February 12, 2025

Odia Express

Leading Odia News Portal of Odisha

କରନ୍ତୁ ଏହି କାମ ଥାଇରଏଡ଼ ହୋଇଯିବ ସମ୍ପୂର୍ଣ୍ଣ ଦୂର..

ଆଜିର ସମୟରେ ଥାଇରଏଡ଼ ଭଳି ସମସ୍ୟା ଆପଣଙ୍କୁ ପ୍ରତ୍ୟକ ଘରେ ପ୍ରାୟ ଦେଖିବାକୁ ମିଳିବ।ବିଶେଷ କରି ମହିଳାମାନଙ୍କୁ ଥାଇରଏଡ଼ ରୋଗ ଅଧିକା ହୋଇଥାଏ।ଥାଇରଏଡ଼ ହେବାଦ୍ୱାରା କୌଣସି ବ୍ୟକ୍ତି ମୋଟା ହୋଇଯାଏ ଏବଂ କୌଣସି ବ୍ୟକ୍ତି ପତଳା ମଧ୍ୟ ହୋଇଯାଏ।ଏଥିପାଇଁ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଇଥାଉ।ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ୩୦ଦିନ ସେବନ କରିବାଦ୍ୱାରା ଆପଣଙ୍କ ଥାଇରଏଡ଼ ଭଳି ସମସ୍ୟାକୁ ସଂପୂର୍ଣ୍ଣ ସ୍ବଭାବିକ କରିପାରିବେ ଏବଂ ସବୁଦିନ ପାଇଁ ଭଲ ହୋଇଯିବେ।ଥାଇରଏଡ଼ ଭଳି ସମସ୍ୟାରୁ ଆପଣ ସବୁଦିନ ପାଇଁ ମୁକ୍ତି ପାଇପାରିବେ।ତେବେ ଆସନ୍ତୁ ଜାଣିବା।

ଏହାକୁ ବନେଇବା ପାଇଁ ପ୍ରଥମେ ଏକ ପାତ୍ରରେ ଦେଢ ଗ୍ଲାସ ପାଣି ନିଅନ୍ତୁ ଏବଂ ପାଣିକୁ ଫୁଟିବା ପାଇଁ ଛାଡିଦିଅନ୍ତୁ।ଏହାକୁ ବନେଇବା ପାଇଁ ପ୍ରଥମେ ଆପଣଙ୍କୁ ଧନିଆ ପାଉଡର ଦରକାର।ଧନିଆ ପାଉଡର ବଦଳରେ ଆପଣ ଗୋଟା ଧନିଆକୁ ମଧ୍ୟ ନେଇପାରିବେ।ହେଲେ ଗୋଟା ଧନିଆ ପ୍ରାୟତଃ ମିଳିନଥାଏ।ଯଦି ଆପଣ ଗୋଟା ଧନିଆ ନେଉଛନ୍ତି ତେବେ ସେହି ଧନିଆକୁ ରାତିସାରା ପାଣିରେ ପକେଇକି ରଖନ୍ତୁ ।ତାପରେ ଏହାକୁ ବ୍ୟବହାର କରନ୍ତୁ।ବହୁ ପୁରାତନ କାଳରୁ ଥାଇରଏଡ଼ ପାଇଁ ଧନିଆର ବ୍ୟବହାର କରାଯାଉଅଛି।ଏବେ ସେହି ପାଣିରେ ୨ଚାମଚ ଧନିଆ ପାଉଡର ପକାନ୍ତୁ। ଏହି ପ୍ରତିକାରକୁ ତିଆରି କରିବାପାଇଁ ଆପଣଙ୍କୁ ଦ୍ୱିତୀୟରେ ଜଷ୍ଟି ମଧୁ ଦରକାର ।ଏହି ଜଷ୍ଟି ମଧୁ ଆପଣଙ୍କୁ ଆପଣଙ୍କ ବଜାରରେ ମିଳିଯିବ।ପ୍ରଥମେ ଆପଣ ଏହାକୁ ଛେଚି ନିଅନ୍ତୁ।ଏବେ ଆପଣ ସେହି ପାଣିରେ ପକାନ୍ତୁ।ଆପଣ ଏହି କାଢ଼ାରେ ଜଷ୍ଟି ମଧୁକୁ ନିହାତି ବ୍ୟବହାର କରନ୍ତୁ କାହିଁକିନା ଜଷ୍ଟି ମଧୁ ଆପଣଙ୍କ ଥାଇରଏଡ଼ ଗ୍ରନ୍ଥିକୁ ନିଉଟ୍ରାଲାଇଜ୍ କରି ଆପଣଙ୍କ ଥାଇରଏଡ଼କୁ କମ କରିବାରେ ବହୁତ ଅଧିକ ସାହାଯ୍ୟ କରିଥାଏ।

