February 14, 2025

Odia Express

Leading Odia News Portal of Odisha

ଗ୍ୟାସ ବର୍ନରକୁ ସଫା କରିବାର ଚମତ୍କାର ଉପାୟ – ଆପଣଙ୍କ ଚୁଲା ଦୁଇଗୁଣ ଅଧିକ ଉତ୍ତାପ ଦେବ..

ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଯେ ଗ୍ୟାସ ଚୁଲାର ବର୍ନରକୁ କେଉଁ ପ୍ରକାରରେ ସଫା କରିବେ।ଯେତେବେଳେ ଆମେ ରୁଟି କରିଥାଉ ରୁଟିକୁ ସେକିଲା ସମୟରେ ଶୁଖିଲା ଅଟା ଏହି ବର୍ନରର କଣାରେ ଲାଗିଯାଇଥାଏ ଯାହା ଫଳରେ କେତେଥର ସେହି ବର୍ନରରେ ଥିବା କଣା ବନ୍ଦ ହୋଇ ଯାଇଥାଏ ଏବଂ ସେହି ବର୍ନରରେ ଥିବା କଣା ବାଟରେ ନିଆଁ ଭଲରେ ପାସ କରେ ନାହିଁ ଓ ଗ୍ୟାସ ଭଲରେ ଜଳିନଥାଏ। ଆଜି ଆମେ ଆପଣମାନଙ୍କୁ ଗ୍ୟାସର ବର୍ନରକୁ ସଫା କରିବାର ବହୁତ ସହଜ ଉପାୟ କହିବାକୁ ଯାଉଛୁ। ଏହି ଉପାୟ ଦ୍ୱାରା ଆପଣ ବିନା କଷ୍ଟରେ ଆପଣଙ୍କ ଗ୍ୟାସ ଚୁଲାର ବର୍ନରକୁ ସଫା କରିପାରିବେ ଏବଂ ସେହି କଣାରେ ଜମା ହୋଇଥିବା ଧୂଳି କୁ ବହୁତ ଜଲ୍ଦି ବାହାର କରିପାରିବେ।

ଗୋଟିଏ ଜାଗାରେ ପାଣି ନେବେ।ସେହି ପାଣିକୁ ଭଲଭାବରେ ଫୁଟେଇଦେବେ।ସେହି ଗରମ ପାଣିରେ ଇନୋ ର ଅଧା ପାଉଡର ପକାଇବେ। ତା’ପରେ ଆପଣଙ୍କ ର ୨ଟି ଯାକ ବର୍ନର କୁ ସେଥିରେ ପକାନ୍ତୁ ।୫ମିନିଟ ପର୍ଯ୍ୟନ୍ତ ଆପଣ ସେହି ପାଣିରେ ଆପଣଙ୍କ ର ୨ଟି ଯାକ ବର୍ନର କୁ ବୁଡ଼େଇକି ରଖନ୍ତୁ।ବହୁତ ଲୋକଙ୍କ ର ବର୍ନର ପିତ୍ତଳ ରଙ୍ଗର ହୋଇଥାଏ। ଯାହାର ବର୍ନର ପିତ୍ତଳ ରଙ୍ଗର ସେ ଏହା କରିବା ଦ୍ୱାରା ବର୍ନର ଟି ପୂରା ସଫା ଦେଖାଯାଇଥାଏ।ଏହି ପାଣିରେ ୨-୩ ମିନିଟ ରଖିବାପରେ ଆପଣ ଦେଖିବେ ଆପଣଙ୍କର ବର୍ନର ଧୀରେ ଧୀରେ ସଫା ଦେଖାଯିବ ଏବଂ ସବୁ କଣା ଧୀରେ ଧୀରେ ଖୋଲିଯିବ।

