March 22, 2025

Odia Express

Leading Odia News Portal of Odisha

କାଉ କିମ୍ବା ପାରା ପର କୁ ଚୁପଚାପ ଘରେ ରଖିଦିଅନ୍ତୁ ଏହି ସ୍ଥାନ ରେ ,ଘରେ ହେବ ଧନ ବର୍ଷା…

ବାସ୍ତୁ ଶାସ୍ତ୍ର ର ଏପରି ବହୁତ ବିଦ୍ୟା ରହିଛି ଯାହା ଆମ ସଭିଙ୍କ ପାଇଁ ଅଜଣା ଅଟେ। ଆପଣ କେବେ ମଧ୍ୟ ଏହାକୁ ବିଶ୍ୱାସ କରି ନଥିବେ। କିନ୍ତୁ ଯଦି ଆପଣ ଏହାକୁ ନିଜେ ପ୍ରୟୋଗ କରିବେ ତେବେ ଏହା ଆପଣଙ୍କୁ କୌଣସି ଚମତ୍କାର ରୁ କମ ଲାଗିବ ନାହିଁ।ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ଏକ ଗୁପ୍ତ ବାସ୍ତୁ ବିଦ୍ୟା ଦ୍ୱାରା ଖୁବ ଶୀଘ୍ର ଧନୀ ହୋଇ ପାରିବେ। ତେବେ ଆର୍ଟିକଲେ ଟିକୁ ସମ୍ପୂର୍ଣ୍ଣ ପାଠ କରନ୍ତୁ।କାଉ ଏବଂ ପାରା ପର ର ବାସ୍ତୁ ଶାସ୍ତ୍ର ରେ ଅନେକ ମହତ୍ୱ ରହିଛି। ଆପଣ ଯଦି ଦେଖୁଛନ୍ତି କାଉ କିମ୍ବା ପାରା ନିଜ ପର ଝଡ଼ିବାର ତେବେ ଏହା ବହୁତି ଶୁଭ ହୋଇଥାଏ। କେହି କେହି କାଉ କୁ ଅଶୁଭ କୁହନ୍ତି। କିନ୍ତୁ ଏହା ଭୁଲ କଥା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

କାଉ ଶନିଦେଵ ଙ୍କ ବାହାନ ଅଟେ ଏବଂ ପାରା ମାତା ଲକ୍ଷ୍ମୀ ଙ୍କ ବାହାନ। ଶନି ଦେବ ମାତା ଲକ୍ଷ୍ମୀ ଙ୍କ ଭାଇ ଅଟନ୍ତି। ଏହି ଦୁହେଁ ଭାଇ ଭଉଣୀ ଅଟନ୍ତି।ଲକ୍ଷ୍ମୀ ଠାକୁରାଣୀ ଥରେ ଭଗବାନ ବିଷ୍ଣୁ ଙ୍କୁ ଶନି କୋପ ଦୃଷ୍ଟି ରୁ ବଞ୍ଚାଇବା ପାଇଁ ଶନି ଦେବ ଙ୍କୁ ଧରମ ଭାଇ କରିଥିଲେ। ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ଯାହାକୁ କରିବା ପରେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଧନ ବର୍ଷା କରିବେ। ଆପଣ ଖୁବ ଶୀଘ୍ର ଧନୀ ହୋଇଯିବେ।

ଯଦି ଆପଣ କୌଣସି କାଉ ପର ପାଉଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ପ୍ରଥମେ ଏହି ଦୁଇଟି ପର, କାଉ ପର ଆଉ ପାରା ପର କୁ ସଂଗ୍ରହ କରନ୍ତୁ। ଏହି ଦୁଇଟି ପର କୁ ସାଲୁ କନାରେ ଗୁଡ଼ାଇ ଏହା ଉପରେ ହଳଦିଆ ସୁତାରେ ବାନ୍ଧି ଦିଅନ୍ତୁ। ଏବେ ଏହା ଉପରେ ଗଙ୍ଗାଜଳ ଦୁଇ ବୁନ୍ଦା ଛିଞ୍ଚି ଏହାକୁ ଆଲମାରୀ କିମ୍ବା ଧନ ଟଙ୍କା ପଇସା ସୁନା ଆଦି ରଖୁଥିବା ସ୍ଥାନ ରେ ଚୁପ ଚାପ ରଖିଦିଅନ୍ତୁ। ଦେଖିବେ ଖୁବ ଶୀଘ୍ର ଆପଣଙ୍କ ବ୍ୟବସାୟ ରେ ଉନତି ହେବା ସହ ଘରେ ଧନ ବର୍ଷା ମଧ୍ୟ ହେବ।

Leave a Reply

Your email address will not be published. Required fields are marked *