December 8, 2024

Odia Express

Leading Odia News Portal of Odisha

ଶ୍ରୀକୃଷ୍ଣଙ୍କ ମତରେ ପୂଜନୀୟ ବୃକ୍ଷ – ଘର ପାଖେ ଯଦି ଏହି ଗଛ ରଖିବେ ତେବେ ଜୀବନରେ ସବୁବେଳେ ସଫଳ ହେବେ ଆପଣ..

ବୃକ୍ଷ ହେଉଛି ମାନବ ଜୀବନର ଅବିଛେଦ୍ୟ ଅଙ୍ଗ।ଏମାନେ ଗତିଶୀଳ ନହେଲେ ମଧ୍ୟ ଏମାନଙ୍କ ଜୀବନ ଅଛି ଓ ଏମାନେ ଶ୍ଵାସକ୍ରିୟା କରିବା ସହିତ ଅନୁଭବ କରିଥାନ୍ତି।ତେଣୁ ବୃକ୍ଷ ମାନଙ୍କ ସ୍ଥାନ ମନୁଷ୍ୟ ଜୀବନରେ ସର୍ବୋଚ୍ଚ ହୋଇଥାଏ।ଵୃକ୍ଷ ମାନଙ୍କୁ ପୃଥିବୀର ଫୁସଫୁସ ବୋଲି ଅଭିହିତ କରାଯାଇଥାଏ।ଶ୍ଵାସକ୍ରିୟାରେ ଆବଶ୍ୟକ ଅମ୍ଳଜାନ ସେମାନଙ୍କ ଦାନ ଅଟେ।ବୃକ୍ଷ ମାନେ ପୂଜନୀୟ ତଥା ଦେବତୁଲ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଈଶ୍ୱରଙ୍କ ବିରଚିତ ସୃଷ୍ଟିରେ ବୃକ୍ଷ ମାନଙ୍କ ସ୍ଥାନ ଅନନ୍ୟ ତଥା ସ୍ୱତନ୍ତ୍ର ଅଟେ।ବୃକ୍ଷ ବିନା ମାନବ ଜୀବନର ପରିକଳ୍ପନା ଅବିଶ୍ୱାସନୀୟ ତଥା ଅସମ୍ଭବ ଅଟେ।ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟରେ ବୃକ୍ଷର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ଅଟେ।ନିଜ ଖାଦ୍ୟ ବସ୍ତ୍ର ଓ ବାସଗୃହ ଆଦିର ମୂଳଉତ୍ସ ହେଉଛି ଵୃକ୍ଷ।କେତେକ ବୃକ୍ଷରେ ମଧ୍ୟ ଔଷଧୀୟ ଗୁଣ ପରିପୂର୍ଣ୍ଣ ହୋଇରହିଥାଏ।ଯାହାକି ମନୁଷ୍ୟକୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଥାଏ।ଓ ଔଷଧ ତିଆରିରେ ମଧ୍ୟ ଏହା ବ୍ୟବହାର ହୋଇଥାଏ।ଏ ସମଗ୍ର ପୃଥିବୀକୁ ସୁଜଳ ସୁଫଳ ଓ ଶସ୍ୟଶ୍ୟାମଳ କରିବାରେ ବୃକ୍ଷ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ।ଏମାନେ ସମଗ୍ର ବିଶ୍ୱକୁ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୃଷ୍ଟ କରିଥାନ୍ତି ତଥା ଦ୍ବିଗୁଣିତ କରିଥାନ୍ତି।

ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜେ ପରିପ୍ରକାଶ କରିଛନ୍ତି ଵୃକ୍ଷ ମାନେ ବହୁତ ଉପକାରୀ ତଥା ଲବନ୍ୟମୟୀ ହୋଇଥାନ୍ତି।ସେ ମଧ୍ୟ କେତେକ ବୃକ୍ଷର ପତ୍ରକୁ ନିଜ ମସ୍ତକରେ ଧାରଣ କରିଥାନ୍ତି।ପବିତ୍ର ଗୀତାରେ ସେ ଵୃକ୍ଷ ମାନଙ୍କ ମଧ୍ୟରେ ଅଶ୍ୱତ୍ଥ ବୋଲି ବ୍ୟକ୍ତ କରିଛନ୍ତି।କେତେକ ଵୃକ୍ଷକୁ ମଧ୍ୟ ସେ ନିଜର ଅଂଶ ବୋଲି କହିଛନ୍ତି।ନିମ୍ନରେ ସେହି ବୃକ୍ଷ ମାନଙ୍କ ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।

ତୁଳସୀ- ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୃଷ ଅଟେ।ଏହାର ମାହାତ୍ମ୍ୟ ଅବର୍ଣ୍ଣନୀୟ ତଥା ଅତୁଳନୀୟ ଅଟେ।ଏହା ହିନ୍ଦୁ ଧର୍ମର ପବିତ୍ର ଓ ପୂଜନୀୟ ବୃଷ ଅଟେ।ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ଏହା ବହୁତ ପ୍ରିୟ ଅଟେ।ଏହାର ଔଷଧୀୟ ଗୁଣ ପ୍ରଚୁର ଅଟେ।ପ୍ରତ୍ୟେକ ହିନ୍ଦୁ ବ୍ୟକ୍ତିଙ୍କ ଅଗଣାରେ ଏହା ଶୋଭା ପାଇଥାଏ।