ଆପଣ ଦେଖିଥିବେ ସେହି କଣା ସବୁ ବନ୍ଦ ହବା ଫଳରେ ଆମ ଗ୍ୟାସ କିପରି ଧୀରେ ଜଳିଥାଏ ଯାହାଫଳରେ ଆମର ରୋଷେଇ କରିବାରେ ବହୁତ ସମୟ ଲାଗିଥାଏ। କିଛି ବି ଖାଇବା ଜିନିଷ ଜଲ୍ଦି ବନେଇବାକୁ ଚାହିଁଲେ ମଧ୍ୟ ସେ ବହୁତ ଡେରିରେ ସରିଥାଏ ତେଣୁ ଯଦି ଆମେ ଏହି ଇନୋ ପାଣି ରେ ବର୍ନର କୁ ସଫା କରିବା ତେବେ ସେହି କଣା ସବୁ ଭଲରେ ସଫା ହୋଇଯିବ ଏବଂ ଗ୍ୟାସ ର ବର୍ନର ରେ ନିଆଁ ଭଲ ଭାବରେ ପାସ କରିବ।

ଏହାପରେ ଆପଣ ଏକ ଟୁଥ ବ୍ରଶ ରେ ବର୍ନର କୁ ଧୀରେ ଧୀରେ ଘଷିବେ କାହିଁକିନା ଯଦି କିଛି ବି ଧୂଳି ରହିଯାଇଥିବ ସେହି କଣାରେ ତେବେ ଏହା କରିବାଦ୍ୱାର ସେ ସବୁ ବହାରିଯିବ।ମାସକୁ ଥରେ ଆପଣ ଏହାକୁ ନିଶ୍ଚିତ କରନ୍ତୁ।ଏହାପରେ ଆପଣ ସେହି ଇନୋ ପାଣିକୁ ଢାଳି ସେଥିରେ ଭଲ ପାଣି ପୁରେଇବେ ।

ସଫା ପାଣି ପୁରେଇବା ପରେ ବର୍ନରକୁ ଏକ ଶୁଖିଲା କପଡାରେ ପୋଛିଦେବେ।ଏବେ ଆପଣ ଚାହିଁବେ ଯଦି କିଛି ବି ଡିସ୍ ୱାସ୍ ସେଥିରେ ପକେଇକି ସେହି ବର୍ନର କୁ ଧୋଇଦେବେ ।ଧୋଇବା ଦ୍ଵାରା ସେହି ଇନୋ ର ବାସ୍ନା ଆଉ ରହିନଥାଏ।କେତେ ଲୋକ ତାର ଦ୍ଵାରା ମଧ୍ୟ ଏହାକୁ ସଫା କରିଥାନ୍ତି ହେଲେ ସମସ୍ତଙ୍କ ପାଖରେ ଏତେ ସମୟ ନଥାଏ ଏପରି କରିବା ପାଇଁ ତେଣୁ ଏହି ପ୍ରକିୟା କୁ କରିବା ଦ୍ୱାରା ଗ୍ୟାସ ବର୍ନର ସମ୍ପୂର୍ଣ୍ଣ ରୂପେ ସଫା ହୋଇଯାଇଥାଏ ଏବଂ ଆମକୁ ଏଥିପାଇଁ ବେଶୀ ସମୟ ଓ ବେଶୀ କଷ୍ଟ କରିବାକୁ ପଡିନଥାଏ।

ଏସବୁ କରିସାରିବା ପରେ ପୁଣି ଥରେ ଏକ ଶୁଖିଲା କପଡାରେ ଭଲ ଭାବରେ ପୋଛିଦେବେ ।ଏବେ ଦେଖନ୍ତୁ କିପରି ଆପଣଙ୍କ ବର୍ନର ସମ୍ପୂର୍ଣ୍ଣ ରୂପେ ସଫା ହୋଇଯାଇଛି ଆପଣ ଯେତେବେଳେ ଏହାକୁ ଗ୍ୟାସ ରେ ଲଗେଇବେ ଏବଂ ଗ୍ୟାସ ଜଳେଇବେ ତ ଦେଖିବେ ଆପଣଙ୍କ ଗ୍ୟାସ ବହୁତ ଭଲ ଜଳିବ ଏବଂ ବହୁତ ଭଲରେ ଏହାଦ୍ଵାରା ନିଆଁ ପାସ କରିବ।

Leave a Reply

Your email address will not be published. Required fields are marked *