କୃଷ୍ଣ ବାଣୀ।ଯେତେବେଳେ ଚେଷ୍ଟା କଲାପରେ ମଧ୍ୟ ସଫଳତା ମିଳିନଥାଏ ତେବେ ନିଶ୍ଚୟ ଏହି କଥା ଶୁଣି ନିୟନ୍ତୁ..
ଜୀବନରେ ଆମେ ବହୁତ ଲୋକଙ୍କୁଭେଟିଥାଉ।ଆପଣ ଏମିତି ଲୋକଙ୍କୁ ଭେଟିଥିବେ ଯିଏ ଜୀବନକୁ ଅସଫଳ ମାନିନେଲା।ସେ ଏହା ସ୍ୱୀକାର କରିସାରିଛି ଯେ ଜୀବନରେ ତା ଦ୍ୱାରା କୌଣସି କାମ ହେଇପାରିବ ନାହିଁ।ସେ କିଛି କରିପାରିବେନି।କୋୖଣସି କାର୍ଯ୍ୟ କୁ ସେ ଯୋଗ୍ୟ ନୁହନ୍ତି।କିନ୍ତୁ ଏହା ହେଇନଥାଏ।ଏହି ସଂସାରରେ ଏମିତି କିଛି ବି ନାହିଁ ଯାହା ଯୋଗ୍ୟ ନୁହଁ।କୌଣସି ଏପରି ମନ୍ତ୍ର ନାହିଁ ଯାହା ଭାବ ନୁହଁ।କୌଣସି ଏପରି ଜାଡ଼ିବୁଟି ନାହିଁ ଯାହା ଔଷଧ ନୁହଁ।ଏପରି କୌଣସି ବିଷ ନାହିଁ ଯାହା ସମୟ ଆସିଲେ ଅମୃତ ହେଇନଥାଏ।ଏହି ପ୍ରକାର କୌଣସି ବ୍ୟକ୍ତି ଅଯୋଗ୍ୟ ହେଇନଥାଏ।ତାକୁ ଅଯୋଗ୍ୟ ବନେଇଥାଏ ତାର ବିଚାର।ସେଥିପାଇଁ ନିଜକୁ ଜାଣନ୍ତୁ।ଜାଣିପାରିବେ ଯେ ଆପଣ କଣ।ନିଜର ଅନ୍ତର ମନକୁ ଜଗାନ୍ତୁ।ଆପଣ ଦେଖିବେ ଯେ ଯେଉଁ ସଂସାର ର ନିଅ ତିଆରି ହେଇଚି ଆଶାରେ ସେହି ସଂସାର ରେ ନିରାଶ, ହତାଶ ଆଉ ହାର ଭଳି ଭାବ କୌଣସି ଅସ୍ତିତ୍ବ ରଖିନଥାଏ।
ଆମେ ମଣିଷ ସାଙ୍ଗ ହେଇ ରହିଥାଉ।ଆନନ୍ଦ, ପୀଡା ମିଲିମିଶିକରି ବାଣ୍ଟିଥାଉ।ସମୟ ପଡିଲେ ସହାୟତା କରିଥାଉ।କିନ୍ତୁ କଣ ସବୁବେଳେ ସହାୟତା ନେବା ଉଚିତ କି?? ସମସ୍ତେ କୁହନ୍ତି ବିଲକୁଲ ଉଚିତ।ମନୁଷ୍ୟ ଜଣେ ମନୁଷ୍ୟ ର କାମ ରେ ଆସିଥାଏ।କିନ୍ତୁ ଏହା ଉଚିତ ନୁହଁ।ବାରମ୍ବାର ସହାୟତା ନେବା ଅଭ୍ୟାସ ଯଦି ହେଇଯାଏ ଆପଣ ନିଜେ ଦୁର୍ବଳତା ହୋଇଯିବେ।ନିଜର ଏକ ମାର୍ଗ ବନେଇବାକୁ ଛାଡି ଆପଣ ଅନ୍ୟ ଠାରୁ ସହାୟତା ମାଗିବେ।
