ରୋଷେଇ ଘରେ କରନ୍ତୁନି ଏହି ସବୁ ଭଲ ନଚେତ ଆପଣ ହୋଇପାରନ୍ତି ଗରିବ..
ସବୁ ଘରେ ଖାଇବା ପ୍ରସ୍ତୁତ ପାଇଁ ଏକ ଘର ଥାଏ ଯାହାକୁ କି ରୋଷେଇ ଘର କୁହାଯାଏ।ଗୋଟେ ଘରର ଜୀବନ ରୋଷେଇଘର ଅଟେ।ଅପରି କିଛି ଭୁଲ ଅଛି ଯାହା ରୋଷେଇଘରେ କରିବା ଉଚିତ ନୁହେଁ ଯଦି ଆପଣ ରୋଷେଇଘରେ ସେହିସବୁ ଭୁଲ କରିବେ ମାତା ଲଷ୍ମୀ କ୍ରୋଧିତ1 ହେବେ ଓ ଆପଣଙ୍କ ଘର ଛାଡ଼ି ଚାଲିଯିବେ।ସେଥିପାଇଁ କଦାବୀ ରୋଷେଇ ଘରେ କରନ୍ତୁ ନାହିଁ ସେହି ସବୁ ଭୁଲ।ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ଭୁଲ ଯାହା ରୋଷେଇ ଘରେ କରିବା ଉଚିତ ନୁହେଁ।
ସର୍ଵ ପ୍ରଥମ ଭୁଲ ଯାହା ମହିଳା ମାନେ କରିଥାନ୍ତି ନ ଗାଧେଇକି ରୋଷେଇଘରେ ପସିଥାନ୍ତି ଯାହା ଦ୍ୱାରା ମାତା ଅନ୍ନପୂର୍ଣ୍ଣା ରାଗିଯାଇଥାନ୍ତି ।ଏହା ଦ୍ଵାରା ଆପଣଙ୍କ ଘରୁ ସମସ୍ତ ଧନ ସରିଯିବାକୁ ଲାଗେ ଓ ଆପଣ ବହୁତ ଶୀଘ୍ର ଗରିବ ହୋଇଯାଇଥାନ୍ତି।ଏହି ଭୁଲ ଜମାବି କରନ୍ତୁ ନାହିଁ।
ଏହା ପରେ ମହିଳା ମାନେ ଭୁଲ କରନ୍ତି କି ଚୁଲାକୁ ସଫା ନକରି ପୁନଃ ଜଳାଇଥାନ୍ତି।ପ୍ରଥମେ ରୋଷେଇ ଘରକୁ ଭଲସେ ସଫା କରନ୍ତୁ ତାହା ପରେ ପୁନର୍ବାର ରୋଷେଇ ଆରମ୍ଭ କରନ୍ତୁ।ଯଦି ସକାଳେ ଆପଣଙ୍କୁ ଏପରି କରିବା ପାଇଁ ବେଳ ହେଉନାହିଁ ତେବେ ଆପଣ ରାତିରେ ଶୋଇବା ସମୟରେ ଭଲସେ ରୋଷେଇ ଘରକୁ ସଫା କରନ୍ତୁ ଓ ସକାଳେ କେବଳ ଭଲସେ ଝାଡୁ ଲଗାଇ ସାରିବା ପରେ ରୋଷେଇ ଆରମ୍ଭ କରନ୍ତୁ।
ଏହା ପରେ କେବିବି ରୋଷେଇ ଘରେ ଝାଡୁ ବା ଚପଲ ରଖିବେ ନାହିଁ।ଏହି ଭୁଲ ମଧ୍ୟ କେବେବି କରନ୍ତୁ ନାହିଁ ଏହା ଦ୍ଵାରା ମାତା ଲଷ୍ମୀ କ୍ରୋଧିତ ହୋଇଥାନ୍ତି ଓ ଆପନଙ୍କୁ ଧନର ଅଭାବ ଦେଖାଯାଇଥାଏ।
ଯଦି ଆପଣଙ୍କ ରୋଷେଇ ଘରେ ଟ୍ୟାପରୁ ପାଣି ଗଳୁଛି ଏହାକୁ ମଧ୍ୟ ଶୁଭ ମାନାଯାଇନଥାଏ ତେଣୁ ଏହାକୁ ମଧ୍ୟ ଶୀଘ୍ର ଠିକ କରି ନିଅନ୍ତୁ
