ବାସ୍ତୁଦୋଷ କାରଣରୁ ଘରେ ଆସିଥାଏ ଦାରିଦ୍ରତା ଓ ଆର୍ଥିକ ଅସୁବିଧା, ଏହି କଥାକୁ ଧ୍ୟାନ ରଖିଲେ ହୋଇଯିବେ ମାଲାମାଲ୍..

ଜୀବନରେ ଧନବାନ ହେବାକୁ ବା କାହାକୁ ଇଚ୍ଛା ନଥାଏ , ସମସ୍ତେ ଚାହଁନ୍ତି କି ତାଙ୍କ ପାଖରେ ବହୁତ ସାରା ଧନ ସଂମ୍ପତ୍ତି ଥାଉ ଯାହା ଦ୍ୱାରା ସେ ନିଜ ଇଚ୍ଛାଗୁଡିକ ପୁରା କରିପାରିବେ , କିନ୍ତୁ କେବଳ ଚାହିଁଲେ ସବୁକିଛି ହାସିଲ୍ କରିହୁଏ ନାହିଁ , ଧନ ପାଇବାର ଇଚ୍ଛା ଭାଗ୍ୟରେ ବି ଧନ ରହିବା ଜରୁରୀ ହୋଇଥାଏ , କିନ୍ତୁ ବହୁତ ବ୍ୟକ୍ତିଙ୍କ ଭାଗ୍ୟରେ ବହୁତ ସାରା ଧନ ମିଳେ , କିନ୍ତୁ ତାଙ୍କୁ ମିଳିପାରେ ନାହିଁ ଯାହାଙ୍କର ଭାଗ୍ୟର ଜୋର୍ ନଥାଏ , ଏହାର ପଛରେ କାରଣ ହେଲା ବାସ୍ତୁ ଆପଣଙ୍କୁ ଜଣେଇଦେବୁ କି ଯେଉଁ ଘରେ ବାସ୍ତୁ ଦୋଷ ରହିଥାଏ , ସେହି ଘରେ କୌଣସି କାମ ସଠିକ୍ ଭାବେ ହୋଇପାରେ ନାହିଁ , ବାସ୍ତୁର ଦୋଷ ଯୋଗୁଁ ଘରେ ନକରାତ୍ମକ ଉର୍ଜାର ସଂଚାର ହେବାର ଲାଗେ , ଏହି ନକରାତ୍ମକ ଉର୍ଜା ଆପଣଙ୍କ ସବୁ କାମରେ ବାଧା ପକାଇଥାଏ , ଏହି କଥାରେ କୌଣସି ଫର୍କ ପଡେ ନାହିଁ କି ଆପଣ ନିଜ ଘରେ ରହୁଛନ୍ତି କି ଭଡା ଘରେ , ବାସ୍ତୁ ଦୋଷ ସବୁ ଜାଗାରେ ସମାନ ରୁପରେ କାମ କରିଥାଏ , ବାସ୍ତୁ ଦୋଷ କାରଣରୁ ବ୍ୟକ୍ତି କେଉଁ କାମରେ ସଫଳତା ପାଏ ନାହିଁ । ଏହା ସହ ବ୍ୟକ୍ତି ଓ ତାର ପରିବାର ସଦସ୍ୟଙ୍କୁ ବହୁତ ଗମ୍ଭୀର ରୋଗର ସାମ୍ନା କରିବାକୁ ପଡିଥାଏ, ବାସ୍ତୁ ଦୋଷ ଦୁର କରିବାପାଇଁ କିଛି ଉପାୟ କୁହାଯାଇଛି , ଏହି ଉପାୟକୁ ଆପଣାଇଲେ ବାସ୍ତୁ ଦୋଷରୁ ମୁକ୍ତି ପାଇପାରିବେ , ଆସନ୍ତୁ ଜାଣିବା ।
ବାସ୍ତୁ ଦୋଷ ଦୁର କରିବା ହେତୁ ଉପାୟ :
