December 8, 2024

Odia Express

Leading Odia News Portal of Odisha

ତୁଳସୀ ଗଛ ଏହି କାରଣ ଯୋଗୁଁ ଶୁଖିଯାଇଥାଏ,ଏପରି ନିଅନ୍ତୁ ଗଛର ଯତ୍ନ କେବେ ଆପଣଙ୍କ ଗଛ ଆଉ ଶୁଖିବ ନାହିଁ..

ଯଦି ତୁଳସୀ ଗଛ ଶୁଖିଯାଉଛି ତେବେ ହେଇଯାଆନ୍ତୁ ସାବଧାନ।ହିନ୍ଦୁଧର୍ମରେ ତୁଳସୀ ଗଛକୁ ପବିତ୍ର ଗଛ କୁହାଯାଇଥାଏ।ପ୍ରତ୍ୟେକଙ୍କ ଘରେ ତୁଳସୀର ଗଛ ରହିଥାଏ।ଏହି ଗଛର ସମ୍ବନ୍ଧ ନବଗ୍ରହ ସହ ରହିଛି।ତେଣୁ ଯେଉଁମାନଙ୍କ ଘରେ ପ୍ରତ୍ୟହ ତୁଳସୀ ଗଛକୁ ପୂଜାକରାଯାଇଥାଏ,ସେହି ଘରେ ରହୁଥିବା ସମସ୍ତ ପରିବାରବର୍ଗ ନବଗ୍ରହ ଜନିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇଥାନ୍ତି।କିନ୍ତୁ ଆମର କୌଣସି ଭୁଲ ଯୋଗୁଁ ଏହି ଗଛ ଶୁଖିବାକୁ ଲାଗିଥାଏ ଏବଂ ଏହାର ପତ୍ର ଝଡ଼ିବାକୁ ଲାଗିଥାଏ।ତେଣୁ ଆଜି ଆମେ ଆପଣମାନଙ୍କୁ କହିବୁ ଯେ କେଉଁସବୁ କାରଣଯୋଗୁଁ ଏହି ଗଛ ଶୁଖିଯାଇଥାଏ ଏବଂ ଏହାର ପ୍ରତିକାର କଣ।

ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ତଥା ସମ୍ବେଦନଶୀଳ ଅଟେ।ଏଥିରେ ଅନେକ ପ୍ରକାର ଗୁଣ ମଧ୍ୟ ରହିଛି।ବିଜ୍ଞାନ ମଧ୍ୟ ଏହା ଗ୍ରହଣ କଲାଣି ଯେ ଏହି ବୃକ୍ଷରେ ଅନେକ ଚମତ୍କାରିତା ରହିଛି।ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।ହିନ୍ଦୁଶାସ୍ତ୍ର ଅନୁସାରେ ତୁଳସୀ ଗଛରେ ଦୈନିକ ଜଳ ପ୍ରଦାନ କଲେ ଦୈବୀ ଶକ୍ତି ମିଳିଥାଏ।ଏହା ସହ ସେହି ବ୍ୟକ୍ତିକୁ ବୈକୁଣ୍ଠପୁରରେ ରହିବାକୁ ସୁଯୋଗ ମିଳିଥାଏ।

ଏକ ମାନ୍ୟତା ଏହା ମଧ୍ୟ ରହିଛି ଯେ ଲୋକମାନଙ୍କର ଉଦ୍ଧାର ପାଇଁ ତୁଳସୀ ଗଛକୁ ଧରାପୃଷ୍ଠକୁ ପଠାଯାଇଥିଲା।ତୁଳସୀ ଗଛକୁ କେବଳ ଘରେ ଲଗେଇଦେଲେ ହେବନାହିଁ ଏହାର ଯତ୍ନନେବାର ମଧ୍ୟ ଆବଶ୍ୟକତା ରହିଛି।ତୁଳସୀ ଗଛକୁ ଘରେ ଲଗାଇବା ଦ୍ୱାରା ଘରେ ଏକ ସକାରାତ୍ମକ ଭାବନା ବିକଶିତ ହେଇଥାଏ।ଏହି ଗଛକୁ ଲଗେଇବାର କିଛି ନିୟମମାନ ମଧ୍ୟ ରହିଛି।ତେଣୁ ଏହି ସମସ୍ତ ନିୟମ ମାନିବାଦ୍ୱାରା ଏହି ଗଛ ଅନେକ ଉପାଦେୟ ସାବ୍ୟସ୍ତ ହେଇପାରିଥାଏ।ଏହି ନିୟମଗୁଡିକୁ ମାନିବାର ଆବଶ୍ୟକତା ରହିଛି।

