ବ୍ୟକ୍ତିମାନଙ୍କ ଭିତରେ ଏହି ପାଞ୍ଚୋଟି ଲକ୍ଷଣ ଥିଲେ ଭଗବାନ ହନୁମାନ ଙ୍କ କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ..

ଆଜି ଆମେ ମଣିଷର ବ୍ୟକ୍ତିତ୍ୱର ଓ ସ୍ୱଭାବର ଏମିତି ୫ ଟି ଲକ୍ଷଣ ବିଷୟରେ କହିବୁ ଯଦି କୌଣସି ବ୍ୟକ୍ତିଙ୍କ ର ଏହି ପାଞ୍ଚୋଟି ଲକ୍ଷଣ ଥାଏ,ତାହେଲେ ଏମିତି ମାନ୍ୟତା ଅଛିକି ସେହି ବ୍ୟକ୍ତି ଉପରେ ହନୁମାନ ଙ୍କ ର କୃପା ରହିଥାଏ। ସତ୍ୟ ଯୁଗ ର ଅନ୍ତ ରେ ଭଗବାନ ଶ୍ରରାମଚନ୍ଦ୍ର ହନୁମାନ ଙ୍କୁ ବରଦାନ ଦେଇଥିଲେ କି ସେ କଳି ଯୁଗର ଅନ୍ତ ଯାଏଁ ପୃଥିବୀ ରେ ରହିବେ ଏବଂ ଶ୍ରୀରାମ ଭକ୍ତ ମାନଙ୍କ ର ସହାୟତା କରିବେ। ସେଥିପାଇଁ ଆଜି ବି ଲାଗେ ପୃଥିବୀ ପୃଷ୍ଠରେ ରେ ହନୁମାନ ରହିଛନ୍ତି। ପ୍ରାଚୀନ ଗ୍ରନ୍ଥ ଅନୁସାରେ କଳି ଯୁଗ ର ଶେଷ ରେ ପାପ ଅନ୍ତିମ ସୀମା ରେ ରହିଥିବ ଏବଂ ଧର୍ମ ର କେବଳ ଏକ ଚତୁର୍ଥାଂଶ ହିଁ ଶେଷ ବଞ୍ଚିବ।ଆମେ ଆପଣଙ୍କୁ କହିରଖିବୁକି ଭଗବାନ ହନୁମାନ ଅଷ୍ଟ ସିଦ୍ଧି ର ସ୍ବାମୀ ଅଟନ୍ତି। ତାଙ୍କୁ ମା ସୀତା ଅଷ୍ଟ ସିଦ୍ଧି ର ବରଦାନ ଦେଇଥିଲେ। ହନୁମାନ ଙ୍କୁ ସାକ୍ଷାତ ରୁଦ୍ର ଙ୍କ ଅବତାର କୁହାଯାଇଥାଏ। ସେଥିପାଇଁ ଯେଉଁ ଭକ୍ତ ନିଜ ମନରୁ ହନୁମାନ ଙ୍କୁ ଡାକିଥାଏ, ହନୁମାନ ଅବଶ୍ୟ ତାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି।
ଅନେକ ଲୋକ ହନୁମାନ ଙ୍କ ର ଚମତ୍କାରିତା ଦେଖିଥିବେ ଏବଂ ଆପଣ ମଧ୍ୟ ଶୁଣିଥିବେ। ଶାସ୍ତ୍ର ରେ ମନୁଷ୍ୟ ର କିଛି ଏପରି ଲକ୍ଷଣ ବିଷୟରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ଙ୍କ ପାଖରେ ଏପରି କିଛି ଲକ୍ଷଣ ଥାଏ ତେବେ ହନୁମାନ ଙ୍କ ର କୃପା ଦୃଷ୍ଟି ତା ଉପରେ ରହିଥାଏ। ଏହି ବ୍ୟକ୍ତି ମାନଙ୍କ ର ଶତ୍ରୁ ଏମାନଙ୍କ ର କିଛି କ୍ଷତି କରି ପାରନ୍ତି ନାହିଁ।ହେଲେବି ଏମାନଙ୍କୁ ଜୀବନରେ ବହୁତ କଠିନ ତାର ସାମ୍ନା କରିବାକୁ ପଡିଥାଏ କିନ୍ତୁ ଏହି ବ୍ୟକ୍ତି ମାନଙ୍କୁ ହନୁମାନ ସର୍ବଦା ସଠିକ୍ ମାର୍ଗ ଦେଖାଇ ଥାଆନ୍ତି।
