January 25, 2025

Odia Express

Leading Odia News Portal of Odisha

ଯଦି ଜୀବନରେ ଏମିତି ଘଟଣା ଘଟିଥାଏ ତେବେ ହୋଇଥାଏ ଶୁଭ, ଦୁର ହେବ ଆପଣଙ୍କ ଖରାପ ସମୟ…

ମଣିଷର ଜୀବନ ଅତ୍ୟନ୍ତ ଦୁର୍ଲଭ ବୋଲି ବିବେଚନା କରାଯାଏ କାରଣ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ | ଜଣେ ବ୍ୟକ୍ତି ତାର ଜୀବନରେ ଅନେକ ଭଲ ଏବଂ ଖରାପ ସମୟ ଦେଇ ଗତି କରେ | ଯେତେବେଳେ ଜଣେ ବ୍ୟକ୍ତିଙ୍କ ଜୀବନରେ ଖରାପ ସମୟ ଆସେ, ସେହି ବ୍ୟକ୍ତି ଭୟଭୀତ ହୋଇଯାଏ | ଏବଂ ସେ ବହୁତ ଚିନ୍ତିତ ହୋଇଯାଏ , କିନ୍ତୁ ଖରାପ ସମୟରେ ଭୟଭୀତ ହେବା ଉଚିତ୍ ନୁହେଁ, ଏବଂ ଖରାପ ସମୟ ବିରୁଦ୍ଧରେ ଦୃଢ ଭାବରେ ଲଢିବା ଉଚିତ୍ | ଯଦି ଜଣେ ବ୍ୟକ୍ତି ନିଜର ଖରାପ ସମୟର ସାମ୍ନା କରେ, ତେବେ ଖରାପ ସମୟର ସାମ୍ନା କରିଦିଏ ତେବେ ସେ  ଜୀବନରେ ବହୁତ ଖୁସି ପାଇଥାଏ | କାରଣ ଖରାପ ସମୟ ପରେ ଭଲ ସମୟ ଆସିଥାଏ ,ଏହି ଦୁନିଆଁରେ ଏମିତି କେଉଁ ବ୍ୟକ୍ତି ନଥିବ ଯାହାର ଜୀବନରେ କେବଳା ସୁଖ ହିଁ ଥିବ ,  ସୁଖ ଦୁଃଖ ହିଁ ସବୁ ବ୍ୟକ୍ତିର ଜୀବନର ନାଟିକା ଅଟେ ।

ଜ୍ୟୋତିଷ ଶାସ୍ତ୍ରରେ ଏହିପରି ଅନେକ ଜିନିଷ କୁହାଯାଇଛି, ଯାହା ଜଣେ ବ୍ୟକ୍ତିଙ୍କ ଜୀବନ ସହ ଜଡିତ ଅନେକ ଜିନିଷ ପ୍ରକାଶ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି ଅନେକ ଜିନିଷ କୁହାଯାଇଛି ଯାହା ଜଣେ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ୍ ମାଧ୍ୟମରେ ସେହି ବିଷୟରେ ଜଣାଇବୁ । ଆମେ ଏହିପରି କିଛି ସଙ୍କେତ ବିଷୟରେ ସୂଚନା ଦେବାକୁ ଯାଉଛୁ ଯଦି ଆପଣ ଏହି ସଙ୍କେତଗୁଡିକ ବୁଝିପାରନ୍ତି , ତେବେ ଆପଣଙ୍କର ସମୟ ଆରମ୍ଭ ହେବାକୁ ଯାଉଛି |

୧) ଯଦି ଆପଣଙ୍କୁ ଘରୁ ବାହାରିବା ସମୟରେ କେଉଁ ବ୍ୟକ୍ତି ଗୁଡ ସହ ନଜର ଆସିଥାଏ, ତେବେ ଏହା ବହୁତ ଶୁଭ ସଙ୍କେତ ହୋଇଥାଏ,  ଏହା ଆପଣଙ୍କ ଯେଉଁ କାର୍ଯ୍ୟ ପାଇଁ ବାହାରିଛନ୍ତି ତାହା ସଫଳତାର ସହ ସଂମ୍ପାଦନ ହୋଇପାରିବ ।

୨) ଯଦି ଆପଣ ସକାଳୁ ଉଠିକରି ଯଦି ନଜର କ୍ଷୀର ଉପରେ ପଡିଯାଏ , ତେବେ ଏହା ବହୁତ ହିଁ ଶୁଭ ସଙ୍କେତ ହୋଇଥାଏ,  ଏହା ଆପଣଙ୍କ ଦିନକୁ ମଙ୍ଗଳମୟ କରିଦିଏ ।

୩) ଯଦି ଆପଣ ଘରୁ ବାହାରୁଛନ୍ତି, ଓ ବାହାରିବା ସମୟରେ ଆପଣ ଯେଉଁ କପଡା ପିନ୍ଧିଛନ୍ତି ସେଥିରୁ କିଛି କପଡାର ଖଣ୍ତ ପାଇଯାଆନ୍ତି , ତେବେ ଏହା ବହୁତ ଶୁଭ ସଙ୍କେତ ହୋଇଥାଏ ।

