February 19, 2025

Odia Express

Leading Odia News Portal of Odisha

ଓଜନ କମ କରିବାର ଏକ ଆୟୁର୍ବେଦିକ ଉପାୟ – ଏହି କଥା ଜାଣିଦେଲେ ଆପଣଙ୍କ ଓଜନ ଫଟାଫଟ କମିବ..

ଆମ ଭାରତରେ ଅଁଳାର ଉତ୍ପାଦନ ହୋଇଥାଏ ଆପଣମାନେ ଏ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ।ଆଉ ଚାରିଆଡେ ଅଁଳା ହରିଡା,ବାହାଡ଼ା ବହୁତ ସହଜରେ ମିଳିଥାଏ।ଆଉ ବହୁତ ଲୋକ ସେହି ଅଁଳାକୁ ୨୦୦ ଟଙ୍କା କିଲୋ ଚେବନ ପ୍ରାସ ବନେଇ ବିକ୍ରୀ କରେଇ ନିଅନ୍ତି।ଏହି ଚେବନ ପ୍ରାସ ତ୍ରିଫଳା ଚୂର୍ଣ୍ଣ ଠାରୁ ବହୁତ ବହୁତ ପରିମାଣରେ ନିଚା ହୋଇଥାଏ।ଆପଣ ଚେବନ ପ୍ରାସରେ ଯେତେ ଖର୍ଚ୍ଚ କରିଛନ୍ତି ତାଠାରୁ କମ ଖର୍ଚ୍ଚରେ ତ୍ରିଫଳା ଚୂର୍ଣ୍ଣ ଖାଆନ୍ତୁ।ଆପଣ ନିଜ ଶରୀରରେ ବାତ୍ତ,ପିତ୍ତ,କଫ ତିନିଟି ଜିନିଷକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତାହଲେ ଆପଣ ହରିଡା,ବାହାଡ଼ା,ଅଁଳା ଆଦି ଚୂର୍ଣ୍ଣକୁ ନିଜ ଜୀବନରେ ଆପଣେଇବାର ଅଛି।ଆଉ ବିଭିନ୍ନ ଆୟୁର୍ବେଦିକ ଉପନ୍ୟାସରେ ମଧ୍ୟ ଉଲ୍ଲେଖ ଅଛିକି ଏହି ତିନିଟି ଜିନିଷ ବହୁତ କାର୍ଯ୍ୟକରି ଅଟେ।

ଯେଉଁମାନଙ୍କ ଶରୀରରେ ମେଦ ବହୁଳ ସମସ୍ୟା ଅଛି ତାହେଲେ ସେମାନେ ତ୍ରିଫଳା ଖାଇବା ଉଚିତ,ଆଉ ଏହାକୁ ସକାଳୁ ସକାଳୁ ସେବନ କରିବାର ଅଛି।ଆଉ ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଅଁଳା ଶରୀରରେ ଅକ୍ସୀଡେଶନ ପ୍ରକ୍ରିୟାକୁ କମ କରିଥାଏ।ଆଉ ଏହା ବୟସକୁ ଏତେ ସହଜରେ ବଢ଼େଇବାକୁ ଦେଇ ନଥାଏ।ତାପରେ ଋଷି ବାଗବଟି କହୁଛନ୍ତି ଅଁଳା ଆପଣ ଯେତେବେଳେ ପାରିବେ ସେତେବେଳେ ଓ ଯେତେଦିନ ପାରିବେ ସେତେଦିନ ଖାଇ ପାରିବେ କିନ୍ତୁ ଯେତେବେଳେ ତ୍ରିଫଳା ଖାଇବେ ତାହେଲେ ଆପଣ ତିନି ମାସ ଏକାଠି ଖାଇବା ପରେ ତାକୁ ଗୋଟେ ମାସର ଅନ୍ତର ଦେବେ।ଏହାକୁ ଛାଡିବାର ମୁଖ୍ୟ କାରଣ ହେଲା ଆପଣ ନିଜ ଶରୀରର ଅଭ୍ୟାସ କରେଇବେ ନାହିଁ।ଆଉ ଯଦି ଆପଣ ଏହାକୁ ଛାଡିବେନି ତାହେଲେ ଆପଣ ଏହାର କିଛି ଖରାପ ପରିଣାମ ମଧ୍ୟ ଦେଖିପାରିବେ।