ସହାୟତା ହେଇଥାଏ ଏକ ଉପକାର କରିବା ଭାବ।ତେଣୁ ଯାହାଠୁ ସହାୟତା ନେଇଛନ୍ତି ତା ଅଗରେ ନଇଁ କି ରହିବାକୁ ପଡିବ।ସେଥିପାଇଁ ସଙ୍କଟ ସମୟରେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ କାରଣ ସଙ୍କଟ ତ କିଛି ଦିନ ପରେ ଚାଲିଯିବ କିନ୍ତୁ ସେହି ଉପକାର ର ଭାର ଜୀବନ ସାରା ପାଇଁ ଆପଣଙ୍କ ଉପରେ ଋଣ ହୋଇ ରହିବ।
ଜୀବନରେ ଯେବେ ବାଧାବିଘ୍ନ ଆସେ ଆମେ ସମସ୍ତେ ଭାଙ୍ଗି ପଡ଼ିଥାଉ।ଜୀବନରେ କିପରି ଆଗକୁ ବଢ଼ିବା ସମସ୍ତେ ଜାଣିବା ନିହାତି ଦରକାର।ଆମ ଜୀବନରେ ଯେତେବେଳେ ଅସୁବିଧା ଆସିଥାଏ ନିର୍ଭର କରେ ଆମେ କଣ ନିଷ୍ପତି ନେଉଛନ୍ତି।ଆଉ ତାହା ନିର୍ଭର କରୁଛି ଆମ ଉନ୍ନତି ଓ ଅବନତି।ଆମ ଜୀବନକୁ କେତେ ଉଚ୍ଚ କରିପାରିବା।ଯଦି ଆପଣ ସେହି ଅସୁବିଧାରେ ଅଟକିଯିବେ ତାହେଲେ ଆପଣ ଜୀବନରେ କିଛି କରିପାରିବେ ନାହିଁ।ଆପଣଙ୍କ ଜୀବନରେ କିଛି ରହିବନାହିଁ କିନ୍ତୁ ଯଦି ଆପଣ ନ ଅଟକିକି ନିରନ୍ତର ପ୍ରୟାସ କରିବେ ନିଶ୍ଚିତ ଭାବେ ଆପଣ ଜୀବନରେ ସଫଳତା ପାଇବେ।ଜୀବନବି ଆପଣଙ୍କର ସୁଖମୟ ହେବ।
ତେଣୁ ଜୀବନରେ ଯେତେ ଝଡ ଝଞ୍ଜା ଆସୁଛି ଆପଣ ସେହି ସମୟରେ କଣ ଭାବୁଛନ୍ତି ଓ କଣ ନିଷ୍ପତି ନେଉଛନ୍ତି ଏହା ନିର୍ଭର କରେ ଆପଣଙ୍କ ସଫଳତା ଉପରେ।ପରିଶ୍ରମ ହି ସଫଳତା ର ଚାବିକାଠି।ଯେତେ ଦୁଃଖ ବାଧା ବିଘ୍ନ ଆସିଲେ ମଧ୍ୟ ସବୁକୁ ପଛରେ ପକାଇ ପରିଶ୍ରମ କରିଚାଲନ୍ତୁ ଆଉ ଠିକ ନିଷ୍ପତି ନିଅନ୍ତୁ ଏହା ଆପଣଙ୍କୁ ସଫଳତା ଦେବ।ସଫଳତା ପାଇବାପାଇଁ ନିଜକୁ ସବୁବେଳେ ଜାଗ୍ରତ କରିବା ଦରକାର।ସମସ୍ତଙ୍କୁ ଜଣା ଅଛି ଯେ ତାଙ୍କ ପାଇଁ କଣ ଜରୁରୀ।କିନ୍ତୁ ସେମାନେ ତାହା କରିନଥାନ୍ତି।ଜଣେ ଛାତ୍ର ଯାଇଥାଏ ଯେ ତା ପାଇଁ ପଢିବା ଜରୁରୀ କିନ୍ତୁ ସମସ୍ତେ ପଢ଼ିନଥାନ୍ତି।ସଫଳତା ପାଇବାକୁ ହେଲେ କର୍ମ ମଧ୍ୟ କରିବାକୁ ପଡିଥାଏ।