February 6, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଭାରତରେ ଅବସ୍ଥିତ ଥିବା କେତେକ ଚୋର ବଜାର ବିଷୟରେ – ଭୁଲ ରେ ମଧ୍ୟ ଏଠାକୁ ଯିବେ ନାହିଁ ନଚେତ…

ସାଙ୍ଗମାନେ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆପଣ ଚୋର ବଜାର ନାମତ ନିଶ୍ଚିନ୍ତ ଶୁଣିଥିବେ।ଆପଣ ଯାଇଁ ସେଠାରେ କିଣା କିଣି ବି କରୁଥିବେ କଣ ଆପଣ ଜାଣିଛନ୍ତିକି ଚୋର ବଜାରରେ ମିଳୁଥିବା ସବୁ ଜିନିଷ ଆସିଥାଏ କେଉଁଠୁ କଣ ସେ ସବୁ ଚୋରିର ଜିନିଷ ଆଜି ଆମେ ଏଠି ଆପଣଙ୍କୁ ଜଣାଇବୁ ଓ ତାସହିତ ଭାରତର କେଉଁ କେଉଁ ଜାଗାରେ ଏସବୁ ଜିନିଷ ଅଛି ଆମେ ସେ ସବୁ ବିଷୟରେ ଜାଣିବା।ଆପଣ ବିଶ୍ଵାସ କରିବେନି ସେଠାରେ ସବୁ ପ୍ରକାର ଜିନିଷ ମିଳେ ତା ସହିତ ଆପଣ ଭାବୁଥିବେ ଏହାକୁ କିଣିବା କଣ ଠିକ ହେବ ଓ ଏ ଜିନିଷ କିଣିବା କଣ ସୁରକ୍ଷିତ ଅଟେକି।

ଆମେ ଆପଣଙ୍କୁ ସର୍ବପ୍ରଥମେ କହିଦେବୁ ଯଦି ଆପଣ ଚୋର ବଜାର ଯାଉଛନ୍ତିତ କେବେ ଏକଲା ଯିବେନି ୫-୧୦ ଜଣ ଗ୍ରୁପରେ ଯିବେ।ଚୋର ବଜାର ଅଧିକାଂଶ ଜିନିଷ ଚୋରିର ହୋଇନଥାଏ।ଏଥିରେ କେବଳ ୫୦% ଚୋରିର ଓ ୫୦% ବ୍ୟବହୃତ ହୋଇଥାଏ।ସେଥିପାଇଁ ଏ ଜିନିଷର କିଛି ଭରସା ନଥାଏ।ସାଧାରଣତଃ ଅଧିକାଂଶ ଜିନିଷ ବଡ଼ ବଡ଼ ସପିଂମଲ ଆଦିରୁ ଆସିଥାଏ ଯେଉଁ ଜିନିଷ ୨-୩ ବର୍ଷ ପୁରୁଣା ହୋଇଯାଏ ତାକୁ କିଣନ୍ତି ନାହିଁ ସେଗୁଡିକ ଏହିଠାକୁ ପଳେଇ ଆସେ।

ଆସନ୍ତୁ ଜାଣିବା ଭାରତରେ କେଉଁ କେଉଁ ସ୍ଥାନରେ ଅଛି ଏ ଚୋର ବଜାର।ପ୍ରଥମେ ଆସିବ ମୁମ୍ବାଇ ଚୋର ବଜାର ଏହା ଦକ୍ଷିଣ ମୁମ୍ବାଇ ମହମ୍ମଦ ଅଲି ରାସ୍ତା ପାଖରେ ଅଛି।ଏହାର ନାଁ ପ୍ରଥମେ ସୋର ବଜାର ଥିଲା ଇଂରେଜ ମାନଙ୍କ ଭୁଲ ଉଚ୍ଚାରଣ ଫଳରେ ଏହାର ନାମ ଏମିତି ହୋଇଛି।ଏଠାରେ ବିଭିନ୍ନ ପ୍ରକାରର ବ୍ୟବହାର କରାଯାଇଥିବା କପଡାଲ,ମୋବାଇଲ, ଗାଡି ଏହି ଭଳି ବିଭିନ୍ନ ପ୍ରକାର ଜିନିଷ ମିଳିଥାଏ।ଦ୍ଵିତୀୟରେ ଆସିବ ଦିଲ୍ଲୀର ଚୋର ବଜାର।ଏହା ଜାମା ମସଜିଦ ପାଖରେ ଲାଗେ।ଏହାକୁ କବାଡ଼ି ବଜାର ବୋଲି କୁହାଯାଏ।ଏହା କେବଳ ରବିବାର ଦିନ ଖୋଲେ।

ତୃତୀୟରେ ଆସିବ ସୋତି ଗଞ୍ଜ ମିରଠ,ୟୁପି ଏଠାରେ ଚୋରି ଗାଡି ଓ ସ୍ପେୟାର ପାର୍ଟ ଅଧିକ ପରିମାଣରେ ମିଳେ।ଏଠି ସବୁ ଗାଡିର ଅଟୋ ପାର୍ଟ ମିଳିଯିବ,ଏହି ଚୋର ବଜାର ସକାଳ ୯ରୁ ଧରି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିଥାଏ।ଆପଣଙ୍କୁ ଏଠି କିଣିବାକୁ ହେଲେ ଠିକ ବ୍ୟବସାୟୀ ମିଳିବା ଦରକାର।

ଚାରିରେ ଆସିବ ଚିକପେଟେ,ବେଙ୍ଗାଲୁରୁ ଏହା ବହୁତ କମ ପ୍ରସିଦ୍ଧ ଅଟେ।ଏହି ଚୋର ବଜାର ରବିବାର ଦିନ ଲାଗିଥାଏ।ଏଠାରେ ସବୁ ପ୍ରକାର ଜିନିଷ ମିଳେ।

ପାଞ୍ଚ ନମ୍ବରରେ ଆସିବ ପୁଦ୍ଦୁପେଦାଇ,ଚେନ୍ନାଇ ସେଣ୍ଟ୍ରାଲ ଚେନ୍ନାଇ ରେ ଥିବା ଅଟୋନଗରରେ ପୁରୁଣା ଓ ଚୋରିର କାରଗୁଡିକୁ ମୋଡିଫାଇ କରାଯାଇଥାଏ।ଏଠାରେ ହଜାର ସଂଖ୍ୟାରେ ଦୋକାନ ଅଛି।ଏ ଚୋର ବଜାର ଚୋରି ଗାଡିକୁ ବଦଳେଇବାର ସବୁଠୁ ଶସ୍ତା ଉପାୟ ଅଟେ।ଏଠାରେ ବହୁତ ଥର ପୋଲିସ ଆସିସାରିଛି କିନ୍ତୁ ଏହା କେବେବି ବନ୍ଦ ହୋଇନଥାଏ।ଏହା ସକାଳ ୧୦ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲିଥାଏ।ଏ ସବୁ ଚୋର ବଜାର ପୋଲିସର ଦେଖାଶୁଣାରେ ରହିଥାଏ ତଥାପି ଆପଣଙ୍କୁ ବହୁତ ସାବଧାନ ରହିବାକୁ ପଡିଥାଏ।ଆପଣ ମନୀ ପ୍ରସ,ମୋବାଇଲ ଆଦିକୁ ଆଗ ପକେଟରେ ରଖିବେ ଓ ଭଲ ହବ ଯଦି ଆପଣ ମୋବାଇଲ ନେଇକି ନଯିବେ।ସାଙ୍ଗରେ ଅଳ୍ପ ଟଙ୍କା ନେବେ ଓ ବ୍ୟାଗକୁ ଆଗରେ ଟଙ୍ଗେଇ ଯିବେ।

Leave a Reply

Your email address will not be published. Required fields are marked *