September 12, 2024

Odia Express

Leading Odia News Portal of Odisha

ଶ୍ରୀ କୃଷ୍ଣ କହିଛନ୍ତି କି ପ୍ରତିଦିନ ସକାଳୁ ଏହି ୩ ଟି କାମ କରିବା ଦ୍ୱାରା ଦାରିଦ୍ର୍ୟ ଦୂର ହୋଇଯାଇଥାଏ….

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ୩ ଟି ମନ୍ତ୍ର ବିଷୟରେ କହିବୁ ଯାହାକୁ ମଣିଷ ସକାଳୁ ଉଠିବା ସମୟରେ ,ଭଗବାନଙ୍କ ପୂଜା କରିବା ସମୟରେ ଏବଂ ସ୍ନାନ କରିବା ସମୟରେ ଉଚ୍ଚାରଣ କରିବା ଉଚିତ।ଏହି ମନ୍ତ୍ର ଗୁଡ଼ିକର ଉଚ୍ଚାରଣ କରିବା ଦ୍ଵାରା ସେମାନଙ୍କ ଜୀବନ ସକାରାତ୍ମକରେ ଭାରି ଯାଇଥାଏ ।ସେମାନଙ୍କ ଜୀବନରୁ ଦୁଃଖ ଦାରିଦ୍ର୍ୟ ଦୂର ହୋଇଯାଇଥାଏ ଏବଂ ଏହା ସହିତ ମଧ୍ୟ ନିରାଶା ସମାପ୍ତ ହୋଇଯାଇଥାଏ। ଶାସ୍ତ୍ରରେ ଏହା କୁହାଯାଇଛି କି ଆମର ଶରୀର ସମସ୍ତ ଧର୍ମକୁ ପାଳନ କରିବାର ଏକ ସାଧନ ଅଟେ।ଏଥିପାଇଁ ଯଦି ଆମର ଶରୀର ସୁସ୍ଥ ରହିବ ତାହେଲେ ଆମେ ସମସ୍ତ କର୍ତ୍ତବ୍ୟ ଏବଂ ଧର୍ମକୁ ଠିକ୍ ଭାବରେ ପାଳନ କରି ପାରିବା । ସେଥିପାଇଁ ଆମ ଶାସ୍ତ୍ରରେ ସକାଳରେ ଜଲ୍ଦୀ ଉଠିବାକୁ ବଳ ଦିଆଯାଇଛି।କିନ୍ତୁ ଆଜିକାଲି ମଣିଷ ମାନଙ୍କ ଦିନଚର୍ଯ୍ୟା ବହୁତ ବିଚିତ୍ର ହୋଇଯାଇଛି।

ଆଜିକାଲି ମଣିଷ ର ଶୋଇବା ଏବଂ ଉଠିବାର କୌଣସି ଏକ ନିଶ୍ଚିନ୍ତ ସମୟ ନାହିଁ । ସେମାନେ ମଧ୍ୟ ଏହା ଉପରେ ଧ୍ୟାନ ଦିଅନ୍ତି ନାହିଁ କି ସକାଳୁ ଉଠି ସେମାନଙ୍କୁ କି କାମ କରିବାକୁ ହେବ ଯାହା ଦ୍ୱାରା ସେମାନଙ୍କ ଦିନ ର ଆରମ୍ଭ ଶୁଭ ହେବା ସହିତ ସମ୍ପୂର୍ଣ୍ଣ ଦିନଟି ଶୁଭମୟ ହେଉ।

ବନ୍ଧୁଗଣ ଆମେ ପୁରା ଦିନ ଆମେ କିପରି ବ୍ୟତୀତ କରିଥାଉ ଏହା ଆମ ଉପରେ ହିଁ ନିର୍ଭର କରିଥାଏ।ଆମର ଆରମ୍ଭ ଯେତେ ଶୁଭ ହୋଇଥାଏ ଆମର ସଂପୂର୍ଣ୍ଣ ଦିନଟି ସେହିପରି ମଙ୍ଗଳ ହୋଇଥାଏ । ତେବେ ଆସନ୍ତୁ ଆଜି ଜାଣିବା ସେହି ୩ ଟି କାମ କଣ ଯାହାକୁ ସକାଳୁ ଉଠି ଆମକୁ କରିବା ଉଚିତ୍ ଏବଂ ଏହା ସହିତ ଏହା ମଧ୍ୟ ଜାଣିବା କି କେଉଁ ମନ୍ତ୍ର କୁ ସକାଳେ ଉଚ୍ଚାରଣ କରିବା ଉଚିତ୍ ।

