ପାଚନ ତନ୍ତ୍ରର ନିୟନ୍ତ୍ରଣ – ଏହି ଉପାୟରେ ଖାଦ୍ୟ ଖାଇଲେ ସହଜରେ ହେବ ଖାଦ୍ୟ ହଜମ…

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି। ବର୍ତ୍ତମାନ କରୋନା ସମସ୍ୟା ସମଗ୍ର ବିଶ୍ୱରେ ଏକ ବିରାଟ ବିପଦ ରୂପେ ପ୍ରତିଭାତ ହୋଇଛି।ଲକଡାଉନ ସମସ୍ତଙ୍କ ଜୀବନକୁ କରିଛି ଭାରାକ୍ରାନ୍ତ ଓ ବିବ୍ରତପୂର୍ଣ୍ଣ।ଏଥି ସହିତ ବର୍ତ୍ତମାନ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ବଦ ହଜମି।ଯାହାକି ଖାଦ୍ୟର ସଠିକ ହଜମ ନହେବା ଦ୍ଵାରା ହୋଇଥାଏ।ଯାହାକି ଶରୀରକୁ ମ୍ରିୟମାଣ କରିବା ସହିତ ଯନ୍ତ୍ରଣା ଦାୟକ ହୋଇଥାଏ।ଏହା କେବଳ ବୟସ୍କ ଲୋକଙ୍କୁ ନୁହେଁ ବରଂ ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ।
ତେଣୁ ଏଥିପାଇଁ ଆମକୁ ଆମ ପାଚନ ତନ୍ତ୍ରର ଯଥେଷ୍ଟ ଯତ୍ନ ନେବାକୁ ପଡିବ।ଓ ଏହାର ପ୍ରକ୍ରିୟାରେ ସମନ୍ଵୟତା ତଥା ନିୟନ୍ତ୍ରତା ରଖିବାକୁ ପଡିବ।ଏଥିପାଇଁ ରାତିରେ କ୍ଷୀର ସହିତ ଘିଅ ମିଶାଇ ପିଇଲେ ଏହା ପାଚନ ତନ୍ତ୍ର ପାଇଁ ବହୁତ ଫଳପ୍ରଦ ହୋଇଥାଏ ଓ ଏହାର ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ।ତ୍ରିଫଳ ସେବନ ଦ୍ୱାରା ମଧ୍ୟ ପାଚନ କ୍ରିୟା ତ୍ୱରାନ୍ୱିତ ହୋଇଥାଏ।
ଯେକୌଣସି ଆୟୁର୍ବେଦିକ ଔଷଧ ସେବନ ୩ ମାସ ନିୟମିତ କରିବ ଓ ମଝିରେ ୧୫ କି ୨୦ ଦିନ ପାର୍ଥକ୍ୟ ରଖିବ ଓ ପୁଣି ୩ମାସ ନିୟମିତ କରିବ।ଏହି ନିୟମ ମାନିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ଅତି ଛୋଟ ପିଲାଙ୍କ ପାଇଁ ତ୍ରିଫଳ ଆଦୌ ଠିକ ନୁହେଁ।ତେଣୁ ସେମାନଙ୍କ ପାଇଁ ଖାଲି ଅଁଳା ହିଁ ଯଥେଷ୍ଟ।ତେଣୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କେବଳ ଅଁଳା ଦେବା ଉଚିତ ଅଟେ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରିବା କିମ୍ବା କ୍ଷୀର କିମ୍ବା ଫ୍ରିଜରୁ ବାହାର କରି ଯେକୋୖଣସି ଜିନିଷ କଦାପି ଆଉ ଥରେ ଗରମ କରନ୍ତୁ ନାହିଁ।ଏହାକୁ ପ୍ରଥମେ ବାହାରେ ୪୦ କି ୪୫ ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ।ଏହା ସାଧାରଣ ତାପମାତ୍ରା ସହିତ ଗରମ ହେଇଗଲେ ଏହାକୁ ଖାଇନିଅନ୍ତୁ।ଏହା ଶରୀର ପାଇଁ ହିତକାରୀ ଅଟେ।
ଶୁଷ୍କ ଖାଦ୍ୟ ମଧ୍ୟ ଦେହ ପାଇଁ ବହୁତ ଉପକାରୀ ହୋଇଥାଏ।କାଜୁ ବାଦାମ ଇତ୍ୟାଦି ବହୁତ ଅନୁକୂଳ ଅଟେ ଦେହ ପାଇଁ।ହେଲେ ଆକ୍ରୋଟ ସବୁବେଳେ ଦରକାରୀ ନୁହେଁ।କାରଣ ସବୁବେଳେ ଥଣ୍ଡା ହେଉଥିବା ଲୋକଙ୍କ ପାଇଁ ଆକ୍ରୋଟ ଗୁରୁତ୍ୱପୂର୍ଣ୍ଣ ଅଟେ।
ତେଣୁ ନିଜ ଶରୀରର ଶକ୍ତିର କମି ହେଲେ କିମ୍ବା ଦେହ ଦରଜ ହେଲେ ଏସବୁ ଖାଦ୍ୟର ଉପଯୋଗୀତା ଦେହ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ଏଥି ସହିତ ଗୁରୁତ୍ୱପୂର୍ଣ୍ଣ ହେଉଛି ପାଣି।ଏହା ଆମର ଜୀବନ ଅଟେ।ଓ ଏହା ପାଚନ କ୍ରିୟାରେ ବିଶେଷ ସାହାଯ୍ୟ କରିଥାଏ।ତେଣୁ ବର୍ତ୍ତମାନ ବହୁତ ଲୋକ କିଣିକି ପାଣି ପିଉଛନ୍ତି।ହେଲେ ଏହା ଠାରୁ ନିଜ ଘରେ ହେଉଥିବା ଫୁଟା ପାଣି ୧୦୦ଗୁଣ ଗୁରୁତ୍ୱପୂର୍ଣ୍ଣ ଓ ହିତକାରୀ ଅଟେ।ତେଣୁ ଆମେ ଏହି ଫୁଟା ପାଣି ପିଇବା ବହୁତ ଜରୁରୀ ଓ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ।