‘P’ ଓ ‘A’ ନାମ ଥିବା ଲୋକଙ୍କ ଯୋଡି କିପରି ହୋଇଥାଏ – ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ – ଦେଖନ୍ତୁ ଏମାନଙ୍କ ଭିତରେ କିଏ ଅଧିକ ଶକ୍ତିଶାଳୀ ହେଇଥାଏ..

ଆଜି ଆମେ ଜାଣିବା ‘P’ ଓ ‘A’ ନାମ ଥିବା ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ,ତଥା ସେମାନଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ଓ ତାର ସମାଧାନ ବିଷୟରେ ଜାଣିବା।ଏହି କଥାକୁ ଆମେ ସାତଟି କ୍ରମରେ ବୁଝିବା।ବ୍ୟକ୍ତିତ୍ୱ- ‘P’ ନାମ ଥିବା ବ୍ୟକ୍ତି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି।ସେମାନଙ୍କ ବ୍ୟକ୍ତିତ୍ୱ ମଧ୍ୟ ବହୁତ ଭଲ ରହିଥାଏ।ସେହିପରି ‘A’ ନାମ ଥିବା ବ୍ୟକ୍ତି ଦେଖିବାକୁ ସୁନ୍ଦର ହୋଇଥାନ୍ତି ସେମାନଙ୍କ ବ୍ୟକ୍ତିତ୍ୱ ମଧ୍ୟ ଠିକଠାକ ହୋଇଥାଏ। ‘A’ ନାମ ଥିବା ବ୍ୟକ୍ତି ଅଙ୍କ ଜ୍ୟୋତିଷରେ ପ୍ରଥମ ଅଟନ୍ତି।ଏହି ଲୋକ ନିଜ ଛବିକୁ ନିଜ ଇଚ୍ଛାରେ ତିଆରି କରିଥାନ୍ତି।ତେଣୁକରି ଏମାନଙ୍କର ବ୍ୟକ୍ତିତ୍ୱରେ କିଛି ଫରକ ମଧ୍ୟ ଦେଖାଯାଏ।
୨.ସ୍ଵଭାବ- ‘P’ ନାମଥିବା ବ୍ୟକ୍ତିଙ୍କ ସ୍ଵଭାବ ବହୁତ କଥା ଉପରେ ନିର୍ଭର କରେ।ଏହା ପରିବର୍ତ୍ତନ ହୁଏ।ହେଲେ ଏହା ଲୋକଙ୍କ ସାହାଯ୍ୟ ପାଇଁ ମଧ୍ୟ ବେଳେବେଳେ ହୋଇଥାଏ।ହେଲେ କେବେକେବେ ଏମାନେ ରହସ୍ୟବାଦୀ ହୋଇଯାଆନ୍ତି।ସେହିପରି ‘A’ ନାମଥିବା ବ୍ୟକ୍ତି ସ୍ୱଭାବରେ ରାଗି ହୋଇଥାନ୍ତି।ହେଲେ ଏମାନେ ସହଜରେ ସମସ୍ତଙ୍କ ସହ ମିଶିଯାଆନ୍ତି।ଏମାନଙ୍କ ନିଜ ଉପରେ ଆତ୍ମବିଶ୍ୱାସ ରହିଥାଏ।ତ ସ୍ଵଭାଵ କ୍ଷେତ୍ରରେ ଉଭୟ ‘P’ ଓ ‘A’ ନାମଥିବା ବ୍ୟକ୍ତି ଠିକ ଅଟନ୍ତି।
୩.ଧନ ବା ଟଙ୍କା- ‘P’ ନାମଥିବା ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି।ନିଜ ବୁଦ୍ଧି ଦ୍ଵାରା ଏମାନେ କିଛି ନା କିଛି ଉପାୟରେ ପଇସା ରୋଜଗାର କରିନିୟନ୍ତି।ସେହିପରି A ନାମଥିବା ବ୍ୟକ୍ତି ମଧ୍ୟ ବହୁତ ଜିଦିଆ ରାଗି ଓ ଆତ୍ମବିଶ୍ୱାସୀ ହୋଇଥାନ୍ତି।ଏମାନେ କେଉଁଠି ନା କେଉଁଠି ନିଜ ପାଇଁ ପଇସା ରୋଜଗାର କରନ୍ତି।ତ ଟଙ୍କା ପଇସା କ୍ଷେତ୍ରରେ ଏହି ଯୋଡିକୁ କିଛି କଷ୍ଟ ନାହିଁ।