ଆମର ହିନ୍ଦୁ ସମାଜରେ ବ୍ରହ୍ମ ମୁହୂର୍ତ୍ତ ରେ ଉଠି ନିଜର ଦିନକୁ ଆରମ୍ଭ କରିବା ହିଁ ସର୍ବ ଶ୍ରେଷ୍ଠ ବୋଲି ମାନି ନିଆଯାଇଛି । ଯଦି ଆପଣ ସକାଳୁ ଶୀଘ୍ର ଉଠି ପରୁନାହାନ୍ତି ତାହେଲେ ଆପଣ ରାତି ରେ ଜଲ୍ଦୀ ଶୋଇବାକୁ ପ୍ରୟାସ କରନ୍ତୁ । ପ୍ରତିଦିନ ସକାଳୁ ଉଠି ନିଜର ଦୁଇ ହାତକୁ ଯୋଡ଼ି ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ ” କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟ ସରସ୍ଵତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ୍ “। ଏହାର ଅର୍ଥ ହେଉଛି ହାତ ର ଅଗ୍ର ଭାଗରେ ମାତା ଲକ୍ଷ୍ମୀ ଗତ ର ମଧ୍ୟ ଭାଗରେ ମାତା ସରସ୍ଵତୀ ହାତ ର ମୂଳ ରେ ନାରାୟଣ ବାସ କରିଥାନ୍ତି ସେଥିପାଇଁ ଯଦି ଆପଣ ପ୍ରତିଦିନ ସକାଳୁ ଉଠି ନିଜର ହାତକୁ ଦର୍ଶନ କରିବେ ତାହେଲେ ଆପଣଙ୍କ ଦିନ ଶୁଭ ମୟ ହେବା ସହିତ ଆପଣଙ୍କ ଜୀବନରୁ ଦାରିଦ୍ର୍ୟ ,ଦୁଃଖ ସବୁ ଦୂରେଇ ଯିବ । ଏହା ପରେ ଧରିତ୍ରୀ ମାତାକୁ ପ୍ରଣାମ କରି ତାଙ୍କୁ କ୍ଷମା ପ୍ରାର୍ଥନା କରି ତାଙ୍କ ଉପରେ ପାଦ ରଖନ୍ତୁ ।

ସକାଳୁ ଉଠି ଅଯଥା ସମୟ ନଷ୍ଟ ନ କରି ନିତ୍ୟ କାମ କୁ ଶେଷ କରି ଦିଅନ୍ତୁ ଏବଂ ଗାଧୋଇବା ବେଳେ ଗଙ୍ଗା , ଯମୁନା , ସରସ୍ଵତୀ ନଦୀ ମାନଙ୍କର ନାମକୁ ଉଚ୍ଚାରଣ କରି ସ୍ନାନ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଶରୀର ସହ ଆପଣଙ୍କ ମନ ମଧ୍ୟ ପବିତ୍ର ହୋଇଯିବ । ସକାଳୁ ଉଠି ତମ୍ବା ପାତ୍ରରୁ ସୂର୍ଯ୍ୟ ନାରାୟଣଙ୍କୁ ଜଳ ଅର୍ପଣ କରିବା ବହୁତ୍ ଶୁଭ ହୋଇଥାଏ । ସକାଳୁ ଉଠି ସ୍ନାନ କରିବା ପରେ ସମସ୍ତ ଗୁରୁଜନଙ୍କ ପାଦ ସ୍ପର୍ଶ କରିବା ଦ୍ୱାରା ସମସ୍ତ ପ୍ରକାରର ଦାରିଦ୍ର୍ୟ ,ଦୁଃଖ ,ନିରାଶା ଆଦି ଦୂର ହୋଇଯିବା ସହିତ ଆପଣଙ୍କ ମନ ଦିନସାରା ପ୍ରସନ୍ନ ରହିବ ।

Leave a Reply

Your email address will not be published. Required fields are marked *