୪) ଘରର ମହିଳାଙ୍କ ପାଖରେ ଚାବିର ପେନ୍ଥା ଥାଏ, ଓ ସେହି ପେନ୍ଥାରେ ବାରମ୍ବାର କଳଙ୍କି ଲାଗିଯାଏ , ତେବେ ଏହା ଶୁଭ ସଙ୍କେତ ହୋଇଥାଏ ।

୫) ଯଦି ଆପଣ ଘରୁ ବାହାରିବା ସମୟରେ ଆପଣ କେଉଁ ମନ୍ଦିରରେ ଆରତୀ କିମ୍ବା ଘଣ୍ଟି ଆବାଜ୍ ଶୁଣାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ ।

୬) ଯଦି ଆପଣଙ୍କ ପଡୋଶୀରେ କେଉଁ ମହିଳା ପୁଜାପାଠ କରୁଛନ୍ତି , ଓ ଯେବେ ଆପଣଙ୍କ ସକାଳୁ ନିଦ ଭାଙ୍ଗେ ଓ ତାଙ୍କ ଘରେ ଭଜନର୍ ଆବାଜ୍ ଶଙ୍ଖର ଆବାଜ୍ ଆରତୀର ଆବାଜ୍ ଶୁଣାଯାଏ , ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ଜଣାଯାଏ , ଏଥିରେ ଆପଣଙ୍କ ଉପରେ କୌଣସି ବିପ୍ପତି ଆସିନଥାଏ ।

୭) ଯଦି ଆପଣ ଘରୁ ବାହାରିବା ସମୟରେ କେଉଁ ବିବାହିତ ମହିଳାଙ୍କୁ ଦେଖିଦିଅନ୍ତି, ତେବେ ଏହା ଶୁଭ ସଙ୍କେତ ହୋଇଥାଏ, ଓ ସେ ଯଦି ନୁଆ ବସ୍ତ୍ରରେ ଦେଖାଯାଏ , ତେବେ ଏହା ଅଧିକ ଶୁଭ ବୋଲି ବିବେଚନା କରାଯାଏ ।

୮) ଯଦି ଆପଣ ଘରୁ ବାହାରିବା ସମୟରେ ଆପଣଙ୍କ ପକେଟରୁ କେଉଁ ପଇସା ଗଳିପଡେ ତେବେ ଏହା ଶୁଭ ବୋଲି ଜଣାଯାଏ ,

୯) ଯଦି ଆପଣଙ୍କ ଘରୁ ବାହାରିବା ସମୟରେ ଫଳ ବିକୁଥିବା ବ୍ୟକ୍ତି ଦେଖାଯାଏ , ତେବେ ଏହା ବହୁତ ଶୁଭ ସଙ୍କେତ ହୋଇଥାଏ, ଯଦି ଆପଣ କେଉଁ ବ୍ୟକ୍ତିକୁ ଫଳ ନେଉଥିବାର ଦେଖିବେ ତେବେ ବି ଏହା ଶୁଭ ସଙ୍କେତ ହୋଇଥାଏ, ଯଦି ଆପଣଙ୍କୁ ଫଳରେ ଲଦା ହୋଇଥିବା ଗାଡି ନଜର ଆସେ ତେବେ ଏହା ଶୁଭ ସଙ୍କେତ ହୋଇଥାଏ ।

୧୦) ଯଦି ଆପଣ ଘରୁ ବାହାରିଛନ୍ତି ତୁରନ୍ତ ବର୍ଷା ହୋଇଗଲା ଓ ଆପଣ ଓଦା ହୋଇଗଲେ ତେବେ ଏହା ଶୁଭ ସଙ୍କେତ ହୋଇଥାଏ , ଯଦି ଆପଣ କେବେ ଘରୁ ବାହାରିବା ସମୟରେ କିଛି ଭୁଲ୍ ସଙ୍କେତ ପାଇଲେ ତେବେ ତୁରନ୍ତ ଘରୁ ଫେରି ଆସିବା ଉଚିତ୍ , ଓ କିଛି ସମୟ ପରେ ଭଗବାନ ଓ ମା ବାପାଙ୍କ ଓ ଭାଇ ଭଉଣୀଙ୍କ ଆଶିର୍ବାଦ ନେଇକରି ବାହାରିପାରିବେ , ଯଦି କିଛି ଶୁଭ କାର୍ଯ୍ୟ କରିବାକୁ ଯାଊଛନ୍ତି କିମ୍ବା କେଉଁ ଯାତ୍ରାରେ ଯାଉଛନ୍ତି , ତେବେ ପ୍ରଥମେ ବୟସ୍କ ଲୋକଙ୍କ ଆଶିର୍ବାଦ ଓ ଆଜ୍ଞା ପାଇ ଘରୁବାହାରିବା ଉଚିତ୍ , ଯଦି ଆପଣ କାହାକୁ ନ ପଚାରି କିମ୍ବା ଆଶିର୍ବାଦ ନନେଇ ବାହାରୁଛନ୍ତି ତେବେ ଏହାର କୌଣସି ମହତ୍ତ୍ୱ ରହିବ ନାହିଁ

Leave a Reply

Your email address will not be published. Required fields are marked *