ଏବେ ଆପଣ ସେହି ପାଣିକୁ ଏକ କପ ହେବାଯାଏଁ ଫୁଟିବାକୁ ଛାଡିଦିଅନ୍ତୁ।୧୦ ରୁ ୧୫ ମିନିଟ ଫୁଟିବାପରେ ପାଣି ଏକ କପ ଭଳି ହୋଇଯିବ।ଏବେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ ଏବଂ ସେହି ପ୍ରତିକାରକୁ ଥଣ୍ଡା ହେବାପାଇଁ ଛାଡିଦିଅନ୍ତୁ।ଥଣ୍ଡା ହେବାପରେ ଆପଣ ଏହାକୁ ଏକ ଗ୍ଲାସକୁ ଛାଣିଦିଅନ୍ତୁ।ତେବେ ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରିବେ।


ଆପଣ ଏହାକୁ ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତୁ।ଆପଣ ଯଦି ଥାଇରଏଡ଼ ଔଷଧ ଖାଉଥିବେ ତେବେ ଥାଇରଏଡ଼ ଔଷଧ ଖାଇବାର ୩୦ ମିନିଟ ପରେ ଏହାକୁ ପିଅନ୍ତୁ।ଏହାକୁ ପିଇବାର ୩୦ ମିନିଟ ପରେ ଆପଣ ଜଳଖିଆ ବା ଯେ କୌଣସି ଖାଦ୍ୟ ଖାଆନ୍ତୁ।ଏହାକୁ ଆପଣ ୩୦ଦିନ ଯାଏଁ ପିଅନ୍ତୁ।୩୦ଦିନ ପରେ ଦେଖିବେ ଆପଣଙ୍କ ଥାଇରଏଡ଼ ବହୁତ ପରିମାଣରେ ସ୍ୱଭାବିକ ହୋଇଯାଇଥିବ।ଥାଇରଏଡ଼ ରୋଗୀ ଏହା ସହିତ ଆଉ ଗୋଟେ ଉପଚାରକୁ ମଧ୍ୟ କରନ୍ତୁ।ଏଥିପାଇଁ ଆପଣଙ୍କୁ ଦରକାର ଏକ ଗ୍ଲାସ ଉଷୁମ ପାଣି।ସେହି ଉଷୁମ ପାଣିରେ ୧ଚାମଚ ଲୁଣ ପକାନ୍ତୁ।ଏହାକୁ ଭଲ ଭାବରେ ମିଶେଇକି ଏହି ପାଣି ତଣ୍ଟି ଭିତରକୁ ନେଇ ଗଳ ଗଳ କରନ୍ତୁ।

ଏହାକୁ ଆପଣଙ୍କୁ ଦିନରେ ୨ଥର କରିବାକୁ ହେବ।ଏମିତି କରିବାଦ୍ୱାରା ଆପଣଙ୍କ ଗଳାରେ ଥାଇରଏଡ଼ ପାଇଁ ଯେଉଁ ସଂକ୍ରମଣ ହୋଇଥାଏ ତାହା କମ ହୋଇଯିବ ଏବଂ ଆପଣଙ୍କୁ କଷ୍ଟ ବହୁତ କମ ଅନୁଭୂତ ହେବ।ଆଉ ଗୋଟେ ଉପାୟ ଜାଣିରଖନ୍ତୁ।ପାପୁଲିର ଅଗ୍ର ଭାଗରେ ଏକୋ ପ୍ରେସର ପଏଣ୍ଟ ଥାଏ।ସେହି ଜାଗାକୁ ଆପଣ ଅପଣଙ୍କର ଆଙ୍ଗୁଠି ସାହାଯ୍ୟରେ ଦବାନ୍ତୁ।ଯଦି ଆପଣଙ୍କୁ ଥାଇରଏଡ଼ ଥାଏ ତେବେ ଆପଣଙ୍କୁ ଆପଣଙ୍କ ଆଙ୍ଗୁଠି ଏବଂ ଏକୋ ପ୍ରେସର ପଏଣ୍ଟରେ ବହୁତ କଷ୍ଟ ଅନୁଭବ ହେବ।ଏହାକୁ ଏକୋ ପ୍ରେସର ଟେକନିକ କୁହାଯାଏ।ଆପଣଙ୍କ ଥାଇରଏଡ଼ କମ ହୋଇଗଲେ ଆପଣଙ୍କୁ ସେହି ଜାଗାରେ ଆଉ କଷ୍ଟ ଅନୁଭବ ହେବନାହିଁ।

Leave a Reply

Your email address will not be published. Required fields are marked *