September 11, 2024

Odia Express

Leading Odia News Portal of Odisha

ସିନ୍ଦୂର ଲଗେଇବାର ସଠିକ ତରିକା – କେତେବେଳେ ଓ କିପରି ଲଗେଇବା ଉଚିତ ଜାଣିରଖନ୍ତୁ..

ବିବାହ ପ୍ରତ୍ୟେକ ଝିଅଙ୍କ ଜୀବନରେ ଏକ ସୁନ୍ଦର ସ୍ୱପ୍ନ ହୋଇଥାଏ।ଏହା ପ୍ରତ୍ୟେକ ଝିଅଙ୍କ ଜୀବନକୁ ପୁନଶ୍ଚ ଅୟମାରମ୍ଭ କରିଥାଏ।ପ୍ରତ୍ୟେକ ଝିଅଙ୍କ ଜୀବନରେ ବିବାହକୁ ନେଇ ଅଜସ୍ର ଉତ୍ସାହ ଓ ଉତ୍କଣ୍ଠା ବସା ବାନ୍ଧିଥାଏ।ସେମାନଙ୍କ ମନରେ ଏକ ଆଗ୍ରହ ଥାଏକି ସେମାନଙ୍କ ସ୍ୱାମୀ କେମିତି ହୋଇଥିବେ ଓ ସେମାନଙ୍କ ଶାଶୁଘର ଲୋକ କେମିତି ହୋଇଥିବେ।ସେମାନେ ନିଜ ଘର ଛାଡ଼ି ଆଉ ଏକ ନୂଆ ଘର ଓ ପରିବାରକୁ ନିଜର କରିପାରିବେ କି ନାହିଁ ଓ ସେମାନଙ୍କ ମନ ଜିତିପାରିବେ କି ନାହିଁ।ଏମିତି ବହୁତ କିଛି।

ପ୍ରତ୍ୟେକ ଝିଅ ସବୁବେଳେ ନିଜ ସ୍ୱାମୀ ଓ ଶାଶୁଘର ଲୋକଙ୍କୁ ନିଜର କରିବାକୁ ଚାହାନ୍ତି।ଓ ସେମାନଙ୍କ ହୃଦୟ ଜାଣି ସମସ୍ତ କାମ କରିବାକୁ ଚାହାନ୍ତି।ହେଲେ ସବୁ ଝିଅଙ୍କ ପ୍ରକୃତି ସମାନ ହୋଇନଥାଏ।ସମସ୍ତେ ଗୁଣବାନ ହୋଇନଥାନ୍ତି।ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସଠିକ ଜାଗାରେ ସିନ୍ଦୂର ଲଗାଉଥିବା ଝିଅ ବହୁତ ଭାଗ୍ୟବାନ ହୋଇଥାନ୍ତି।ଓ ଏହା ବହୁତ ଶୁଭ ହୋଇଥାଏ।

ସିନ୍ଦୂର ବିବାହ କରିଥିବା ନାରୀର ପ୍ରତୀକ ଅଟେ।ଓ ଏହା ସ୍ଵାମୀଙ୍କ ମଙ୍ଗଳ ପାଇଁ ଲଗାଯାଏ।ଏହା ବିନା ଏକ1 ବିବାହିତା ନାରୀ ଅଧୁରା ଅଟେ।ଏହା ସର୍ବଦା ପୂଜନୀୟ ଅଟେ।ପ୍ରତ୍ୟେକ ଶୁଭ କାର୍ଯ୍ୟରେ ସିନ୍ଦୁରକୁ ପ୍ରଥମେ ନିଆଯାଏ।ମଝିରେ ସମ୍ପୂର୍ଣ୍ଣ ସିନ୍ଦୂର ଲଗାଉଥିବା ନାରୀ ବହୁତ ଭଲ ଅଟନ୍ତି ଓ ଏହା ଶୁଭ ମନାଯାଇଥାଏ।ଓ ସ୍ୱାମୀଙ୍କର ମଙ୍ଗଳ ହୋଇଥାଏ।ସଠିକ ଜାଗାରେ ସିନ୍ଦୂର ଲଗାଉଥିବା ଝିଅମାନେ ବହୁତ ସୁନ୍ଦର ବ୍ୟକ୍ତିତ୍ବର ଅଧିକାରୀ ହୋଇଥାନ୍ତି।ଏମାନଙ୍କ ହୃଦୟ ବହୁତ ସୁନ୍ଦର ଓ ସଫା ହୋଇଥାଏ।ଏମାନେ ଉଭୟ ଘର ଓ ଅଫିସ କାର୍ଯ୍ୟକୁ ସୁରୁଖୁରୁରେ ସମ୍ଭାଳିଥାନ୍ତି।ସମାଜରେ ଏମାନଙ୍କର ଏକ ନିଆରା ସଂମାନ ଓ ପରିଚୟ ଥାଏ।ଏମାନେ ସବୁବେଳେ ନିଜ ସ୍ୱାମୀଙ୍କ ହୃଦୟକୁ ଜିତିଥାନ୍ତି ଓ ଖୁସିରେ ରଖିଥାନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସଠିକ ଜାଗାରେ ସିନ୍ଦୂର ଲଗାଉଥିବା ଝିଅମାନେ ବହୁତ ଭଲ ହୋଇଥାନ୍ତି।ଏମାନେ ପତିପରାୟଣ ଅଟନ୍ତି।ଏମାନେ ନିଜ ସ୍ୱାମୀଙ୍କ ସହିତ ନିଜ ଶାଶୁଘର ଲୋକଙ୍କ ବହୁତ ଯତ୍ନ କରିଥାନ୍ତି।ଏମାନଙ୍କୁ ଜୀବନରେ ସବୁବେଳେ ବହୁତ ଭଲପାଉଥିବା ସାଥି ମିଳନ୍ତି।

ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଚକ୍ର ୧୨ଟି ରାଶି ମଧ୍ୟରୁ ଗୋଟିଏ ସହ ଜଡିତ ହୋଇଛି। ସେହି ରାଶିଫଳ ଅନୁଯାୟୀ ସେମାନଙ୍କ ଜୀବନରେ ସମାନ ଘଟଣା ଘଟିଥାଏ।ଏହା ମଧ୍ୟ ଲୋକମାନଙ୍କ ଦ୍ବାରା ବହୁତ ବିଶ୍ଵସନୀୟ ହୋଇଥାଏ।ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ତଥା ଚଳନ ଉପରେ ଏହା ପର୍ଯ୍ୟବେସିତ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ସବୁବେଳେ ଆମକୁ ସଠିକ ତଥ୍ୟ ପ୍ରଦାନ କରିଥାଏ।ଓ ଭବିଷ୍ୟତରେ ଏହା ଆମକୁ ବହୁତ ସାହଯ୍ୟ କରିଥାଏ।ଆଶା କରୁଛି ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ ଓ ଆପଣଙ୍କୁ ଏକ ନୂତନ କଥା ଜାଣିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *