December 1, 2024

Odia Express

Leading Odia News Portal of Odisha

ବିଛା କାମୁଡା କଷ୍ଟ ରୁ ଉଦ୍ଧାର ପାଇବା ର ଉପଚାର – ଏହି ଉପାୟ ଜାଣିରଖନ୍ତୁ – କେବେ ମଧ୍ୟ କାମରେ ଆସିପାରେ..

ବିଛା ଏମିତି ଏକ ବିଷାକ୍ତ ଜୀବ ଯିଏ କାମୁଡ଼ିଲେ ଆମକୁ ବହୁତ ଅସୁବିଧାର ସାମନା ହବାକୁ ପଡିଥାଏ।ଯେଉଁ ଲୋକଙ୍କୁ ବିଛା କାମୁଡ଼ିଚି ସେ ଜାଣିଚି ଏହାର କଷ୍ଟ।ବିଛା କାମୁଡ଼ିଲେ ଆମକୁ ଡରିବାର କାରଣ କିଛି ନାହିଁ।ଏପରି କିଛି ଉପଚାର ଦ୍ୱାରା ଆପଣଙ୍କ କଷ୍ଟ ଦୂର ହୋଇପାରିବ।

୧: ଫିଟିକିରି– ଫିଟିକିରି କୁ ଘସି ଯେଉଁଠି ବିଛା କାମୁଡ଼ିଥାଏ ସେହି ଜାଗାରେ ଏହାର ଲେପ ଦେଲେ ଏହା ସେହି ଜାଗା କୁ ଶୀତଳ କରିଦେଇଥାଏ।ବିଛାର ବିଷ କମିଯାଇଥାଏ।

୨:ଦିଆସିଲି କାଠି ର ବାରୁଦ– ଦିଆସିଲି କାଠିର ବାରୁଦ କୁ କାଢି ଏହାକୁ ପାଣିରେ ମିଶାଇ ପେଷ୍ଟ ବନାଇ ବିଛା କାମୁଡିଥିବା ଜାଗାରେ ଲଗାଇଲେ ଏହାଦ୍ୱାରା ବିଛାର ବିଷ କମ ହୋଇଥାଏ।

୩:ଆଳୁ– ଆଳୁ କୁ ବାଟି ଏହାକୁ ଲଗାଇଲେ ଏହା ବିଛା ର ବିଷ କାଢ଼ିଦେଇଥାଏ।

୪:ଚୀରଚିରା ଗଛ– ଏହି ଗଛ ର ଚେର କୁ ଯଦି ବାଟି ବିଛା କାମୁଡିଥିବା ଜାଗାରେ ଲଗାଇଲେ ବିଷ କମ ହେଇଯାଇଥାଏ।

ବିଛା ସବୁ ଜାଗାରେ ରହିଥାଏ। ଏହା କାହାକୁ ବି କାମୁଡ଼ିଦେଇଥାଏ ସେ ମଣିଷ ହୋଉ କି ଜୀବ ଜନ୍ତୁ।ଯେତେବେଳେ ବିଛା କାମୁଡି ଥାଏ ଆମେ ବିଭିନ୍ନ ଉପଚାର ବିଷୟରେ ଭାବିଥାନ୍ତି ଓ କରିଥାନ୍ତି ତଥାପି କମିନଥାଏ।ପୁରା ବିଶ୍ୱ ରେ ବିଛା ସଂଖ୍ୟା ୨୦୦୦ ରୁ ଅଧିକ ଦେଖିବାକୁ ମିଳିଥାଏ।ସବୁଠୁ ଅଧିକ ଏହା କେରଳ ରେ ଦେଖାଯାଏ।କିନ୍ତୁ ଭାରତ ରେ ଏହାର ସଂଖ୍ୟା କମ ଦେଖାଯାଏ ପୁରା ବିଶ୍ୱ ତୁଳନା ରେ।ବିଛା କାମୁଡ଼ିଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଓ କିଛି କିଛି ଲୋକଙ୍କର ମୃତ୍ୟୁ ବି ହୋଇଯାଇଥାଏ।

ବିଛା କେବେ କାମୁଡି ନଥାଏ ବିଛା ବିନ୍ଧି ଦେଇଥାଏ,ଦଂସି ଦେଇଥାଏ।ଏମାନଙ୍କ ଦଂଶନ ଏତେ ବିଷାକ୍ତ ହେଇଥାଏ ଯେ ସାଙ୍ଗେ ସାଙ୍ଗେ ସେହି ଜାଗା ଶୂନ୍ୟ କରିଦେଇଥାଏ ଓ ସେହି ଜାଗାରେ ବହୁତ ପୀଡା ଅନୁଭବ ହେଇଥାଏ।ଏହି ପୀଡା ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ।ସାପ ଭଳି ଏମାନେ ମଧ୍ୟ ବହୁତ ବିଷାକ୍ତ ଜୀବ ହେଇଥାନ୍ତି।ବିଛା ଯେଉଁ ଜାଗାକୁ ଦଂଶନ କରିଥାଏ ସେହି ଜାଗାରେ ବହୁତ ଜଳନ ଓ ପୀଡା ହୋଇଥାଏ।ଏହାଫଳରେ ଆମକୁ ଜ୍ୱର ବି ହେଇଥାଏ।ଏହି କଷ୍ଟ ୧୨ ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ।ବିଛା କାମୁଡିବା ପରେ ଯଦି ଆପଣ ଔଷଧ ଖାଉଛନ୍ତି ଏହା ୧ ଘଣ୍ଟା ପର୍ଯ୍ୟନ୍ତ ଆରାମ ଦେଇଥାଏ ଓ ପୁଣି ଥରେ କଷ୍ଟ ଅନୁଭବ ହୋଇଥାଏ।

ସାପ ଭଳି ବହୁତ ବାର ଲୋକଙ୍କୁ ବିଛା କାମୁଡ଼ିଦେଇଥାଏ।ଏହି ଜୀବ କୁ ପୁରା ଦୁନିଆ ଡରିଥାଏ। ଲାଲ ବିଛା କାମୁଡ଼ିଲେ ମରିବାର ସମ୍ଭାବନା ଅଧିକ ରହିଥାଏ।କିଛି ଲୋକ ଏହାକୁ ହାତରେ ନେଇଥାନ୍ତି।ବର୍ଷାଦିନେ ଏହି ଜୀବ ର ମାତ୍ରା ଅଧିକ ଦେଖାଯାଏ।କୌଣସି ବିଛା ଜୀବନରେ ଥରେ ମା ହୋଇଥାଏ ଓ ସେହି ବିଛା ଯେତେବେଳେ ତା ପିଲା ଜନ୍ମ ଦେଇଥାଏ ସେମାନଙ୍କୁ ନିଜ ପିଠି ଉପରେ ଚଢେଇ ଦେଇଥାଏ।ସେହି ପିଲାମାନେ ମାଆ ର ମାଂସ ଖାଇ ବଡ ହେଇଥାନ୍ତି ଓ ଖାଇ ଖାଇ ଏମିତି ଏକ ସମୟ ଆସେ ମାଆ ବିଛା ମରିଯାଏ।

କଳା ବିଛା ଲାଲ ବିଛା ଭଳି ବିଷାକ୍ତ ହେଇନଥାଏ।ଏହା କାମୁଡ଼ିଲେ ଲୋକ ମରିନଥାଏ କିନ୍ତୁ ବହୁତ କଷ୍ଟ ସହିଥାଏ।ବହୁତ ଲୋକ ବିଛା କାମୁଡ଼ିଲେ ଝଡା ଫୁଙ୍କା କରିଥାନ୍ତି ଏହା ନକରି କିଛି ଉପଚାର କଲେ ଲୋକଟି ଶୀଘ୍ର ଭଲ ଓ କଷ୍ଟ ମୁକ୍ତ ହେଇଥାଏ।ଘରୋଇ ଉପଚାର କରିବା ଉଚିତ।ଲାଲ ବିଛା କାମୁଡ଼ିଲେ ଲୋକ ମରିଯାଇଥାନ୍ତି।

Leave a Reply

Your email address will not be published. Required fields are marked *