ଅଶ୍ୱତ୍ଥ ବୃକ୍ଷ- ତୁଳସୀ ବୃକ୍ଷ ପରି ଭାରତରେ ଏହାର ମହତ୍ତ୍ୱ ଅବର୍ଣ୍ଣନୀୟ ଅଟେ।ବେଦ ପୁରାଣ ଉପନିଷଦ ଆଦିରେ ଏହାର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି।ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ ଏହାର ଉପାଦେୟତା ବର୍ଣ୍ଣନା କରିଛନ୍ତି।ଭାରତୀୟ ସଂସ୍କୃତିରେ ଅଶ୍ୱତ୍ଥ ବୃକ୍ଷ ଚାରିପଟେ କପଡା ବାନ୍ଧି ପରିକ୍ରମା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ।ଓ ଏହାର ପତ୍ରରେ ୩୩କୋଟି ଦେବତା ବାସ କରିଥାନ୍ତି।ଏହାର ମଧ୍ୟ ବହୁତ ଔଷଧୀୟ ଗୁଣ ରହିଛି।

ବର ବୃକ୍ଷ- ବୈଦିକ ଯୁଗରୁ ଏହାର ମହତ୍ତ୍ୱ ମଧ୍ୟ ପ୍ରତିପାଦିତ ହୋଇଆସିଛି।ଏହା ଘନ ଛାୟା ପ୍ରଦାନ କରିବା ସହିତ ବହୁତ ପୂଜନୀୟ ମଧ୍ୟ ହୋଇଥାଏ।ଜ୍ୟେଷ୍ଠ ମାସର ପୂର୍ଣ୍ଣିମାକୁ ବଟ ପୂର୍ଣ୍ଣିମା ବୋଲି ଅଭିହିତ କରାଯାଇଥାଏ।ନାରୀ ମାନେ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ଏହି ପୂର୍ଣ୍ଣିମା ଦିନ ବଟ ବୃକ୍ଷକୁ ପୂଜା କରିଥାନ୍ତି।

ଲୀମ୍ବ ବୃକ୍ଷ- ଏହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ।ଏହାର ପ୍ରଚୁର ଔଷଧୀୟ ଗୁଣ ଗରମ ଦିନରେ ହେଉଥିବା ରୋଗର ଉପଚାର ନିମନ୍ତେ ବ୍ୟବହାର କରାଯାଏ।ଏହା ଗରମ ଦିନରେ ଶୀତଳ ଛାୟା ପ୍ରଦାନ କରିଥାଏ।

ଆମ୍ବ ବୃକ୍ଷ- ହିନ୍ଦୁ ଧର୍ମରେ ଆମ୍ବର ମହତ୍ତ୍ୱ ଅତୁଳନୀୟ ଅଟେ।ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଏହାର ବ୍ୟବହାର କରାଯାଇଥାଏ।ଏହାର ଔଷଧୀୟ ଗୁଣ ମଧ୍ୟ ଅନେକ।ବିବାହ,ପୂଜା ଇତ୍ୟାଦିରେ ଆମ୍ବ ପତ୍ରର ବ୍ୟବହାର ବହୁତ ଶୁଭ ଅଟେ।

ନଡିଆ ବୃକ୍ଷ- ଏହାକୁ ଶ୍ରୀଫଳ ବୋଲି ମଧ୍ୟ କୁହାଯାଏ।ଏହାର କୌଣସି ଅଂଶ ଅନୁପଯୋଗୀ ନୁହେଁ।ବିଭିନ୍ନ ଶୁଭ କାର୍ଯ୍ୟରେ ଏହାର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ବିନା କୌଣସି ଶୁଭ କାର୍ଯ୍ୟର ପରିକଳ୍ପନା କରାଯାଇନଥାଏ।

କଦଳୀ ବୃକ୍ଷ- ଏହା ମଧ୍ୟ ବହୁତ ଉପକାରୀ ଅଟେ।ଏହାକୁ ମଧ୍ୟ ବିଭିନ୍ନ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ।ଏଥିରେ ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି।କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ବ୍ୟକ୍ତିର ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ।

ବେଲ ବୃକ୍ଷ- ଏହା ଭଗବାନ ଶିବଙ୍କର ବହୁତ ପ୍ରିୟ ଅଟେ।ଏହାର ପତ୍ର ଓ ଫଳରେ ବହୁତ ଔଷଧୀୟ ଗୁଣ ରହିଛି।

ଅଶୋକ ବୃକ୍ଷ- ଏହା ମଧ୍ୟ ଭଗବାନଙ୍କର ବହୁତ ପ୍ରିୟ ଅଟେ।ଏହାର ମଧ୍ୟ ବହୁତ ଔଷଧୀୟ ଗୁଣ ରହିଛି ଓ ଏହା ବହୁତ ଉପକାରୀ ମଧ୍ୟ ଅଟେ।

Leave a Reply

Your email address will not be published. Required fields are marked *