September 11, 2024

Odia Express

Leading Odia News Portal of Odisha

ଜୀବନରେ ସଫଳ ହେବାପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଠୁ ଶିଖନ୍ତୁ ଏହି ୫ ଟି କଥା..

ଆପଣମାନେ ଏହାତ ନିଶ୍ଚିତ ଜାଣିଥିବେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅବତାର। ତାଙ୍କ ପାଖରେ ସବୁ ଗୁଣ ଥିଲା। ଦୁନିଆର ସବୁ କଳାର ଜ୍ଞାନ ତାଙ୍କୁ ଜଣାଥିଲା।ଯଦି କେହି ଶ୍ରୀକୃଷ୍ଣଙ୍କର ପୁରା ଜୀବନ ଅନୁସରଣ କରିବ ସେ ବହୁତ କିଛି ଶିଖିବାକୁ ପାଇବ। ଆଜି ଆମେ ଆପଣଙ୍କୁ ଶ୍ରୀକୃଷ୍ଣଙ୍କ ସହିତ ଜଡିତ ଏପରି ୫ ଟି କଥା କହିବୁ ଯାହାକୁ ଆପଣାଇ କେହିବି ନିଜ ଜୀବନରେ ସମସ୍ତ ସଫଳତା ପ୍ରାପ୍ତ କରିପାରିବ।ତେବେ ଆସନ୍ତୁ ଜାଣିବା କଣ ସେହି ୫ଟି ଗୁଣ ଯାହାକୁ ଆମକୁ ଆପଣାଇବା ଦରକାର।

୧. ଶାନ୍ତ ରହିବାର ସ୍ୱଭାବ: ଆମେ ସମସ୍ତେ ଜାଣିଛୁ ଭଗବାନ ଶ୍ରୀକୃଷ୍ଣ ଛୋଟ ବେଳୁ ବହୁତ ଦୁଷ୍ଟ ଥିଲେ। ଶ୍ରୀକୃଷ୍ଣ ବାଳକ ରୂପରେ ଥିଲେ କିନ୍ତୁ ତାଙ୍କୁ ସବୁ ଜଣାଥିଲା କି କଂସ ମାମୁଁ ତାଙ୍କୁ ମାରିବା ପାଇଁ ବାରମ୍ବାର ମାରିବାକୁ ଚେଷ୍ଟା କରୁଥିଲେ। ଏହା ପରେ ମଧ୍ୟ ସେ ଶାନ୍ତ ରହୁଥିଲେ ଓ ସମୟ ଆସିବା ଦ୍ଵାରା କଂସର ସମସ୍ତ ପ୍ରହାରର ଉତ୍ତର ଦେଉଥିଲେ।ଏଥିରୁ ଆମେ ଶିଖିବା ଉଚିତ କି ଆମକୁ ବି ସମସ୍ତ ପରିସ୍ଥିତିରେ ଶାନ୍ତ ରହିବା ଆବଶ୍ୟକ। ଶୀଘ୍ର କୌଣସି କାମ କରିବା ଉଚିତ ନୁହେଁ ଓ ଉଚିତ ସମୟ ଆସିବା ଦ୍ଵାରା ଉଚିତ ପ୍ରହାର କରିବା ଉଚିତ।

୨.କେବେ ହାର ନମାନିବା: ମହାଭାରତରେ ଭଗବାନ ଶ୍ରୀକୃଷ୍ଣ କେବେବି ହାର ନମାନିବାର ସନ୍ଦେଶ ଦେଇଥିଲେ।ମହାଭାରତରେ ପାଣ୍ଡଵ ମାନଙ୍କ ପାଇଁ ଅନେକ ହାରିବା ଭଳି ପରିସ୍ଥିତି ଆସିଲା କିନ୍ତୁ ଭଗବାନ ଶ୍ରୀକୃଷ୍ଣ ତାହାକୁ ପାଣ୍ଡବଙ୍କ ପକ୍ଷରେ କରିଦେଲେ। ଆମେ ଏହା ମଧ୍ୟ ଶ୍ରୀକୃଷ୍ଣ ଠୁ ଶିଖିବା କି ଆମକୁ କୌଣସି ବି ପରିସ୍ଥିତିରର ହାର ମାନିବା ଉଚିତ ନୁହେଁ ,ଫଳ ଯାହାବି ହେଉଛି ହେଉ।

୩. ବନ୍ଧୁତ୍ବ ପାଳନ: ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ୱ ତ ସାରା ସୃଷ୍ଟିରେ ପରିଚିତ । ସେମାନେ ଦୁହେଁ ଦୁହିଁଙ୍କୁ ଆଦର କରୁଥିଲେ ଯାହା ଥିଲା ମହାନ। ଶ୍ରୀକୃଷ୍ଣ ସର୍ବଦା ସୁଦାମା ଓ ଅର୍ଜୁନଙ୍କ ସହିତ ନ୍ୟାୟ କରିଥିଲେ। ଆମେ ଏହା ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଠୁ ଶିଖିପାରିବା କିପରି ବନ୍ଧୁତ୍ୱ ପାଳନ କରିବା।

୪. ସାଧାରଣ ଜୀବନ ବିତାଇବା: ଶ୍ରୀକୃଷ୍ଣ ଜଣେ ବଡ ଘରର ଛୁଆ ଥିଲେ। ସେ ନନ୍ଦ ରାଜାଙ୍କର ପିଲା ଥିଲେ କିନ୍ତୁ ତଥାପି ସେ ସାଧାରଣ ପିଲାଙ୍କ ପରି ବୁଲୁଥିଲେ। ସେ କେବେବି କାହା ସହ ଅନ୍ତର କରିନାହାନ୍ତି କି ନିଜ ବଡ଼ ପଣ ଦେଖାଇନାହାନ୍ତି।ଏବେ ଆମେ ଶ୍ରୀକୃଷ୍ଣ ଠୁ ଏହା ଶିଖିବା କି ଆମେ ଯେତେ ବଡ଼ ପଦର ଅଧିକାରୀ ହେଲେ ମଧ୍ୟ ଆମକୁ ଉଚିତ ବ୍ୟବହାର କରିବା ଉଚିତ।

୫.ବାପା, ମାଆଙ୍କୁ ଆଦର କରିବା: ଶ୍ରୀକୃଷ୍ଣଙ୍କୁ ମାତା ଦେବକୀ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କ ଲାଳନ ପାଳନ ନନ୍ଦରାଜା ଓ ଯଶୋଦା ମାତା କରିଥିଲେ। ସତ୍ୟତା ଜାଣି ମଧ୍ୟ ସେ ସମସ୍ତଙ୍କୁ ଆଦର ଓ ପ୍ରେମ କରୁଥିଲେ। ଏବେ ଆମେ ଏହା ମଧ୍ୟ ଶ୍ରୀକୃଷ୍ଣ ଠୁ ଶିଖିବା ଆବଶ୍ୟକ କି ଆମକୁ ନିଜ ବାପା ମା ଓ ଅନ୍ୟ ତାଙ୍କ ଭଳି ବ୍ୟକ୍ତିଙ୍କୁ ଆଦର ଏବଂ ସମ୍ମାନ କରିବା ଉଚିତ।

Leave a Reply

Your email address will not be published. Required fields are marked *