ହେରାଫେରି ର ବାବୁରାଓଙ୍କୁ ହୋଇଥିଲା ପ୍ରଥମ ନଜରରେ ପ୍ରେମ , ମଣ୍ତପରୁ ନୁହେଁ ଗଛ ତଳେ ନେଇଥିଲେ ୭ ଟି ଫେରା – ଏବେ ଜାଣିରଖନ୍ତୁ କାହିଁକି..

ବଲିଉଡ୍ ରେ ହେରାଫେରି ସମସ୍ତଙ୍କ ହୃଦୟରେ ଏବେ ବି ଅଛି , ସେଥିରେ ବାବୁ ରାଓ ଓରଫ୍ ପରେଶ ରାୱଲ୍ ଙ୍କୁ କିଏ ବା ନଜାଣେ । ସେ ନିଜ ବଢିଆ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟରେ ଏକ ଅଲଗା ଜାଗା ନେଇଯାଇଥିଲେ , ପରେଶ ରାୱଲ୍ ଏତେ ଦକ୍ଷତାପୁର୍ଣ୍ଣ ଅଭିନେତା ଅଟନ୍ତି କି ସେ କମେଡିରୁ ନେଇକରି ସିରିୟସ୍ ରୋଲ୍ସ କୁ ବି ଭଲ ଭାବେ କରିପାରନ୍ତି । କଣ ଆପଣ ଜାଣିଛନ୍ତି ସମସ୍ତଙ୍କୁ ହସାଇ ହସାଇ ଲୋଟପୋଟ୍ କରୁଥିବା ପରେଶ୍ ରାୱଲ୍ ଙ୍କୁ ପ୍ରଥମ ନଜରରେ ପ୍ରେମ ହୋଇଯାଈଥିଲା, ଓ ତାପରେ ତାଙ୍କ ସହ ବିବାହ କରିଥିଲେ , ତେବେ ଆସନ୍ତୁ କହିବୁ ପରେଶ ରାୱାଲ୍ ଙ୍କ ଲଭ୍ ଷ୍ଟୋରୀ ଓ ବ୍ୟକ୍ତିଗତ ଜୀବନୀ ସହ ଯୋଡି ହୋଇଥିବା କିଛି କଥାଗୁଡିକ ।
ଇଞ୍ଜିନିୟରିଙ୍ଗ୍ କରିବାର ଥିଲା ସ୍ୱପ୍ନ : ଆମେ ଯେବେ ସ୍କୁଲ୍ ରେ ପଢିଥାଉ , ତେବେ ଆମେ ଭାବିନେଇଥାଉ କି ଆମେ ଭବିଷ୍ୟତରେ କଣ ହେବା , ଠିକ୍ ସେପରି ପରେଶ ରାୱଲ୍ ବି ନିଜ ସ୍ୱପ୍ନ ବାଛିନେଇଥିଲେ , ପାଠପଢା ପରେ ଇଞ୍ଜିନିୟର ହେବାପାଈଁ ଏପଟସେପଟ ଭଟକୁଥିଲେ , କିନ୍ତୁ ତାଙ୍କ ଭାଗ୍ୟରେ ଇଞ୍ଜିନିୟରିଙ୍ଗ୍ ଜାଗାରେ ଅଭିନୟ କରିବାର ଥିଲା, ଏମିତିରେ ପରେଶ ରାୱଲ୍ ଏକ ଭଲ କଳାକାର ହୋଇଗଲେ, ଆଜିର ଆଧୁନିକ ସମୟରେ ପରେଶ ରାୱଲ୍ ଙ୍କ ଗଣନା ଏକ ଦକ୍ଷ ଅଭିନେତା ହିସାବରେ କରାଯାଏ , ତାଙ୍କ ବିବାହ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି , କାରଣ ସେ ବହୁତ ସାଧାରଣ ଭାବେ ବିବାହ କରିଥିଲେ ।