ଯଦି ଆପଣଙ୍କ ଘରେ ନକରାତ୍ମକ ପ୍ରଭାବ ବା ଖରାପ ଦୃଷ୍ଟି ରହିଥାଏ ତେବେ ହନୁମାନ ଙ୍କ ର ପୂଜା କରିବା ଆବଶ୍ୟକ ଅଟେ। ଯେଉଁ ଘରେ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରାଯାଏ ସେହି ଘର କୌଣସି ବ୍ୟକ୍ତି ଙ୍କ ଉପରେ ଖରାପ ଦୃଷ୍ଟି ପଡେ ନାହିଁ। ଯେଉଁ ଘରେ ସ୍ତ୍ରୀ ଲୋକ ମାନଙ୍କ ଉପରେ ଅତ୍ୟାଚାର କରାଯାଏ, ଯେଉଁ ଘରେ ମଦ୍ୟ ପାନ କରାଯାଏ, ଯେଉଁ ଘରେ ପଶୁ ପକ୍ଷୀ ମାନଙ୍କୁ ହତ୍ୟା କରାଯାଏ,ଯେଉଁ ଘରେ ବୁଢା ବୁଢ଼ୀ ଲୋକଙ୍କର ସନ୍ନମାନ କରାଯାଏ ନାହିଁ ଆଉ ଯେଉଁ ଘରେ କୌଣସି ଧାର୍ମିକ ବ୍ୟକ୍ତି ରହି ନଥାଏ ସେହି ଘରକୁ ହନୁମାନ ପ୍ରବେଶ କରନ୍ତି ନାହିଁ।
ଏହି ଘରର ବ୍ୟକ୍ତି ସର୍ବଦା ଦୁଃଖ ଭୋଗ କରିଥାନ୍ତି ଏବଂ କେବେ ମଧ୍ୟ ସୁଖ ଶାନ୍ତି ମିଳେ ନାହିଁ ଆଉ ସେ ଘରୁ ଲକ୍ଷ୍ମୀ ମା ରାଗି ଚାଲି ଯାଆନ୍ତି। ଚାଲନ୍ତୁ ଜାଣିବା ମଣିଷ ପାଖରେ ଥିବା ସେହି ପାଞ୍ଚୋଟି ଲକ୍ଷଣ ବିଷୟରେ ଯଦି କାହା ପାଖରେ ଏହି ଲକ୍ଷଣ ଥାଏ ତାହେଲେ ସେମାନେ ଭଗବାନ ହନୁମାନଙ୍କ କୃପା ଅବଶ୍ୟ ପାଇ ଥାଆନ୍ତି। ହନୁମାନ ଙ୍କ ର କୃପା ପ୍ରାପ୍ତ ବ୍ୟକ୍ତି ମାନଙ୍କ ର କମ ବୟସ ରୁ ତାଙ୍କ ଶରୀର ରେ ଅନେକ ପ୍ରକାର ପରିବର୍ତ୍ତନ ଦେଖାଦିଏ। ହନୁମାନ ଙ୍କ କୃପା ପ୍ରାପ୍ତ ବ୍ୟକ୍ତି ଛୋଟ ବେଳୁ କ୍ରୋଧୀ ସ୍ଵଭାବ ର ହୋଇଥାଏ କିନ୍ତୁ ସମୟକ୍ରମେ କ୍ରୋଧ ଉପରେ ଆୟତ୍ତ ହୋଇଯାଏ।ହନୁମାନଙ୍କ କୃପା ପ୍ରାପ୍ତ ବ୍ୟକ୍ତି ମାନଙ୍କ ଚୁଟି ଅଳ୍ପ ବୟସରେ ମିଶ୍ରିତ ହୋଇଥାଏ,ଆଉ କଳା ଓ ଗହଳିଆ କେଶ ଥିବା ମହିଳା ଉତ୍ତମ ବିବେଚିତ କରାଯାଏ।
ହନୁମାନ ଙ୍କ କୃପା ପ୍ରାପ୍ତ ବ୍ୟକ୍ତି ବହୁତ କମ ବେମାର ହୋଇଥାନ୍ତି। ଏହି ବ୍ୟକ୍ତି ମାନଙ୍କ ଉପରେ କେବେ ମଧ୍ୟ ଖରାପ ଶକ୍ତି ର ପ୍ରଭାବ ପଡେ ନାହିଁ। ହନୁମାନ ଙ୍କ ପ୍ରିୟ ବ୍ୟକ୍ତି ଶକ୍ତିଶାଳୀ ହେବା ସହିତ କ୍ଷମା ଶୀଳ ହୋଇଥାନ୍ତି ଏବଂ ନିଜ ବଳ ପାଇଁ ଗର୍ବ କରନ୍ତି ନାହିଁ। ଅନ୍ୟ ମାନଙ୍କୁ ବିନା କାରଣରେ କଷ୍ଟ ଦିଅନ୍ତି ନାହିଁ। ଏହି ବ୍ୟକ୍ତି ମାନଙ୍କ ପାଖରେ ଧନ ଥାଉ କି ନଥାଉ କିନ୍ତୁ ସର୍ବଦା ଅନ୍ୟ ମାନଙ୍କୁ ସାହାଯ୍ୟ କରିଥାନ୍ତି ଏବଂ ଏମାନେ ଦାନ ଧର୍ମ ରେ ବିଶ୍ୱାସ ରଖନ୍ତି।ଏମିତି ବ୍ୟକ୍ତି ଭବିଷ୍ୟତରେ ବହୁତ ପ୍ରତିଷ୍ଠା ଅର୍ଜନ କରିଥାଏ।