୧) ଘରର ମୁଖ୍ୟ ଦ୍ୱାରକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ୍ । ତାହା ସହ ରାତିରେ ସେଠାରେ ପର୍ଯ୍ୟାପ୍ତ ପରିମାଣର ଆଲୋକ ଆସୁଥିବା ଦରକାର , ଏଥିରୁ ସକରାତ୍ମକ ଉର୍ଜାର ପ୍ରବେଶ ହୋଇପାରେ ।
୨) ଘରର ପ୍ରବେଶ ଦ୍ୱାର ଉପରେ କାଠର ଚଉକାଠକୁ ଟିକିଏ ଉଁଚ୍ଚା ରଖିବା ଉଚିତ୍ , ଏହା ଦ୍ୱାରା ବାହାର ଅଳିଆ ଭିତରକୁ ଆସିପାରିବ ନାହିଁ , ଅଳିଆ ଯୋଗୁଁ ହିଁ ବାସ୍ତୁଦୋଷ ବଢିଥାଏ ।
୩) ଘରର ମୁଖ୍ୟଦ୍ୱାରରେ ଶ୍ରୀଗଣେଷଙ୍କ ମୁର୍ତ୍ତି କିମ୍ବା ଷ୍ଟିକର୍ ଲଗାନ୍ତୁ , ଏହା ଛଡା କବାଟରେ ଓଁ ବି ଲେଖିପାରିବେ , କବାଟରେ ଶୁଭ ଚିହ୍ନ ହେଲେ ଦେବୀ ଦେବତାଙ୍କ କୃପା ରହିଥାଏ ।
୪) ଘରର ନେତୃତ୍ୟ କୋଣ ମାନେ ଦକ୍ଷିଣ-ପଶ୍ଚିମ ଦିଗରେ କେବେ ବି ଅନ୍ଧକାର ରଖିବା ଉଚିତ୍ ନୁହେଁ , ସେମିତି ଘରର ବାୟବ୍ୟ କୌଣ ଅଧିକା ଆଲୋକ ବାଲା ଲାଇଟ୍ ଲଗାଇବା ଉଚିତ୍ ନୁହେଁ ।
୫) ଯେତେ ହୋଇପାରିବ ଘର ଶାନ୍ତି ରଖନ୍ତୁ । ଘରେ ଅଶାନ୍ତି ହେଲେ ନକରାତ୍ମକ ଶକ୍ତି ଅଧିକା ହୋଇଥାଏ , ଘରେ ଲଢେଇ ଝଗଡା ହେଲେ ବାସ୍ତୁ ଦୋଷ ବଢିଥାଏ ।
୬) ଘରର ଆଖପାଖରେ ଯଦି କେଉଁ ସୁଖିଲା କିମ୍ବା ଥୁଣ୍ଟା ଗଛ ଅଛି ତାକୁ ତୁରନ୍ତ କାଟିଦିଅନ୍ତୁ , ଏହାର କାରଣ ବାସ୍ତୁ ଦୋଷ ବଢିଥାଏ ।
୭) ଜୀବନରେ ସବୁ ଅସୁବିଧା ଓ ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ ସୂର୍ଯୋଦୟ ପୁର୍ବରୁ ଉଠି ସ୍ନାନ କରନ୍ତୁ ଓ ସୁର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ ।
୮) ଘରେ ପ୍ରତିଦିନ ସକାଳ ଓ ସଂନ୍ଧ୍ୟାରେ ମନ୍ତ୍ରର ଜପ କରିବା ଉଚିତ୍ । ମନ୍ତ୍ରର ଜପ କରିଲେ ସକରାତ୍ମକ ଉର୍ଜା ବଢିଥାଏ ।
୯) ପ୍ରତିଦିନ ସକାଳ ଓ ସଂନ୍ଧ୍ୟାରେ ଖାଇବା ପୁର୍ବରୁ ଗାଇ ଓ କୁକୁରଙ୍କୁ ଅଲଗା ରୁଟି ବାହାର କରିରଖିଦିଅନ୍ତୁ ।