ପରେଶ ରାୱଲ୍ ଜଣେ ହିରୋ, କମେଡିଆନ୍, ଭିଲେନ୍, ବାପା,ଭାଇ, ସାଙ୍ଗ ପରି ସବୁ ଅଭିନୟ କରିଛନ୍ତି , କିନ୍ତୁ ତାଙ୍କ କମେଡି ଚାହିଁଲେ ବି ଅଣଦେଖା କରିହେବ ନାହିଁ , ଫିଲ୍ମ ହଙ୍ଗାମା,ଭାଗମ୍ ଭାଗ୍, ଚୁପ୍ ଚୁପ୍ କେ, ହଲଚଲ୍, ଫିର୍ ହେରାଫେରି, ଆଦି ପ୍ରମୁଖ ଅଛି, ଯାହାର କାରଣରୁ ଆମେ ସେହି ଫିଲ୍ମ କଥାଗୁଡିକ ଭାବି ହସିଥାଉ, ସେମିତି ପରେଶ ରାୱଲଙ୍କ ବ୍ୟକ୍ତିଗତ ଜୀବନ ବହୁତ ରୋମାଞ୍ଜକର ଅଟେ, ସେ ୧୯୭୯ ର ପୁର୍ବ ମିସ୍ ଇଣ୍ତିଆ ସ୍ୱରୁପ ସଂପତ୍ ଙ୍କୁ ବିବାହ କରିଥିଲେ, ଏବେ ତାଙ୍କର ଦୁଇଟି ଛୁଆ ଅଛନ୍ତି , ଆଦିତ୍ୟ ରାୱଲ୍, ଓ ଅନିରୁଦ୍ଧ ରାୱଲ୍ କହିଦେବୁ କି ତାଙ୍କ ପୁଅ ଆଦିତ୍ୟ ୨୦୨୦ ରେ ବମଭାଡ ଫିଲ୍ମରେ ଏଣ୍ଟ୍ରି ନେଇଥିଲେ ।
ପରେଶ ରାୱଲଙ୍କ ସାକ୍ଷାତ ସ୍ୱରୁପ ସଂପତ୍ତଙ୍କ ସହ ଏକ ସମାରୋହରେ ହେଲା, ଏକ ଇଣ୍ଟରଭ୍ୟୁ ସମୟରେ ପରେଶ ରାୱଲ୍ କହିଲେ କି ସ୍ୱରୁପଙ୍କ ବାପା ଇଣ୍ତିଆନ୍ ନ୍ୟାଶାନାଲ୍ ଥିଏଟରର ନିର୍ଦ୍ଧେଶକଥିଲେ, ଥରେ ନିଜ ସାଙ୍ଗଙ୍କ ସହ ବଙ୍ଗାଳି ନାଟକ ଦେଖିବାକୁ ଯାଈଥିଲି , ତେବେ ସେଠାରେ ସ୍ୱରୁପଙ୍କୁ ଦେଖିକରି ସ୍ତବ୍ଧ ହୋଇଗଲି, ମୁଁ ମୋର ସାଙ୍ଗଙ୍କୁ କହିଲି କି ଏହି ଝିଅ ମୋର ସ୍ତ୍ରୀ ହେବ , ସେମାନେ କହିଲେ କେମିତି , ମୁଁ ଉତ୍ତରରେ କହିଲି କି ତୁମେ ଖାଲି ଦେଖ ଏହି ଝିଅ ହିଁ ମୋର ସ୍ତ୍ରୀ ହେବ ।
ପରେଶ ରାୱଲ୍ ଓ ସ୍ୱରୁପ ସଂପତ୍ତଙ୍କ ବିବାହ କେଉଁ ବଡ ମଣ୍ତପରେ ନୁହେଁ ବରଂ ଏକ ଗଛ ତଳେ ହୋଇଥିଲା, ଯେଉଁଠି ଗୋଟେ ପଟେ ବ୍ରାହ୍ମଣ ମନ୍ତ୍ର ପଢୁଥିଲେ ଓ ଦୁହେଁ ଅନ୍ୟ ପଟେ ୭ ଫେରା ନେଇ ସାତ ଜନ୍ମ ସାଥିରେ ରହିବାର ପ୍ରତିଜ୍ଞା କରିଥିଲେ, ଏହି ଦୁହେଁଙ୍କ ବିବାହ ମୁମ୍ବାଇର ଲକ୍ଷ୍ମୀନାରାୟଣ ମନ୍ଦିରର ଗଛ ତଳେ ହୋଇଥିଲା , ଏହି ବିବାହରେ ୯ ଜଣ ବ୍ରାହ୍ମଣ ଆସି ମନ୍ତ୍ର ପଢିଥିଲେ ।