ତୁଳସୀ ଗଛର ପତ୍ରକୁ ରବିବାର,ଏକାଦଶୀ,ସୂର୍ଯ୍ୟ ତଥା ଚନ୍ଦ୍ରଗ୍ରହଣ ଆଦିରେ ଛୁଇଁବାକଥା ନୁହେଁ।ଏହା ବ୍ୟତୀତ ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ରକୁ ଛିଣ୍ଡେଇବା କଥା ନୁହେଁ।ତୁଳସୀ ଗଛ ତଳେ ସର୍ବଦା ଏକ ଘିଅର ଦୀପ ଜଳେଇବାର ଆବଶ୍ୟକତା ରହିଛି।ପ୍ରତ୍ୟହ ତୁଳସୀ ମାଁ ଙ୍କର ଆଳତି କରିବା ଆବଶ୍ୟକ।ଶୀତଦିନେ ତୁଳସୀ ଗଛର ପତ୍ର ଶୀଘ୍ର ଶୁଖିଯାଏ ତେଣୁ ଏହା ତଳେ ଘିଅଦୀପ ଜାଳିବାଦ୍ୱାର ଏହା ଅଳ୍ପପରିମାଣର ଉଷ୍ମତା ପାଇଥାଏ।ଆପଣ କେବେ ମଧ୍ୟ ତୁଳସୀ ଗଛରେ ଥଣ୍ଡା ପାଣି ଢାଳିବା ଉଚିତ ନୁହେଁ।ଏହି ଗଛ ମୂଳରେ ଯଦି ଆପଣ କିଛି ଉଷୁମ ପାଣି ଦେବା କଥା।

ଯଦି ଆପଣମାନେ ପାଣି ସହ ଯଦି କିଛି କ୍ଷୀର ମିଶାଇ ଏହି ତୁଳସୀଗଛର ମୂଳରେ ଦେବେ ଏହା ଆପଣଙ୍କୁ ଏହା ଆହୁରି ଅନେକ ଉପାଦେୟ ସାବ୍ୟସ୍ତ ହେଇପାରିବ।ଏହାଦ୍ୱାରା ପତ୍ରରେ ଆର୍ଦ୍ରତା ରହିବ ଏବଂ ଏହା ଶୀତଦିନେ ମଧ୍ୟ ସବୁଜ ଦେଖାଯିବ।ବ୍ରହ୍ମପୁରାଣରେ ଲେଖାହେଇଛି ଯେ ତୁଳସୀ ଗଛ ସହ ଯଦି କୌଣସି ଅନାବନା ଗଛ ବଢୁଛି ତେବେ ଏହାକୁ ସଫା କରିବାଦ୍ୱାରା ଗଛର ବିକାଶ ମଧ୍ୟ ହେବ।ଶାସ୍ତ୍ରରେ ତୁଳସୀ ଗଛ ର ପତ୍ର ଶୁଖିଯିବାକୁ ଅଶୁଭ ବୋଲି କୁହାଯାଏ।ଜ୍ୟୋତିଷଶାସ୍ତ୍ର ଅନୁସାରେ ଏପରି ହେବାରୁ ଜଣାଯାଏ ସେହି ବ୍ୟକ୍ତିର ଗ୍ରହ ବର୍ତ୍ତମାନ ଖରାପ ଚାଲିଛି,ଏହାର ସଂକେତ ତୁଳସୀ ଗଛ ଦେଇଥାଏ।ତୁଳସୀ ମନ୍ୟୁଷ ମାନଙ୍କ ପାଇଁ ଆସୁଥିବା ଅସୁବିଧା ବିଷୟରେ ଆଗରୁ ପୂର୍ବାନୁମାନ କରିଦିଏ।

ଯେତେବେଳେ ଘରେ କୌଣସି ସମସ୍ୟା ଆସିବାର ଥାଏ ବା ଅନ୍ୟକୌଣସି ସଦସ୍ୟଙ୍କର ଜୀଵନରେ ଉତ୍ଥାନ ତଥା ପତନ ହେବାକୁ ଥାଏ ସେତେବେଳେ ତୁଳସୀ ମାତା ବହୁତ ଆଗରୁ ହିଁ ସଂକେତ ଦେଇ ସତର୍କ କରାଇଦିଅନ୍ତି।ତେଣୁ ଯେତେବେଳେ ତୁଳସୀ ଗଛ ଶୁଖିଯିବ ତେବେ ତାହାକୁ ପ୍ରବାହିତ ଜଳ ଅବା ନଦୀ ଆଦିରେ ଭସେଇଦେବେ।ତେଣୁ ଏହି ଗଛକୁ କେବେ ଶୁଖିବାକୁ ଦିଅନ୍ତୁନାହିଁ।ଏହାର ସର୍ବଦା ଯତ୍ନ ନିଅନ୍ତୁ।

Leave a Reply

Your email address will not be published. Required fields are marked *