ଯେଉଁ ବ୍ୟକ୍ତି ମାନଙ୍କ ମନରେ ଶ୍ରୀରାମ ଙ୍କ ପ୍ରତି ନିଷ୍ଠା ଏବଂ ଭକ୍ତି ଭାବ ରହିଥାଏ ସେହି ବ୍ୟକ୍ତି ମାନଙ୍କ ଉପରେ ହନୁମାନ ସର୍ବଦା କୃପା ଦୃଷ୍ଟି ରଖିଥାନ୍ତି। ଯେଉଁ ବ୍ୟକ୍ତି ମାନଙ୍କ ଉପରେ ହନୁମାନ ଙ୍କ ର କୃପା ଦୃଷ୍ଟି ରହିଥାଏ ସେହି ବ୍ୟକ୍ତି ମାନେ ନିଜର ଖରାପ ପରିସ୍ଥିତି ରେ ବିଚଳିତ ହୁଅନ୍ତି ନାହିଁ ଏବଂ ବହୁତ ସାବଧାନ ସହିତ ନିଜ କାର୍ଯ୍ୟ କରିଥାନ୍ତି। ଏହି ବ୍ୟକ୍ତି ସର୍ବଦା ଅନ୍ୟ ଦୁଃଖରେ ଭାଗିଦାରୀ ହେବା ସହିତ ନିଜ ପରିବାର ସହ ଜଡିତ ରହିଥାଏ।ବିପରୀତ ପରିସ୍ଥିତିରେ ହସି ହସି ସବୁ ସହି ନିଏ।ଆଉ ଶତ୍ରୁ ଯେତେ ବଳବାନ ହେଲେ ମଧ୍ୟ ସେ ଭୟଭୀତ ହୋଇନଥାଏ।
ଭଗବାନ ହନୁମାନଙ୍କ କୃପା ପ୍ରାପ୍ତ ମହିଳା ମାନେ ଘର କାର୍ଯ୍ୟ ରେ ଦକ୍ଷ, ଚରିତ୍ରବାନ୍, ସକାଳୁ ଶୀଘ୍ର ଉଠିବା ଏବଂ ନିଜ ଜୀବନସାଥି ସହ କେବେ ଧୋକା କରେ ନାହିଁ। ଏହି ମହିଳାଙ୍କୁ ବିବାହ କରିଥିବା ପୁରୁଷ ମାନଙ୍କୁ ଭଗ୍ୟଶାଳୀ କୁହାଯାଏ। ହନୁମାନ ଙ୍କ କୃପା ପ୍ରାପ୍ତ ବ୍ୟକ୍ତି କେବେ ମଧ୍ୟ ପର ସ୍ତ୍ରୀ କୁ ଖରାପ ନଜର ରେ ଚାହାଁନ୍ତି ନାହିଁ ଏବଂ ମହିଳା ମାନଙ୍କ ର ସମ୍ମାନ କରନ୍ତି। ଏହି ପୁରୁଷ ମାନଙ୍କୁ ମହିଳା ମାନେ ପସନ୍ଦ କରିଥାନ୍ତି।ଏହି ବ୍ୟକ୍ତି ମାନେ ସନ୍ନମାନ କୁ ମହତ୍ୱ ଦେଇଥାନ୍ତି ଓ ଖରାପ କାର୍ଯ୍ୟ କରିବାରୁ ଲିପ୍ତ ରୁହନ୍ତି। ଏହି ବ୍ୟକ୍ତି ନିଜ ମିତ୍ର ମାନଙ୍କ ସହ କେବେ ଧୋକା କରନ୍ତି ନାହିଁ।ଏହି ବ୍ୟକ୍ତିମାନେ କେବେ କାହାର ଗୁପ୍ତ କଥା ଉଜାଗର କରନ୍ତି ନାହିଁ।ଆଉ ନିଜ ଆଶ୍ରିତ ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରନ୍ତି ଆଉ ସ୍ୱୟଂ ସ୍ୱଳ୍ପ ଖାଇ ଅନ୍ୟକୁ ଭରା ପେଟ ଖାଇବାକୁ ଦିଅନ୍ତି। ଏହି ବ୍ୟକ୍ତି ସମୟ ପଡ଼ିଲେ ନିଜ ଶତ୍ରୁ କୁ ମଧ୍ୟ ସାହାଯ୍ୟ କରିବାକୁ ପଛାନ୍ତି ନାହିଁ।ଯେଉଁ ବ୍ୟକ୍ତି ମାନଙ୍କ ଭିତରେ ଏମିତି ଲକ୍ଷଣ ଥାଏ ସେମାନେ ସର୍ବୋତ୍ତମ ହୋଇଥାନ୍ତି।