେ ! ଆପଣ ମାନେ ଆପଣଙ୍କ ଘରେ କେବେ ନ କେବେ ନିଶ୍ଚିନ୍ତ ଭାବେ mosquito liquid କିମ୍ବା mosquito coil ବ୍ୟବହାର କରିଥିବେ, କିନ୍ତୁ ଘରେ ଥିବା ଛୋଟ ଛୁଆ ମାନଙ୍କ ପାଇଁ ଏହା ବହୁତ ବିପଦ ଅଟେ ! ମୁଁ ଏବେ ଆପଣକୁ ଏବେ ଏକ ସୁନ୍ଦର ତରିକା ବତେଇବାକୁ ଯାଉଛି ଯାହାକି ଆପଣଙ୍କୁ ବହୁତ ଶସ୍ତା ହେବ ଗୋଟିଏ ମହାମ ବତୀ ଜଳେଇକି ଆପଣ ସହଜରେ ଘରୁ ମଶା ଘଉଡେଇ ପାରିବେ।

ତା ଚାଲନ୍ତୁ ଆରମ୍ଭ କରିବା, ସର୍ବ ପ୍ରଥମେ ଆପଣ ଦୀପ ଜଳାଉଥିବା ୫ ରୁ ୬ ଟି କର୍ପୂର ନିଅନ୍ତୁ ଏବଂ ଏହାକୁ ଭଲ ଭାବେ ଚୁରୀ ତାହାର ଏକ ପାଉଡର ବନାନ୍ତୁ ! ଗୋଟିଏ ପାତ୍ର ନିଅନ୍ତୁ ଏଥିରେ କର୍ପୁର ପାଉଡର, ଏକ ଚାମଚ ଲିମ୍ବ ତେଲ ପକାନ୍ତୁ ଏବଂ ଗୋଟିଏ ମହମ ବତୀ ଭଲ ଭାବେ ତରଳାଇ ତାକୁ ଭଲ ଭାବେ ମିଶେଇ, ମହମ ବତୀ ରୁ ବାହାରିଥିବା ସୁତା କୁ ଏଇଥିରେ ପକାଇ ଦିଅନ୍ତୁ ଏବଂ ସୁତାର ଗୋଟିଏ ଭାଗ ବାହାରକୁ ବାହାର କରି ରଖନ୍ତୁ କାରଣ ଏହାକୁ ଜଳାଇଲା ବେଳେ ସହଜ ହେବ ।

ଏବେ ଏହାକୁ ଭଲ ଭାବେ ବସିଯିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ସାଧାରଣତଃ ଏହା ୨୦ ରୁ ୩୦ ମିନିଟ ଭିତରେ ଏହା ବସି ଯାଇ ଥାଏ । ଏହାକୁ ଆପଣ ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ କାରଣ ଜଳୁଥିବା ମହାମ ବତି ସେଇଥିରେ ସଂରକ୍ଷଣ ହେଉଥିବାରୁ ଆପଣ ଏହାକୁ ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ ।

ଏବେ ପ୍ରାକୁତିକ ଭାବେ ତିଆରି କରିଥିବା ସେହି ମହାମ ବତି କୁ ସବୁଦିନ ରାତିରେ ଦୁଇ ଘଣ୍ଟା ଜଳାଇ ରଖନ୍ତୁ, ଦେଖିବେ ଏହାକୁ ବ୍ୟବହାର କଲା ପରେ ଆପଣଙ୍କ ଘରେ ଆଉ ମସା ହେବେ ନାହିଁ କାରଣ ଏଥିରେ ମିଶା ଯାଇ ଥିବା କର୍ପୂର ଏବଂ ନିମ୍ବ ତେଲ ର ଦୁର୍ଗନ୍ଧ ମସା ସହ୍ୟ କରି ପାରିବେ ନାହି ଯାହା ଫଳରେ କି ମସା ଆପଣଙ୍କ ଘର ମାଡିବେ ନାହିଁ ।

ଯେତେବେଳେ ଆପଣ ଅନୁଭବ କରିବେ କି ଏଥିରୁ କର୍ପୁର ଗନ୍ଧ କମି ଗଲାଣି ଆଉ କିଛି କର୍ପୁର ସହ ନିମ୍ବ ତେଲ ମିଶାଇ ପୁନର୍ବାର ବ୍ୟବହାର କରି ପାରିବେ ।ତେବେ ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ଏବଂ ନିଜର ମତାମତ ଆମକୁ ପ୍ରଦାନ କରନ୍ତୁ।

Leave a Reply

Your email address will not be published. Required fields are marked *