ପେଟ୍ରୋଲ ଚୋରି କିପରି ହେଇଥାଏ ଆଉ ପେଟ୍ରୋଲ ଚୋରିରୁ କିପରି ବଞ୍ଚିହେବ? ଏହି ଗୋଟିଏ କଥା ଜାଣିଲେ ଆପଣ କେବେ ଠକାମିର ଶିକାର ହେବେ ନାହିଁ..

ପେଟ୍ରୋଲ ବହୁତ ମହଙ୍ଗା ଇନ୍ଧନ ମାନଙ୍କ ଭିତରୁ ଗୋଟେ ଅଟେ। ଭାରତ ଭଳି ଏକ ବହୁତ ବଡ଼ ଦେଶରେ ପେଟ୍ରୋଲର ଉତ୍ପାଦନ ହେଇ ନଥାଏ। ତେଣୁ ଭାରତ ବାହାର ଦେଶ ମାନଙ୍କରୁ ପେଟ୍ରୋଲ କିଣିବା ପାଇଁ ବାଧ୍ୟ ହୁଏ। ଏଣୁ ଭାରତ ଭଳି ଦେଶରେ ପେଟ୍ରୋଲର ଦାମ ବହୁତ ଅଧିକ ହେଇଥାଏ। ଏଠାରେ ପେଟ୍ରୋଲ ପମ୍ପ ମାନଙ୍କରେ ଆମକୁ ପେଟ୍ରୋଲ ଭରିବାକୁ ଯିବାକୁ ପଡେ। ମାତ୍ର ଆମେ ପଇସା ଦେଇକି ପେଟ୍ରୋଲ ଭରିଥାଉ। ମାତ୍ର ଆମେ ଏହା ଜାଣିବାରେ ଅସଖ୍ୟମ ଥାଉ କି ପେଟ୍ରୋଲର ଚୋରି ବି ହେଇପାରେ। ତ ଆଜି ଆମେ ଆପଣଙ୍କ ପାଖରେ ଏହି ପେଟ୍ରୋଲର ଚୋରି ବାବଦରେ କହିବାକୁ ଯାଉଛୁ ଆଉ ଆପଣଙ୍କ ପାଖରେ ଏହା ବି କହିବାକୁ ଯାଉଛୁ ଯାହା ଦ୍ୱାରା କି ଆପଣ ଏହି ଚୋରିରୁ କିପରି ବଂଚି ପାରିବେ। ତ ଆସନ୍ତୁ ଜାଣିବା।
ଭାବନ୍ତୁ କି ଆପଣ ଏକ ପମ୍ପକୁ ପେଟ୍ରୋଲ ଭରିବା ପାଇଁ ଯାଉଛନ୍ତି ଆଉ ଆପଣ ପ୍ରାୟ ୫୦୦ ଟଙ୍କାର ତେଲ ଭରିଲେ। ଆପଣଙ୍କର ପୁରା ଧ୍ୟାନ ସେହି ମିଟର ବୋର୍ଡ ଉପରେ ଗଲା ଯେଉଁଠାରେ କି ଆପଣଙ୍କ ତେଲ କେତେ ପଡୁଛି ତାହା ହିସାବ ହେଉଛି। ମାତ୍ର ଆପଣ ଏହି ସମୟରେ ଜାଣିବାକୁ ଭୁଲି ଯାଆନ୍ତି କି ଯଦି ସେହି ପମ୍ପ ମାଲିକ କିଛି ସମୟ ପାଇଁ ବି ପେଟ୍ରୋଲର ସପ୍ଲାଏ ବନ୍ଦ କରିଦିଏ ତ ଆପଣଙ୍କୁ ପ୍ରାୟ ୫୦ ଟଙ୍କାର କ୍ଷତି ହେଇଯାଏ।
ଉତ୍ତର ପ୍ରଦେଶରେ ଏପରି ବହୁତ ପେଟ୍ରୋଲ ପମ୍ପରେ ଚିପ ଦ୍ୱାରା ପେଟ୍ରୋଲ ଚୋରିର କେଶ ଧରା ପଡିଛି। ପେଟ୍ରୋଲ ପମ୍ପ ମାଲିକ ମାନେ ଇଂଜିନିଆର ମାନଙ୍କ ସହାରା ରେ ଏକ ଚିପ ବନାନ୍ତି ଯାହା କି ଆପେ ଆପେ ହି ଇଞ୍ଜିନ ଭିତରକୁ କମ ତେଲ ପଠାଏ। ଏହାଦ୍ୱାରା ଆମକୁ ପଇସା ତ ଭରପୁର ଦେବାକୁ ପଡେ ମାତ୍ର ଆମକୁ ତାହା ହିସାବ ରେ ପେଟ୍ରୋଲ ମିଳେ ନାହିଁ। ଏହି ପ୍ରକାରେ ମାଲିକକୁ ଲକ୍ଷ ଲକ୍ଷ ଟଙ୍କାର ଲାଭ ହୁଏ।
ଏହାର ପ୍ରତିକାର ପାଇଁ ସରକାର ସମସ୍ତ ପମ୍ପ ମାନଙ୍କରେ ଡିଜିଟାଲ ମେସିନ ଲଗାଇ ଛନ୍ତି। ଏହାଦ୍ୱାରା ସେଠାରେ ଚୋରି ହେବା ବହୁତ କଷ୍ଟକର ହେଇଥାଏ। ମାତ୍ର ପୁରୁଣା ମେସିନ ମାନଙ୍କରେ ଚୋରି ସହଜରେ ହେଇପାରେ।
ଆପଣ ଯଦି ପେଟ୍ରୋଲ କି ଡିଜେଲ ଚାରି ଚକିଆରେ ଭରୁଛନ୍ତି ତ ଆପଣ ବାହାରେ ଠିଆ ହେଇ ଦେଖନ୍ତୁ। ଆପଣ ଯଦି କାର ଭିତରେ ବସିକି ରହିବେ ତ କର୍ମଚାରୀ ଏହାର ଫାଇଦା ନେବେ। ସେମାନେ କେତେବେଳେ ସୁଇଛକୁ ବନ୍ଦ କରିଦେବେ ଆପଣ ଜାଣି ବି ପାରିବେନି। ତ ଆପଣ କାରରେ ବସିକି ରୁହନ୍ତୁ ନାହିଁ।
ଆପଣ ପେଟ୍ରୋଲ ସର୍ବଦା ଅସାଧାରଣ ଦାମରେ ଭରନ୍ତୁ। ଆପଣ ୧୦୫,୧୪୫,୨୧୦ ଅଥବା ଅନ୍ୟ କିଛି ପଇସାରେ ଭରନ୍ତୁ। କାରଣ ଆପଣ ଯେତେ ଗଣତିରେ ପେଟ୍ରୋଲ ଭରିବେ ତ ତାହା ପାଇଁ କର୍ମଚାରୀ ଆଗରୁ ହିଁ ଚିପ ସେଟ କରିକି ରଖିଥାନ୍ତି। ଏହାଦ୍ୱାରା ଆପଣ ଜାଣି ବି ପାରିବେନି ଆଉ ଚୋରି ହେଇଯିବ। ତ ଏହି ପ୍ରକାରରେ ଆପଣ ପେଟ୍ରୋଲ ଚୋରି ଧରି ପାରିବେ।