ଆପଣ ସବୁ ଦିନ ତ୍ରିଫଳା ଖାଇଲେ ମଝିରେ ଲାଗିବ ଯେମିତି କେତେଦିନ ଆମ ଶରୀର ଦୁର୍ବଳ ହେବାରେ ଲାଗିଛି।ଯେଉଁମାନେ ଏହାକୁ ଓଜନ କମ କରିବା ପାଈଁ ସେବନ କରୁଛନ୍ତି ତାହେଲେ ଅଁଳା ୩-୪ ଟି,ଆଉ ତ୍ରିଫଳା ସବୁବେଳେ ବଡ଼ ଚାମୁଚ।ଆଉ ଆପଣ ଏହାକୁ ଗୁଡ଼ କିମ୍ବା ମହୁ ସହିତ ସେବନ କରିବେ।ଆଉ ଯେଉଁମାନଙ୍କୁ ନିଜର ପେଟ ସଫା କରିବାର ଅଛି ତାହେଲେ ଆପଣ ଏହାକୁ ରାତିରେ ସେବନ କରି ପାରିବେ।ଆଉ ଓଜନ କମ କରିବାକୁ ଚାହୁଁଥିବା ଲୋକ ଏହାକୁ କେବଳ ସକାଳ ସମୟରେ ଓ ଦିନକୁ ଥରେ ସେବନ କରି ପାରିବେ।ଆଉ ଆପଣ କେବେହେଲେ ବାହାରେ ମିଳୁଥିବା ତ୍ରିଫଳା ଗୁଣ୍ଡକୁ କିଣିବେନି,ଏହାର ମୁଖ୍ୟ କାରଣ ହେଲା ଆଜିକାଲି ଲୋକ ନିଜର ଲାଭ ପାଇଁ ବଜାରରେ ଖରାପ ଜିଣିଷକୁ ଭଲ ଜିନିଷରେ ମିଶେଇ ବିକିବାରେ ଲାଗିଛନ୍ତି।ଆପଣ ଏହାକୁ କିଣି ଆଣିବେ ଆଉ ତାପରେ ଏହାକୁ ସେବନ କରିବେ ଏହାଦ୍ୱାରା ଆପଣଙ୍କୁ କୌଣସି ଲାଭ ମିଳିବ ନାହିଁ।

ଏହାର ବୀପରିତ ଯଦି ଆପଣ ନିଜେ ସେହି ତିନିଟି ଜିନିଷ କିଣି ଯେମିତି ଅଁଳା,ହରିଡା,ବାହାଡ଼ା ଆଦି କିଣି ତାକୁ ଆଣି ଘରେ ସୁଖେଇ ଏହାକୁ ଭଲ ଭାବରେ ଗୁଣ୍ଡ କରି ନିଜେ ସେବନ କଲେ ଏହାର ସମ୍ପୂର୍ଣ୍ଣ ଲାଭ ଆପଣଙ୍କ ଶରୀରକୁ ନିହାତି ମିଳିବ।ଆଉ ମଧୁମେହ ରୋଗୀ ଅଁଳା କିମ୍ବା ତ୍ରିଫଳା ଚୂର୍ଣ୍ଣରେ ଗୁଡ଼ର ସେବନ କରିପାରିବେ ସେଥିପାଇଁ କୌଣସି ଅସୁବିଧା ନାହିଁ।ଯଦି ଆପଣଙ୍କୁ ନିଜର ପେଟ ସଫା କରିବାର ଅଛି ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ କିମ୍ବା ପେଟ ସହିତ ଜଡିତ କୌଣସି ସମସ୍ୟା ଦୁର କରିବାର ଅଛି ତାହେଲେ ଆପଣ ରାତିରେ କ୍ଷୀର କିମ୍ବା ଗରମ ପାଣିରେ ଗୋଟେ ଚାମୁଚ ତ୍ରିଫଳା ଗୁଣ୍ଡ ମିଶେଇ ସେବନ କରିବେ ଆଉ ଏହାକୁ ଖାଦ୍ୟ ଗ୍ରହଣ କରିବା ପରେ ସେବନ କରିବେ।ଆଉ ବାତ୍ତ,ପିତ୍ତ,କଫ ଆଦି ଦୁର କରିବାର ଥିଲେ ଆପଣ ଏହି ତ୍ରିଫଳା ଗୁଣ୍ଡ ଗୋଟେ ଚାମୁଚ ସକାଳୁ ଖାଲି ପେଟରେ ସେବନ କରିବାର ଅଛି।ଆଉ ଦିନକୁ ମାତ୍ର ଥରେ ସେବନ କରିବାର ଅଛି।

Leave a Reply

Your email address will not be published. Required fields are marked *