February 11, 2025

Odia Express

Leading Odia News Portal of Odisha

ଅଷ୍ଟମ ଫେଲ୍ ଏହି ପୁଅ ଭାଙ୍ଗିଲେ ଆୟର ସବୁ ରେକର୍ଡ , ୨ ହଜାର କୋଟିର ବନାଇନେଲେ ନିଜର କମ୍ପାନୀ – ଦେଖନ୍ତୁ କିପରି..

ଆଜିର ମଡର୍ଣ୍ଣ ସମୟରେ ପାଠପଢାର କମ୍ପିଟିସନ୍ ବହୁତ ହାର୍ଡ ହୋଇଯାଉଛି , ସମସ୍ତେ ଏହା ଭାବିଥାନ୍ତି କି ସେ ତେବେ ସଫଳ ହୋଇପାରିବେ ଯେବେ ତାଙ୍କ ମାର୍କ ଭଲ ରହିବ , ଭାରତୀୟ ପ୍ୟାରେଣ୍ଟ୍ସ ନିଜ ଛୁଆଙ୍କୁ ଅଧିକା ନମ୍ବର ରଖିବାକୁ ପ୍ରେସର୍ ପକାନ୍ତି , ଏହି କଥାରେ କିଛି ବି ଫାଇଦା ନାହିଁ , କାରଣ ସଫଳ ନମ୍ବର ପାଇଁ ନୁହେଁ ଟ୍ୟାଲେଣ୍ଟ ପାଇଁ ମିଳିଥାଏ , ଏମିତିରେ ଯଦି ଆପଣଙ୍କ ପାଖରେ ପ୍ରତିଭା ଅଛି ,ତେବେ ଆପଣ ନିଜ ଗନ୍ତବ୍ୟସ୍ଥଳରେ ଟିକିଏ ପରିଶ୍ରମ କରି ନିଶ୍ଚିତ ପହଞ୍ଚିପାରିବେ ।ଆଜିର ଏହି ଖାସ୍ ପୋଷ୍ଟରେ ଆମେ ଆପଣଙ୍କୁ ଏମିତି ଏକ ପୁଅର ସତ କାହାଣୀ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ କିଛି କରିଦେଖାଇବାପାଇଁ ମୋଟିଭେଟ୍ କରିବ , ଏହି ପୁଅ ନା କିଛି ଶିକ୍ଷାରେ ଅଧିକା ଗ୍ରେଡ୍ ଆଣିଛି , ଓ ନା ହିଁ ଅଧିକା ମାର୍କ୍ସ , କିନ୍ତୁ ଆଜି ଏହି ପୁଅ କୋଟିଏ ଟଙ୍କାର୍ ବିଜନେସ୍ ଚଲାଉଛି

ଏବେ ଆପଣ ଭାବୁଥିବେ କି କିପରି , ଆସନ୍ତୁ ଜାଣିବା ସେହି ପୁରା କଥା ବିଷୟରେ । ତ୍ରିଶନିତ ଅରୋରା ଆଜି ସେ ନାଁ କରିସାରିଛନ୍ତି , ଯିଏ ନିଜ ପାଇଁ ଏକ ବଡ ହସ୍ତି ଅଟନ୍ତି , ଏହି ପୁଅ ଜଣଙ୍କ କମ୍ ବୟସରେ ଏମିତି କାମ କରିଦେଖାଇଛତି , ଯାହା ଆପଣ ସ୍ୱପ୍ନରେ କେବେ ଭାବିନଥିବେ , ତ୍ରିଶନିତ୍ ନିଜର ଏକ କମ୍ପାନୀ ଚଲାଉଛନ୍ତି ଯାହାର ନାଁ ଟିଏସି ସିକ୍ୟୁରିଟି ଅଟେ , ଏହି କମ୍ପାନୀ ଦେଶରେ ନୁହେଁ ବର୍ଂ ପୁରା ଦୁନିଆଁରେ ସବୁଠାରୁ ବଡ ସାଇବର୍ କମ୍ପାନୀ ସୁରକ୍ଷା ପ୍ରଦାନ କରିଥାଏ , ଆଜିର ସମୟରେ ଡାଟା ସୁରକ୍ଷାକୁ ବେଶୀ ପ୍ରାଧ୍ୟାନ୍ୟ ଦିଆଯାଇଛି , ସେମିତି ତ୍ରିଶନିତ କମ୍ପାନୀ ଏହି ସୁରକ୍ଷା ଦେଇଥାଏ ।

ରିଲାୟନ୍ସ ରୁ ନେଇକରି ପଞ୍ଜାବ ଓ ଗୁଜୁରାଟ ପର୍ଯ୍ୟନ୍ତ ବଡ ବଡ ନାମିଦାମୀ କମ୍ପାନୀ ବି ତ୍ରିଶନିତ ଙ୍କ ଠାରୁ ସାଇବର୍ ସିକ୍ୟୁରିଟି ନେଉଛି , ସେ ପ୍ରକୃତରେ ଅଷ୍ଟମ ଫେଲ୍ ଅଟନ୍ତି , ଯେବେ ସେ ଅଷ୍ଟମକୁ ଯାଇଥିଲେ ତେବେ ତାଙ୍କ ବାପା ଏକ କମ୍ପ୍ୟୁଟର୍ ଦେଇଥିଲେ , ଏହି କମ୍ପ୍ୟୁଟର୍ ସେ ଏତେ ବିଜି ହୋଇଗଲେ କି ପାଠପଢା ବି ଭୁଲିଗଲେ । ଯେବେ ଫେଲ୍ ହେବାପରେ ପ୍ରିନ୍ସିପାଲ୍ ତ୍ରିସନିତଙ୍କୁ ତାଙ୍କ ବାପାଙ୍କ ସାମ୍ନାରେ କହିଥିଲେ ତେବେ ତ୍ରିଶନିତ ଙ୍କୁ ପଚାରାଗଲା କି ଭବିଷ୍ୟରେ କଣ କରିବ ? ସେ କହିଲେ କି କମ୍ପ୍ୟୁଟର୍ ଫିଲଡ୍ ରେ ଯିବେ

ଛୋଟ ପ୍ରୋଜେକ୍ଟ ଆରମ୍ଭ କରିବାପରେ ପରିଶେଷରେ ୨୪ ବର୍ଷ ହେଲା ପରେ ସେ ନିଜର୍ ଏକ କମ୍ପାନୀ କରିଦେଲେ , ଆଜିର ସମୟରେ ତ୍ରିଶନିତଙ୍କ୍ ଏହି କମ୍ପାନୀର ମୁଲ୍ୟ ୨ ହଜାର କୋଟି ଅଟେ,  ଓ ସେ ବର୍ଷକ ମଧ୍ୟରେ ବିଲିୟନ୍ ଡଲାରର ଆୟ କରୁଛନ୍ତି , ତ୍ରିଶନିତ  ଙ୍କପରି ଆମର ଦେଶରେ ଲକ୍ଷାଧିକ ଲୋକ ଅଛନ୍ତି ଯିଏ ପାଠପଢାରେ କମ୍ ହେଲେ ବି ଟ୍ୟାଲେଣ୍ଟରେ ଆଗୁଆ ଅଛନ୍ତି ।

Leave a Reply

Your email address will not be published. Required fields are marked *