କେବେବି ଅଇଁଠା ବାସନ ରୋଷେଇ ଘରେ ରଖନ୍ତୁ ନାହିଁ।ରାତିରେ ଶୋଇବା ପୂର୍ବରୁ ସବୁ ଅଇଁଠା ବାସନ ମାଜିକି ସୁଅନ୍ତୁ ନଚେତ ଏହା ଦ୍ଵାରା ନକରାତ୍ମକ ପ୍ରଭାବ ଘର ଉପରେ ପଡିଥାଏ ଓ ଘରେ ଦରିଦ୍ରତା ସୃଷ୍ଟି ହୋଇଥାଏ।
ସୂର୍ଯ୍ୟଅସ୍ତ ହେବାପରେ କାହାକୁ ବି କ୍ଷୀର, ଦହି ବା ପିଆଜ ଦିଅନ୍ତୁ ନାହିଁ।କୁହାଯାଇଛି ଏହାକୁ ଦେବା ଅର୍ଥ ନିଜ ଘର ଧନ ଦେବା ସହ ସମାନ ଏହା ସହ ଚିନି ମଧ୍ୟ ଦେବେନାହିଁ।ଆପଣ ଦିନରେ ଦେଇ ପାରନ୍ତି କିନ୍ତୁ ସୂର୍ଯ୍ୟଅସ୍ତ ହେବା ପରେ ଏହିସବୁ ଜିନିଷ ଦେବେନାହିଁ।
ରୋଷେଇ ଘରେ କେବିବି ଠାକୁର ଘର କରନ୍ତୁ ନାହିଁ।ଏପରି କରିବା ଦ୍ୱାରା ସେହି ଘରେ ସବୁବେଳେ ଅଶାନ୍ତି ଲାଗିରହିଥାଏ ଓ ବ୍ୟବସାୟରେ ମଧ୍ୟ କ୍ଷତି ହୋଇଥାଏ।
ସର୍ବଦା ରୁଟି କରି ସାରିବା ପରେ ତାୱାକୁ ଭୁଲ ଭାବରେ ଧୋଇକି ରଖନ୍ତୁ ଓ ସର୍ବଦା ପ୍ରଥମ ରୁଟି କୌଣସି ଯିବ ପାଇଁ କରନ୍ତୁ ଏହା ଦ୍ଵାରା ଘରେ ଧନର ଅଭାବ ରହିବ ନାହିଁ।
ରୋଷେଇ ଘରେ ସବୁ ଜିନିଷ ପାଇଁ ଅଲଗା ଅଲଗା ଚାମଚ ରଖନ୍ତୁ ଯଦି ଲୁଣରେ ଅନ୍ୟ କୌଣସି ଜିନିଷ ମିଶିଯାଏ ତାହା ବହୁତ ଅଶୁଭ ହୋଇଥାଏ।
ରୋଷେଇ ଘରେ ତାୱାକୁ ଏଭଳି ସ୍ଥାନରେ ରଖନ୍ତୁ ଯଦି କିଏ ବାହାରୁ ଆସେ ଯେପରି ତାହା ନଜର ଆଜି ସେଠି ନପଡୁ ନଚେତ ଧନହାନି ହୋଇଥାଏ।
କେବେବି କରେଇରେ ଖାଦ୍ୟ ରାନ୍ଧିସାରିବା ପରେ ସେହି କରେଇ ରେ ଖାଦ୍ୟ ଖାଆନ୍ତୁ ନାହିଁ ।ଏହା ଦ୍ଵାରା ବାସ୍ତୁଦୋଷ ଉତ୍ପନ ହୋଇଥାଏ।ଅନ୍ୟ କୌଣସି ପାତ୍ରରେ ଅଜାଡି ଖାଦ୍ୟ ଖାଆନ୍ତୁ।
ଅଟା ବେଲିବା ସମୟରେ ଯଦି ବେଲେଣା ପେଡିରୁ ଶବ୍ଦ ବାହାରି ଥାଏ ଏହା ବାସ୍ତୁ ଦୋଷ ଉତ୍ପନ୍ନ କରିଥାଏ ଓ ଏହି ଶବ୍ଦ ଦ୍ଵାରା ଧନ ମଧ୍ୟ ହାନି ହୋଇଥାଏ।କେବେବି ମଙ୍ଗଳବାର ଓ ଶନିବାରେ ବେଲେଣା ପେଡି କିଣିବେ ନାହିଁ ଏହାକୁ ଅଶୁଭ ମାନାଯାଇଛି।
ରୋଷେଇ ଘରେ ଭଗବାନ ଶ୍ରୀକୃଷ୍ଣ ଲବଣି ଖାଉଥିବା ମୃର୍ତି ରଖନ୍ତୁ ଏହା ଦ୍ଵାରା ଶୁଭ ହୋଇଥାଏ।