March 15, 2025

Odia Express

Leading Odia News Portal of Odisha

ମାତା ଲକ୍ଷ୍ମୀ ଙ୍କର ଚମତ୍କାର – ଗରିବ ସ୍ତ୍ରୀ ଲୋକକୁ ଏପରି ରାତା ରାତି କୋଟିପତି କରିଦେଲେ..

ମାତା ଲକ୍ଷ୍ମୀ ଙ୍କର କୃପା ରୁ ସାରା ବ୍ରହ୍ମାଣ୍ଡ ଅଗ୍ରଗତି କରିଥାଏ। ମାତା ଲକ୍ଷ୍ମୀ ଯାହାଙ୍କର କୃପା ପାଇବା ପାଇଁ ଆମକୁ କେତେ କଣ କଷ୍ଟ କରିବାକୁ ପଡିଥାଏ। ଧନ ର ଦେବୀ ମାତା ଲକ୍ଷ୍ମୀ ତାଙ୍କର କୃପା ଦୃଷ୍ଟି ଦ୍ୱାରା କାହାକୁ ବି ଅତି ଦରିଦ୍ର ରୁ ଧନୀ କରି ପାରନ୍ତି। ତାଙ୍କର ଜନ୍ମ ସମୁଦ୍ର ମନ୍ଥନ ଦ୍ୱାରା ହେଇଥିଲା ଆଉ ତାଙ୍କ ଜନ୍ମ ଆଗରୁ ହଳାହଲ ନାମକ ଏକ ଭୟାନକ ବିଷ ପ୍ରକଟ ହେଇଥିଲା। ତ ଆଜି ଆମେ ମାତା ଲକ୍ଷ୍ମୀ ଙ୍କର କୃପା ଉପରେ ଏକ ଏପରି ସତ୍ୟ ଘଟଣା କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣଙ୍କୁ ମାତା ଲକ୍ଷ୍ମୀ ଙ୍କ ଉପରେ ପୁରା ବିଶ୍ୱାସ ଆସିଯିବ। କିପରି ସେ ଜଣେ ଦରିଦ୍ର ମହିଳାକୁ ଏତେ ଧନବାନ କରିଦେଲେ କି ତାଙ୍କର ପର ପିଢ଼ି ବି ତାଙ୍କର ଧନ ଖାଇଲେ ତାହା ସରିଲାନି।

କାହାଣୀ ମହାରାଷ୍ଟ୍ରର ଏକ ଛୋଟ ଗାଁର ପାର୍ବତୀ ବାଇ ଙ୍କର ଅଟେ। ସେ ଜଣେ ବହୁତ ଗରିବ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ଯାହାଙ୍କର ବାପା ଜଣେ ଚାଷୀ ଥିଲେ। ତାଙ୍କର ବିବାହ ବହୁତ କମ ବୟସ ରେ ଜଣେ ଗରିବ ଚାଷୀ ସହ ହେଇ ଯାଇଥିଲା। ସେ ଛୋଟ ବେଳୁ ବହୁତ କାର୍ଯ୍ୟଦକ୍ଷ ତଥା କପଟହିନା ଥିଲେ ଆଉ ତାଙ୍କର ବୁଝିବା ଶକ୍ତି ବି ବହୁତ ମଜବୁତ ଥିଲା। ଏତେ ଗରିବ ପରିସ୍ଥିତି ହେଇଥିବା ସତ୍ତ୍ୱେ ସେ ଭଗବାନ ଙ୍କୁ କେବେ ବି କିଛି ଅଭିଯୋଗ କରିନାହାନ୍ତି ବରଂ ତାଙ୍କର ପୂଜା କରିଛନ୍ତି ଆଉ ତାଙ୍କର ଭକ୍ତି କରନ୍ତି। ସେ ତାଙ୍କ ସ୍ବାମୀ ଙ୍କୁ ଚାଷ କାମରେ ସାହାଯ୍ୟ କରନ୍ତି। ସମୟ ବଢିଗଲା ଆଉ ତାଙ୍କୁ ତିନିଟି ପୁତ୍ରୀ ଆଉ ଦୁଇଟି ପୁତ୍ର ସନ୍ତାନ ପ୍ରାପ୍ତ ହେଲା ଏବେ ପରିବାରର ଦାୟିତ୍ତ୍ୱ ଆହୁରି ବଢ଼ିଗଲା। ମାତ୍ର ତାଙ୍କ ସହ କିଛି ଏପରି ଚମତ୍କାର ହେଲା ଯାହା ତାଙ୍କ ତଥା ତାଙ୍କ ପରିବାରର ଭାଗ୍ୟ ପରିବର୍ତ୍ତନ କରିଦେଲା।

ଥରେ ତାଙ୍କ ଘରକୁ ଜଣେ ସାଧୁ ବହୁ ବର୍ଷ ର ତପସ୍ୟା କରିକି ଆସିଲେ। ତାଙ୍କ ଘରେ ସେହି ସାଧୁ ଜଣକ ରହିଲେ ଆଉ ପାର୍ବତୀ ବାଇ ତାଙ୍କର ବହୁତ ସେବା କଲେ। ସାଧୁ ଜଣକ ତାଙ୍କ ସେବା ରେ ପ୍ରସନ୍ନ ହେଇଯାଇକି ତାଙ୍କୁ ମାତା ଲକ୍ଷ୍ମୀ ଙ୍କର ଏକ ଗୁପ୍ତ ବ୍ରତ ବାବଦରେ କହିଲେ। ଆହୁରି କହିଲେ କି ଏହି ବ୍ରତ ବାବଦରେ ଏକ ବର୍ଷ ଯାଏ କାହାକୁ ବି କହିବୁନି ଆଉ ଏକ ବର୍ଷ ପରେ ମାତା ଙ୍କର ଆବାହନ କରିବୁ। ତାଙ୍କ କଥା ଅନୁସାରେ ପାର୍ବତୀ ସେହିପରି ମାତା ଙ୍କର ବ୍ରତ କଲା ଆଉ ଏକ ବର୍ଷ ପରେ ମାତା ଙ୍କର ଆବାହନ କଲା।

ଏହାପରେ ଯେଉଁ ଜମିଦାରର ଜମି ରେ ପାର୍ବତୀ କାମ କରୁଥିଲା ସେହି ଜମିଦାର ଙ୍କର ମୃତ୍ୟୁ ପାଖେଇ ଆସିଲା। ତାଙ୍କର କେହି ସନ୍ତାନ ନଥିଲେ ତ ସେ ପାର୍ବତୀ ବାଇ ଙ୍କ ନାମରେ ଅଧିକାଂଶ ଜମି କରିଦେଲେ। ଏହାପରେ ପାର୍ବତୀ ବାଇ ଏତେ ଜମି ପାଇକି ବହୁତ ଖୁସି ହେଇଗଲେ। ଏହା ହି ନୁହଁ ପାର୍ବତୀ ବାଇଙ୍କୁ ଜମିରେ ଲୁଚି ରହିଥିବା ସୁନା ଗହଣା ବି ମିଳିଲା। ଏହା ପରେ ଆଜି ୪୦ ବର୍ଷ ପରେ ପାର୍ବତୀ ବାଇ ଙ୍କର ସମସ୍ତ ସନ୍ତାନ ବ୍ୟାପାର କରନ୍ତି ଆଉ ତାଙ୍କର ସମସ୍ତଙ୍କ ପାଖରେ ଧନ ଅଛି।

Leave a Reply

Your email address will not be published. Required fields are marked *