୪.ବ୍ୟବହାର- ‘P’ ନାମଥିବା ବ୍ୟକ୍ତି ଦେଖିବାକୁ ଶାନ୍ତ ହୋଇଥାନ୍ତି।ହେଲେ କେବେକେବେ ନିଜ ଜିଦି ପାଇଁ ସେ ଅନ୍ୟସହ ଠିକ ବ୍ୟବହାର ନ କରି ଚିନ୍ତିତ ରହିଥାନ୍ତି।ସେହିପରି A ନାମଥିବା ବ୍ୟକ୍ତି ସହଜରେ ସମସ୍ତଙ୍କ ସହ ମିଶିଯାଆନ୍ତି।ସେମାନଙ୍କ ବ୍ୟବହାର ଖୁବ ଭଲ।ତ ବ୍ୟବହାର କ୍ଷେତ୍ରରେ ମଧ୍ୟ ଏହି ଯୋଡି ଠିକ ଅଟେ।
୫.ଜୀବନ-P ନାମଥିବା ବ୍ୟକ୍ତି ଜୀବନକୁ ମସ୍ତି ମଜାକରେ ନେଇଥାଆନ୍ତି।ଏମାନେ ଜନ୍ମରୁ ନିଜ ଜୀବନକୁ ଉପଭୋଗ କରିବା ତଥା ନିଜର ଛୋଟ ଛୋଟ ଇଚ୍ଛାକୁ ପୁରଣ କରିଥାନ୍ତି।ସେହିପରି A ନାମଥିବା ବ୍ୟକ୍ତି ମଧ୍ୟ ନିଜ ଜୀବନକୁ ବହୁତ ଉପଭୋଗ କରନ୍ତି।ଏମାନେ ବାସ୍ତବରେ ବିଶ୍ୱାସ ରଖନ୍ତି।ଖୋଲା ମନରେ ନିଜ ଜୀବନକୁ ଯେ କୌଣସି ପରିସ୍ଥିତିରେ ମଧ୍ୟ ବଞ୍ଚିପାରନ୍ତି।ତ ଜୀବନ ବଞ୍ଚିବା କ୍ଷେତ୍ରରେ ମଧ୍ୟ ଏହି ଯୋଡି ଭଲ।
୬. ଆଧ୍ୟାତ୍ମିକ- ‘P’ ନାମଥିବା ବ୍ୟକ୍ତି ସବୁକାମକୁ ଠିକ ରୂପରେ କରନ୍ତି ହେଲେ ବେଳେବେଳେ ସେମାନେ ହାରି ଯାଆନ୍ତି।ସେତେବେଳେ ସେ ଭଗବାନଙ୍କ ଶରଣ ନେଇଥାନ୍ତି।ସେହିପରି A ନାମଥିବା ବ୍ୟକ୍ତି ମଧ୍ୟ ଆସ୍ତିକ ହୋଇଥାନ୍ତି।ସେମାନେ ମନ୍ଦିରରେ ପୂଜାପାଠ ମଧ୍ୟ କରିଥାନ୍ତି।ତେଣୁ ଆଧ୍ୟାତ୍ମିକ କ୍ଷେତ୍ରରେ ଏମାନଙ୍କ ଯୋଡି ମଧ୍ୟ ଭଲ ରହିଥାଏ।
୭-ଖରାପ ଗୁଣ- ‘P’ ନାମଥିବା ବ୍ୟକ୍ତି ଚୁପ ରହିଲେ ମଧ୍ୟ ଭିତରେ ବହୁତ ଚିନ୍ତିତ ଥାଆନ୍ତି।ଅନ୍ୟ ଆଗରେ ନିଜର ଅଲଗା ଚେହେରାକୁ ଦେଖାନ୍ତି।ବେଳେବେଳେ ଝଗଡା ମଧ୍ୟ କରନ୍ତି।ସେହିପରି A ନାମଥିବା ବ୍ୟକ୍ତି ବହୁତ ରାଗୀ।କ୍ରୋଧରେ ସେମାନେ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ।କାହାକୁ ମଧ୍ୟ ନିଜ ରାଗ କାରଣରୁ ଛାଡ଼ନ୍ତି ନାହିଁ।ସବୁ କ୍ଷେତ୍ରରେ ଏମାନଙ୍କ ଯୋଡି ଭଲ ହେଲେ ଏହି ଖରାପ ଗୁଣ ପାଇଁ ଏମାନେ ଟିକେ ଅସୁବିଧାରେ ପଡ଼ିଥାନ୍ତି।ଯଦି ଏହି ଖରାପ ଗୁଣକୁ ତ୍ୟାଗ କରିଦେବେ ତେବେ ଏହି ଯୋଡି ସବୁଠାରୁ ଭଲ ହୋଇପାରିବ।